ଢ଼େଙ୍କାନାଳ:ସମାନକାମକୁ ସମାନ ଦରମା ପାଇବା ଦାବି ନେଇ ଜିଲ୍ଲା ମେହେନ୍ତର ସଂଘ ତରଫରୁ ଯାଉଁଳି ପୋଖରୀ ମଠ ଠାରେ ଏକ ପ୍ରତିବାଦ ଭିତ୍ତିକ ବୈଠକ ବସିଥିଲା। ଉକ୍ତ ବୈଠକରେ ଶତାଧିକ ମେହେନ୍ତର ଉପସ୍ଥିତ ଥିଲେ । ପରେ ପରେ ସେଠାରୁ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିବା ସହ ଜିଲ୍ଲା ପୌର ପରିଷଦ ଓ ଜିଲ୍ଲା ପ୍ରଶାସନ କୁ ଅବଗତ କରାଇଥିଲେ । କାର୍ଯ୍ୟରତ ମେହେନ୍ତର ମାନଂକୁ ଅଣଦେଖା କରିବା ସହ ସେମାନଙ୍କ ଉଚିତ୍ ପ୍ରାପ୍ୟ ମିଳୁ ନାହିଁ ବୋଲି ସଙ୍ଘ ର ସଭାପତି ଲକ୍ଷ୍ମୀଧର ସାହୁ ମତ ବ୍ୟକ୍ତ କରିଥିଲେ । ଯଦି ପରିଷଦ ପକ୍ଷରୁ କୌଣସି ପଦକ୍ଷେପ ନିଆ ନ ଗଲେ ଆଗାମୀ ଦିନରେ ଆନ୍ଦୋଳନ ର ରୁପ ନେବ ବୋଲି ସଂଘର ସଂପାଦିକା ପାଣି ସୁଚନାଦେଇଥିଲେ ।
ଢ଼େଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍