ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦ ହ୍ୟୁମାନିଟୀ ଫାଉଣ୍ଡେସନ ପାଳନ କଲେ ରକ୍ଷାବନ୍ଧନ କାର୍ଯ୍ୟକ୍ରମ

ଦ ହ୍ୟୁମାନିଟୀ ଫାଉଣ୍ଡେସନ ପାଳନ କଲେ ରକ୍ଷାବନ୍ଧନ କାର୍ଯ୍ୟକ୍ରମ

ରାଉରକେଲା: ସହରର ଅଗ୍ରଣି ସାମାଜିକ ଅନୁଷ୍ଠାନ ଦ ହ୍ୟୁମାନିଟୀ ଫାଉଣ୍ଡେସନ ତରଫ ରୁ ବାଳସୁଧାର ଗୃହ ଠାରେ ରକ୍ଷାବନ୍ଧନ କାର୍ଯ୍ୟକ୍ରମ ପାଳନ କରାଯାଇ ଅଛି । ଏହି କାର୍ଯ୍ୟକ୍ରମ ରେ ଅନୁଷ୍ଠାନ ର ସମସ୍ତ ସଦସ୍ଯ ଏବଂ ସମ୍ମାନିତ ଅତିଥି ବୃନ୍ଦ ଉପସ୍ଥିତ ହୋଇ କାର୍ଯ୍ୟକ୍ରମ ଟି କୁ ସଫଳ ରୂପେ ସମ୍ପାଦନ କରାଇଥିଲେ । ବାଳ ସୁଧାର ଗୃହ ରେ ପ୍ରାୟ ୮୦ ଜଣ ଅନ୍ତେବାସୀ ମାନଙ୍କୁ ରାକ୍ଷୀ ବାନ୍ଧି ମିଷ୍ଠାନ ବଣ୍ଟନ କରିଥିଲେ ଓ କିଛି ମେଧାବୀ ଛାତ୍ର ଙ୍କୁ ତାଙ୍କ ର ବିଭିନ୍ନ ପ୍ରତିଯୋଗିତା ରେ ସଫଳତା ପାଇଁ ଫାଉଣ୍ଡେସନ ତରଫ ରୁ ପୁରସ୍କୃତ କରାଯାଇଥିଲା । ମୁଖ୍ୟ ଅତିଥି ଭାବେ ରାଜେନ୍ଦ୍ର ପ୍ରସାଦ ଗୁପ୍ତା, ସମ୍ମାନିତ ଅତିଥି ଭାବେ ଉଦ୍ୟୋଗପତି ଦୀପକ ଦାସ,ଅବସରପ୍ରାପ୍ତ ଅଧ୍ୟକ୍ଷ ସରୋଜ ଚନ୍ଦ୍ର ପାଣିଗ୍ରାହୀ , ବାଳ ସୁଧାର ଗୃହ ଶିକ୍ଷକ ପ୍ରକାଶ ଚନ୍ଦ୍ର ତ୍ରିପାଠୀ . ବସନ୍ତ ପାଠୀ ଓ ଆର କେ ସିହ୍ନା ଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ହ୍ୟୁମାନିଟୀ ଫାଉଣ୍ଡେସନ ଅଧ୍ୟକ୍ଷା ଦୀପ୍ତି ସୁନ୍ଦରାୟ, ସମ୍ପାଦିକା ଲିନା ତ୍ରିପାଠୀ, ସହ ସମ୍ପାଦିକା ଶୁଭଲକ୍ଷ୍ମୀ ପାତ୍ର, ପ୍ରଜ୍ଞା ପାରମିତା ଦାସ, ଶୁଭଶ୍ରୀ ସ୍ୱାଇଁ, ପ୍ରିୟଙ୍କା ପାଣି,ରଶ୍ମିତା ମଲ୍ଲିକ ,ରାମଚନ୍ଦ୍ର ସାହୁ, ସତ୍ୟ ବଡ଼ାଇକ, ଛାତ୍ର ନେତା ସନ୍ତୋଷ ହୋତା ପ୍ରମୁଖ ଉପସ୍ଥିତ ରହି ରାକ୍ଷୀ ପୂର୍ଣିମା କାର୍ଯ୍ୟ କର୍ମ ଟିକୁ ସଫଳ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସମାଜସେବୀ ବିଜୟାନନ୍ଦ ସୁନ୍ଦରାୟ ସହଯୋଗ କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଓଡିଶା ପୋଲିସ ପ୍ରତିଷ୍ଠା ଦିବସରେ ସର୍ବଶ୍ରେଷ୍ଠ ଓ଼ଆର କନେଷ୍ଟବଲରେ ସମ୍ମାନିତ ହେଲେ ସନ୍ତୋଷ

Sunil Chandra Nayak

ରାଇଘର ବ୍ଲକରେ ନିମ୍ନମାନର ଛତୁଆ ବଣ୍ଟନ କୁ ମହିଳା ସଂଗଠନ ର ବିରୋଧ:କୋମଳମତି ଶିଶୁଙ୍କ ଜୀବନ ସହ ଖେଳ,

masiha

ଗୋଲାମୁଣ୍ଡା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ହନୁମାନ ଜୟନ୍ତୀ ପାଳିତ 

Sunil Chandra Nayak

Leave a Comment

error: Content is protected !!