ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବର୍ଷା ଅସରାଏ ରେ ଧର୍ମଗଡ ଏସ ଟି ସ୍କୁଲ ଛକର ହାଲ ବେହାଲ

ବର୍ଷା ଅସରାଏ ରେ ଧର୍ମଗଡ ଏସ ଟି ସ୍କୁଲ ଛକର ହାଲ ବେହାଲ

ବର୍ଷା ଅସରାଏ ହେଲେ ଧର୍ମଗଡ ଏସ ଟି ସ୍କୁଲ ଛକରେ ଥିବା ବାସିନ୍ଦା ଓ ଦୋକାନୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଜାତୀୟ ରାଜ ପଥ ଅଧିନରେ ଥିବା ଏହି ଜାତୀୟ ରାଜପଥ ୧୩୦ସି ରେ ଥିବା ଏସ ଟି ସ୍କୁଲ ଛକ ରେ ବର୍ଷା ଜଳ ନିଷ୍କାସିତ ହୋଇ ନ ପାରିବା ଯୋଗୁଁ ସ୍ଥାନୀୟ ବାସିନ୍ଦାମାନେ ବର୍ଷ ବର୍ଷ ଧରି ଦୁର୍ଦ୍ଦଶା ଭୋଗୁଛନ୍ତି। ଆଜି ସାମାନ୍ୟ ବର୍ଷାରେ ରାସ୍ତାରେ ଆଣ୍ଠୁଏଁ ପାଣି ଚାଲିବା ସହ ମଇଳା ଡ୍ରେନ ପାଣି ଦୋକାନ ଗୁଡ଼ିକରେ ପଶି ଯାଇଥିଲା। ଯାହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

 ବର୍ଷା ମାସରେ ଏଭଳି ପରିସ୍ଥିତି ପ୍ରତିବର୍ଷ ସୃଷ୍ଟି ହେବା ଓ ସ୍ଥାନୀୟ ବ୍ୟବସାୟୀ ଓ ବାସିନ୍ଦା ମାନେ ବାରମ୍ବାର ସ୍ଥାନୀୟ ପ୍ରଶାସନକୁ ଜଣାଇବା ପରେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସମାଧାନ ହୋଇପାରି ନାହିଁ। ଏହା ଏନ.ଏଚ କର୍ତ୍ତୃପକ୍ଷ ଙ୍କ ର କାମ ବୋଲି ଧର୍ମଗଡ ଏନଏସି ପ୍ରତିବର୍ଷ ଏଡ଼ାଇ ଯାଉଥିବା ଦେଖା ଯାଉଛି। ରାସ୍ତା ଏନ ଏଚ କର୍ତ୍ତୃପକ୍ଷ ଙ୍କ ର ହେଲେ ମଧ୍ୟ ବର୍ଷା ଋତୁ ପୂର୍ବରୁ ଡ୍ରେନ ର ସଫେଇ କାର୍ଯ୍ୟ ଏନଏସି ର ହୋଇଥିଲେ ହେଁ ବିଭାଗୀୟ କର୍ତ୍ତୃପକ୍ଷ କୌଣସି ସ୍ଥାୟୀ ସମାଧାନ ନ କରିବା ନେଇ ଏସ ଟି ସ୍କୁଲ ଦୋକାନୀ ଓ ବାସିନ୍ଦା ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।ଏହାର ସ୍ଥାୟୀ ପ୍ରତିକାର ପାଇଁ ଦାବୀ ହେଉଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ତେଲିବନ୍ଧ ଉଚ୍ଚ ବିଦ୍ୟାଳୟ ରେ 77ତମ ସ୍ୱାଧୀନତା ଦିବସ ପାଳନ

masiha

ବିଜୁବାବୁଙ୍କୁ ଭାରତରତ୍ନ ଦେବାକୁ ଦାବି

Sunil Chandra Nayak

ଜୀବନ ସେବା ଫାଉଣ୍ଡେସନ ତରଫରୁ ପୁରୀ ବଡ ଦାଣ୍ଡ ରେ ସେବା କାର୍ଯ୍ୟ ଅନୁଷ୍ଠିତ

masiha

Leave a Comment

error: Content is protected !!