ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରଞ୍ଜନ କୁମାର ବ୍ରହ୍ମା ଙ୍କ କବିତା ଶୁଣିବା ହେଉ ମଣିମା 

ଶୁଣିବା ହେଉ ମଣିମା 

 

          ରଞ୍ଜନ କୁମାର ବ୍ରହ୍ମା, ଶିକ୍ଷକ

 

କ୍ଷୟ ନାହିଁ ତଵ 

     ଗାରିମା ଠାକୁରେ !

          କ୍ଷୟ ନାହିଁ ତଵ ମହିମା ।

କ୍ଷୟ ହୁଏ ତଵ 

      ସବୁଜ ବିଭବ 

          ଶୁଣିବା ହେଉ ମଣିମା ।।

 

ପୂର୍ବ ବର୍ଷ ବନ 

     କେଦାର କାନନ

          ଯାହାଥିଲା ପରିମାଣେ ।

ଆଜି ବି ସେତିକି 

     ନଥି ପତ୍ରେ ଅଛି 

          ଖୋଜିଲେ ମିଳୁନି ସ୍ଥାନେ ।।

 

କ୍ଷୟ ହୁଏ ଆମ 

     ଉତ୍ପାଦନ କ୍ଷେତ 

          କି ଲାଭ ଲଙ୍ଗଳ ଯୋଡି ।

ବିକି ଭାଙ୍ଗିଦେଲି 

      ଅଭାବ କଷଣେ 

          ମୋ ସୁଖ ଦେଲା ଅଜାଡି ।।

 

ଷାଠିଏ ପଉଟୀ

      କେବେ କମେ ନାହିଁ 

          ତୁମ ଭୋଗ ହୁଏ ସ୍ଥିର ।

ପଉଟୀଏ ଧାନ 

      ବିକଳେ ଅର୍ଜନ 

          ମନକୁ କରେ ଅସ୍ଥିର ।।

 

କିଏ ମାଗେ ଜମି 

      ପ୍ଲଅଟ ପାଇଁ କି

          ରାସ୍ତା ପାଇଁ କିଏ ମାଗେ ।

ମନା କଲେ ମୁହିଁ 

      ଛଡାଇ ନିଅନ୍ତି 

          ଅଛି ଯା ସମ୍ମୁଖ ଭାଗେ ।।

 

ତୁମରି ଉପାୟ 

      ସାମ୍ ଦାମ୍ ଦଣ୍ଡ

          ଭେଦ ମାର୍ଗକୁ ଆବୋରି ।

ପ୍ରଗତି ନାଁ ରେ 

      ଉଜାଡି ଚାଲନ୍ତି

          ବ୍ୟକ୍ତିଗତ ସ୍ୱାର୍ଥ ଧରି ।।

 

ଗାଁ ପରିବେଶ 

      ସବୁଜ ସୁନ୍ଦର 

          ଶୋଭୁଥିଲା ବିଲ ମାଳ ।

ତୋଟାମାଳ ଵନ 

      ପ୍ରଦେଶ ଭିତରୁ 

      (ଛବି) ଚକାଡୋଳା ଅବିକଳ ।।

 

ଦେଖୁଥିଲେ ମନ 

      ପୁରି ଉଠୁଥିଲା 

          ପ୍ରିୟ ପରିଜନ ମେଳେ ।

ଫେରିବକି ପ୍ରଭୁ 

      ସେହି ଖୁସି ପୁଣି

          ରହିଛି ଚାହିଁ ବିକଳେ ।।

 

ଦେଉଥିବି ମୁହିଁ 

      ନେଉଥିବ ତୁମେ 

          ଗାଆଁ ଫୁଲ ଫଳ ଶାଗ ।

ରଥପାଇଁ କାଠ

      ଦୋଳପାଇଁ ନେତ 

          ପଠାଇ ଗାଇବି ଗୀତ ।।

 

ଶରଣ ଠାକୁରେ !

      ଭରଣା କରନ୍ତୁ 

          ମନୋରଥ ଆପେ ଜାଣି ।

ଶିରିକ୍ଷେତ ତୁମ 

      ରାଇଜଟା ସାରା 

          ଓଡ଼ିଆ ମଉଡ଼ ମଣି ।।

 

      ଚିକିଟୀଗଡ଼, ଗଞ୍ଜାମ 

 

Related posts

ରଥ ପଥ ଭକ୍ତ ଏକାକାର ….

ଜିଲ୍ଲାପାଳ ପି. ଅନ୍ଵେଷା ରେଡ଼ିଙ୍କ ଗୋଲାମୁଣ୍ଡା ବ୍ଲକ ଅଂଚଳ ପରିଦର୍ଶନ

Sunil Chandra Nayak

ଏମ୍ ରାମପୁର ବ୍ଲକ ଠାରେ ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!