ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଢେଙ୍କାନାଳ ଜିଲ୍ଲା ସମଗ୍ର ଶିକ୍ଷା ପକ୍ଷରୁ ଡିସଲେକ୍ସିଆ ମାସ ପାଳନ ପାଇଁ ବିଶେଷ କାର୍ଯ୍ୟକ୍ରମ -୨୦୨୫ ଆୟୋଜିତ 

ଢେଙ୍କାନାଳ ଜିଲ୍ଲା ସମଗ୍ର ଶିକ୍ଷା ପକ୍ଷରୁ ଡିସଲେକ୍ସିଆ ମାସ ପାଳନ ପାଇଁ ବିଶେଷ କାର୍ଯ୍ୟକ୍ରମ -୨୦୨୫ ଆୟୋଜିତ 

ଢେଙ୍କାନାଳ: ତା.୨୫.୧୦.୨୦୨୫ରିଖ:  ସ୍ଥାନୀୟ ଶତାୟୁ,ପିଏମ୍ ଶ୍ରୀ ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ,ଢେଙ୍କାନାଳ ପରିସରରେ ଢେଙ୍କାନାଳ ଜିଲ୍ଲା ସମଗ୍ର ଶିକ୍ଷା ପକ୍ଷରୁ ଡିସଲେକ୍ସିଆ ମାସ ପାଳନ ଅବସରରେ ବିଶେଷ କାର୍ଯ୍ୟକ୍ରମ -୨୦୨୫ ଆୟୋଜିତ ହୋଇଯାଇଛି। ଉଦ୍ଘାଟନ ଅବସରରେ ଢେଙ୍କାନାଳ ଜିଲ୍ଲା ଶିକ୍ଷା ଅଧିକାରୀ ବିନିତା ସେନାପତି,ସଦର ବ୍ଲକ ଶିକ୍ଷା ଅଧିକାରୀ ଦିବ୍ୟ ପ୍ରକାଶ ପ୍ରଧାନ,ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ ଓ ବି ଆର୍ ସିସି ଦେବବ୍ରତ ନାଥ,ବିଆର୍ ସିସି,ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ,ଢେଙ୍କାନାଳର ଶିକ୍ଷକ ଶିକ୍ଷଣିକ ଓ ଆଇଇ ସମନ୍ୱୟକାରୀବୃନ୍ଦ ଉପସ୍ଥିତ ଥିଲେ।ପ୍ରଥମେ ଜିଲ୍ଲା ଶିକ୍ଷା ଅଧିକାରିଣୀ ମହୋଦୟା ଡିସଲେକ୍ସିଆ ସଚେତନତା ରାଲିର ଶୁଭ ଉଦ୍ଘାଟନ କରିଥିଲେ।ମଧ୍ୟାହ୍ନ ସେସନରେ ଛାତ୍ରୀ,ଛାତ୍ରମାନଙ୍କ ମଧ୍ୟରେ ଡିସଲେକ୍ସିଆ ବିଷୟରେ ରଚନା,ପୋଷ୍ଟର ତିଆରି ଓ କ୍ୱିଜ୍ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା।ସେହିପରି ସିଆର୍ ସି,ବିଆର୍ ଟି ଓ ବିଆର୍ ଜି ସଦସ୍ୟମାନଙ୍କ ମଧ୍ୟରେ ଖୋଲା ଆଲୋଚନା ସଭା ମଧ୍ୟ ହୋଇଥିଲା।ଅପରାହ୍ନରେ ବିଦ୍ୟାଳୟ ସଭାଗୃହରେ ସମାପନୀ ଉତ୍ସବ ଆୟୋଜନ ଅବସରରେ ପୁନର୍ବାର ସେହିଅତିଥିମାନେ ଯୋଗଦାନ ଦେଇଥିଲେ ଓ ପ୍ରତ୍ୟେକ ପ୍ରତିଯୋଗିତାରେ ୧ମ,୨ୟ ଓ ୩ୟ ସ୍ଥାନ ଅଧିକାରୀମାନଙ୍କୁ ପ୍ରଶଂସାପତ୍ର ଓ ପୁରସ୍କାର ପ୍ରଦାନ ପୂର୍ବକ ସମ୍ମାନିତ କରିଥିଲେ।ମଞ୍ଚାସିନ ଅତିଥି ବୃନ୍ଦ ସ୍ଵୀୟ ବକ୍ତବ୍ୟରେ ଡିସଲେକ୍ସିଆ ହେଉଛି ମସ୍ତିଷ୍କର ଏକ ଅଂଶର କୌଣସି ଭାଷାକୁ ବନାନ ଶୁଦ୍ଧି କରି ପଢ଼ିବା,ଲେଖିବା ଭଳି କାର୍ଯ୍ୟ ସମ୍ପାଦନା କରିବାର ଅସାମର୍ଥ୍ୟତାକୁ ବୁଝାଏ। ଏହାକୁ ଚିହ୍ନଟ କରି ଛାତ୍ରଛାତ୍ରୀମାନେ ବହୁ ପ୍ରତିଭାର ଅଧିକାରୀ ହୋଇଥିବାରୁ ସେମାନଙ୍କୁ ଆବଶ୍ୟକ ସୁବିଧାସୁଯୋଗ ପ୍ରଦାନ କଲେ ସେମାନେ ସମାଜର ମୁଖ୍ୟ ସ୍ରୋତରେ ସାମିଲ୍ ହୋଇପାରିବେ ବୋଲି ଉପସ୍ଥିତ ଅତିଥିମାନେ ଦୃଢ଼ ମତବ୍ୟକ୍ତ କରିଥିଲେ।ଏହି କାର୍ଯ୍ୟକ୍ରମରେ ମୋଟ ୩୦୦ ଜଣ ଛାତ୍ରୀ,ଛାତ୍ର,ଶିକ୍ଷୟିତ୍ରୀ ଶିକ୍ଷକ,ସି ଆର୍ ସିସି,ବିଆର୍ ପି,ଆଇଇ ସେବକ ଓ ସମଗ୍ର ଶିକ୍ଷା କାର୍ଯ୍ୟାଳୟର କର୍ମଚାରୀମାନେ ଉପସ୍ଥିତ ଥିଲେ।କାର୍ଯ୍ୟକ୍ରମ ଆୟୋଜନ ଓ ପରିଚାଳନାରେ ଜିଲ୍ଲା ଅନ୍ତର୍ନିବେଶୀ ସଂଯୋଜକ କୃଷ୍ଣଚନ୍ଦ୍ର ବେହେରା,ଗୋଷ୍ଠୀ ସମ୍ବଳ ଶିକ୍ଷୟିତ୍ରୀ ଇତିଶ୍ରୀ ମହାନ୍ତି,ବରିଷ୍ଠ ଶିକ୍ଷାବିତ୍ ଡ଼ା ଦେବୀ ପ୍ରସାଦ ମିଶ୍ର ବିଣାପାଣୀ ସେନାପତି, ଅନ୍ତର୍ନିଦେଶୀ ଶିକ୍ଷା ସ୍ୱେଚ୍ଛାସେବୀ,ସିଆର୍ ସିସି,ବିଆର୍ ପି,ଆଇଇ ସେବକ ଓ ସମଗ୍ର ଶିକ୍ଷା କାର୍ଯ୍ୟାଳୟର କର୍ମଚାରୀମାନେ ସମସ୍ତ ସହଯୋଗ କରି କାର୍ଯ୍ୟକ୍ରମର ସଫଳ ରୂପାୟନରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ। ପରିଶେଷରେ ଗୋଷ୍ଠୀ ସମ୍ବଳ ଶିକ୍ଷୟିତ୍ରୀ ଇତିଶ୍ରୀ ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

କୃଷ୍ଣଚନ୍ଦ୍ର ବେହେରା,
ଜିଲ୍ଲା ଅନ୍ତର୍ନିବେଶୀ ସଂଯୋଜକ,
ଇତିଶ୍ରୀ ମହାନ୍ତି,
ଗୋଷ୍ଠୀ ସମ୍ବଳ ଶିକ୍ଷୟିତ୍ରୀ,
ସମଗ୍ର ଶିକ୍ଷା କାର୍ଯ୍ୟାଳୟ,
ଢେଙ୍କାନାଳ।

 

Related posts

ଜାମଦା:ପ୍ରବେଶ ଓ ଖଡ଼ିଛୁଆଁ ଉତ୍ସବ ସହ ଶିଶୁ ବାଟିକାର ଶୁଭାରମ୍ଭ

masiha

ଜିଲ୍ଲାରେ ମା ଓ ଶିଶୁ ର ଉତ୍ତମ ସ୍ୱାସ୍ଥ୍ୟ ଓ ପୋଷଣ ନିମନ୍ତେ ସ୍ବାସ୍ଥ୍ୟ ବିଭାଗ ଓ ଜିଲ୍ଲା ସମାଜ କଲ୍ୟାଣ ବିଭାଗର ମିଳିତ ବୈଠକ 

Sunil Chandra Nayak

ଚଇତି ଓ ପଲ୍ଲିଶ୍ରୀ ମେଳା ୨୦୨୩ ଉଦ୍ଘାଟିତ, ରାୟଗଡ ଜିଲ୍ଲାର ବିକାଶ ଓ ବିକଶିତ ଜିଲ୍ଲା ଗଠନ ପାଇଁ ଅତିଥି ଗଣଙ୍କ ଆହ୍ବାନ

masiha

Leave a Comment

error: Content is protected !!