ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସପ୍ତଶକ୍ତି ସଙ୍ଗମ ଆୟୋଜନ — ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ବଡବିଲ

ସପ୍ତଶକ୍ତି ସଙ୍ଗମ ଆୟୋଜନ — ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ବଡବିଲ

ବଡବିଲ, ତାରିଖ ୮ ନଭେମ୍ବର ୨୦୨୫ : ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ବଡବିଲରେ “ସପ୍ତଶକ୍ତି ସଙ୍ଗମ” ନାମକ ଅର୍ଥପୂର୍ଣ୍ଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଦିବା ୨ଘଣ୍ଟାରୁ ୫ଘଣ୍ଟା ପର୍ଯ୍ୟନ୍ତ ଚାଲିଥିବା ଏହି କାର୍ଯ୍ୟକ୍ରମରେ ମୋଟ ୨୧୮ ଜଣ ମାଆମାନଙ୍କ ଅଂଶଗ୍ରହଣ ଥିଲା ।

ଭାରତବର୍ଷ ପାଇଁ ମାତୃଶକ୍ତିଙ୍କ ଦାୟିତ୍ଵ ଓ କର୍ତ୍ତବ୍ୟ ପ୍ରତି ସଚେତନତା ଜାଗ୍ରତ କରିବା ଏହାର ପ୍ରମୁଖ ଉଦ୍ଦେଶ୍ୟ ଥିଲା । ଆଚାର୍ଯ୍ୟା ଶ୍ରୀମତୀ ନନ୍ଦିନୀ ମହାନ୍ତି, ଶ୍ରୀମତୀ ରଞ୍ଜିତା ରାଣୀ ଦାଶ ଓ ଶ୍ରୀମତୀ ଅନିତା ନାୟକ ବିଭିନ୍ନ ବିଷୟରେ ଅନୁପ୍ରେରଣାଦାୟକ ବକ୍ତବ୍ୟ ପ୍ରଦାନ କରିଥିଲେ । ଆଚାର୍ଯ୍ୟା ଚିନ୍ମୟୀ ପାଣିଗ୍ରାହୀ, ବୀଣାପାଣି ମହାନ୍ତ, ଲକ୍ଷ୍ମୀ କୁମାରୀ ଦାସ ଓ ମାତୃଭାରତୀ ସଦସ୍ୟା ଅନ୍ନପୂର୍ଣ୍ଣା ଭଦ୍ର ବିଭିନ୍ନ ଐତିହାସିକ ନାରୀ ବେଶରେ ମଞ୍ଚସ୍ଥ ହୋଇ ଦର୍ଶକମାନଙ୍କ ମନକୁ ମୋହିତ କରିଥିଲେ । କାର୍ଯ୍ୟକ୍ରମର ସଫଳ ପରିଚାଳନା ଆଚାର୍ଯ୍ୟା ଶ୍ରୀମତୀ ପୁଷ୍ପଶ୍ରୀ ପତି, ଲକ୍ଷ୍ମୀପ୍ରିୟା ସାହୁ, ମାନସୀ ଗରି, ଅରୁନ୍ଧତୀ ମହାନ୍ତ, ରଶ୍ମି ମଞ୍ଜିରୀ ଜେନା ଓ ଅନିତା ମହାନ୍ତ ସହ ଅନ୍ୟାନ୍ୟ ଆଚାର୍ଯ୍ୟାମାନେ କରିଥିଲେ । ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ପାଇଁ ପୂର୍ବତନ ଆଚାର୍ଯ୍ୟା ବନଜ୍ୟୋତ୍ସ୍ନା ପଣ୍ଡାଙ୍କୁ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମର ଶେଷରେ ପରିଚାଳନା ସମିତି ସଦସ୍ୟା ଶ୍ରୀମତୀ ସସ୍ମିତା ବେହେରା ଧନ୍ୟବାଦ ଜଣାଇଥିଲେ । ସମଗ୍ର କାର୍ଯ୍ୟକ୍ରମ ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ବିପିନ ବିହାରୀ ଖଣ୍ଡାୟୀଙ୍କ ତତ୍ତ୍ୱାବଧାନରେ ସଫଳତାର ସହ ଅନୁଷ୍ଠିତ ହୋଇଥିଲା ।

ଉର୍ମିଳା ପଣ୍ଡା ଙ୍କ ରିପୋର୍ଟ୍ 

Related posts

ଥୁଆମୂଳ ରାମପୁର ବ୍ଲକ ଠାରେ ୭୪ତମ ବନ ମହୋତ୍ସବ ସପ୍ତାହ ଅନୁଷ୍ଠିତ

ଯକ୍ଷ୍ମା ମୁକ୍ତ ଗ୍ରାମ ପଞ୍ଚାୟତ ଗଠନ ନେଇ ତାଲିମ୍ କାର୍ଯ୍ୟକ୍ରମ

Sunil Chandra Nayak

କନ୍ଧମାଳ ଜିଲ୍ଲାରେ କଡା ସୁରକ୍ଷା ବ୍ୟବସ୍ଥା : ଜନ୍ମାଷ୍ଟମୀ ଓ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ସପ୍ତଦଶ ତମ ବଳିଦାନ ଦିବସ ପାଇଁ ବ୍ୟାପକ ପ୍ରସ୍ତୁତି 

masiha

Leave a Comment

error: Content is protected !!