ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଂଝାଲ ସମାଜ ଜିଲ୍ଲା ମହାସଭା ପାଇଁ ପ୍ରସ୍ତୁତି ବୈଠକ

ବିଂଝାଲ ସମାଜ ଜିଲ୍ଲା ମହାସଭା ପାଇଁ ପ୍ରସ୍ତୁତି ବୈଠକ

ପାଟଣାଗଡ଼ ୨୫/୧(ଆଶିଷ ସାହୁ ) ପାଟଣାଗଡ଼ ବ୍ଳକ ଲରମ୍ଭା ବାଗପଡ଼ା ଠାରେ ସର୍ବ ଭାରତୀୟ ସ୍ବାଲାଖ ବିନ୍ଧ୍ୟଗିରୀବାସୀ ବିଂଝାଲ ସମାଜ ର ଜିଲ୍ଲା ମହାସଭା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଉପଲାଟ ସଭାପତି ତଥା ଜିଲ୍ଲା ସଭାପତି ଚନ୍ଦ୍ରଶେଖର ବାଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବଲାଙ୍ଗୀର ଜିଲ୍ଲା ବ୍ଳକ ସଭାପତି କୁଶ ବରିହା, ଜିଲ୍ଲା ଉପଦେଷ୍ଟା ଗୋପବନ୍ଧୁ ବରିହା, ଜିଲ୍ଲା ମିଡିଆ ସେଲ ସଂଯୋଜକ ଗୋରେଖନାଥ ବରିହା,ପାଟଣାଗଡ଼ ବ୍ଳକ ସଭାପତି କିଶୋର ଚନ୍ଦ୍ର ବରିହା, ପାଟଣାଗଡ଼ ବ୍ଳକ କୋଷାଧ୍ୟକ୍ଷ ଗୌରାଙ୍ଗ ବରିହା, ଖପ୍ରାଖୋଲ ବ୍ଳକ କୋଷାଧ୍ୟକ୍ଷ ବିପିନ ବରିହା,ସଇଁତଳା ସଭାପତି ମଧୂସୁଦନ ବରିହା, ଦେଓଗାଁ ସଭାପତି ମଦନ ବରିହା,ତୁରେକେଲା ସଭାପତି ହରିହର ବରିହା,ଟିଟିଲାଗଡ଼ ସଭାପତି ମଦନ ବରିହା,ମୁରିବାହାଲ ସଭାପତି ବନମାଳୀ ବରିହା,ବଙ୍ଗୋମୁଣ୍ଡା ସଭାପତି ଶାନ୍ତନୁ ବରିହା,ଜିଲ୍ଲା ଉପଦେଷ୍ଟା ଟିକଚନ ବରିହା, ସରଗୁଲ ବରିହା,ସାଧବ ବରିହା,ପ୍ରମୁଖ ଉପସ୍ଥିତ ଥିଲେ। ସଭାରେ ଗ୍ରାମ୍ୟ,ପଞ୍ଚାୟତ,ବ୍ଳକ,ଜିଲ୍ଲା ପରିଚାଳନା କମିଟି ର ଫେବୃଆରୀ ୧୫ ରେ ୫ ବର୍ଷ କାର୍ଯ୍ୟକାଳ ସମାପ୍ତ ହୋଇଯିବ।ଫେବୃୟାରୀ ୧୫ ରୁ ସର୍ବ ଭାରତୀୟ ସ୍ବାଲାଖ ବିନ୍ଧ୍ୟଗିରୀବାସୀ ବିଂଝାଲ ସମାଜ ପକ୍ଷରୁ ସାମାଜିକ ଆଚରଣ ବିଧି ଲାଗୁ କରାଗଲା।ସାମାଜିକ ଆଚରଣ ବିଧି କଟକଣା ଜାରି କରିବା ସହ ନୂତନ ପରିଚାଳନା କମିଟି ଗୁଡିକ ଗଠନ ନହେବା ପର୍ଯ୍ୟନ୍ତ ଜିଲ୍ଲା ବୋର୍ଡ ତଥା ବିଂଝାଲ ସମାଜର ସମ୍ବିଧାନର ନିୟମ କୌଣସି ସାମାଜିକ ସଭା ସମିତି,ବୈଠକ କରିବାରେ ନିଷେଧ ଘୋଷଣା କରିଯାଇଛି।ସମାଜର ନୂତନ ପରିଚାଳନା କମିଟି ଗୁଡିକ ଗଠନ କରାଯିବା ନେଇ ଆଲୋଚନା ହୋଇଥିଲା। ଫେବୃୟାରୀ ୨୧ ରେ ଗ୍ରାମ୍ୟ କମିଟି,୨୨ ରେ ପଞ୍ଚାୟତ କମିଟି,୨୩ ରେ ବ୍ଳକ କମିଟି ଗୁଡିକ ଗଠନ ପାଇଁ ନିଷ୍ପତ୍ତି ନିଆଯାଇଥିଲା।ମୁରିବାହାଲ ବ୍ଳକ ଖପାଦରୋ (ସାରେସପଡା) ଗ୍ରାମର ମାଁ ବିନ୍ଧ୍ୟ ବାସିନୀ ମନ୍ଦିର ପ୍ରାଙ୍ଗଣରେ ଆସନ୍ତା ୨୦୨୬ ମାର୍ଚ୍ଚ ୨୧ /୨୨ ରେ ମହାସଭା ଆୟୋଜନ କରିଯିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା।ଏଥିରେ ସମସ୍ତ ବ୍ଳକ ସଭାପତି ମାନେ ନିଜ ନିଜ ମତ ରଖିଥିଲେ।ସମାଜର ପରିଚାଳନା ପାଇଁ ପ୍ରତ୍ୟେକ ସ୍ତରର କମିଟି ଗୁଡିକ ରେ ସମାଜ ର ମାଁ,ଭଉଣୀ ଆଦି ମହିଳା ମାନଙ୍କୁ ସାମିଲ କରିବା ସହ ଏକ ଚୟନ କମିଟି ଗଠନ ପାଇଁ ଜିଲ୍ଲା ଉପଦେଷ୍ଟା ଗୋପବନ୍ଧୁ ବରିହା ମତପ୍ରକାଶ କରିଥିଲେ। ନୂତନ କମିଟି ନିର୍ବାଚନ ପ୍ରକିୟା କୁ ଶୃଙ୍ଖଳିତ କରାଇବାକୁ ଏକ ୧୧ ଜଣିଆ ଚୟନ କମିଟି ଗଠନ କରାଗଲା।ଚୟନ କମିଟି ରେ ନିର୍ବାଚନ କମିଶନର ଚନ୍ଦ୍ରଶେଖର ବାଗ, ନିର୍ବାଚନ ଅଧିକାରୀ ଅର୍ଜୁନ ବରିହା,ଯୁଗ୍ମ ନିର୍ବାଚନ ଅଧିକାରୀ ଗନ୍ଧର୍ବ ବରିହା, ସଭାପତି ଗୋପବନ୍ଧୁ ବରିହା, ଉପସଭାପତି ଯୁଗଳ କିଶୋର ବରିହା,ସଂପାଦକ ଟିକଚନ ବରିହା,ସହ ସଂପାଦକ ଗୋରେଖନାଥ ବରିହା, ସଦସ୍ୟ ଠାକୁର ପ୍ରସାଦ ବରିହା, ସଦାନନ୍ଦ ବରିହା,ଦୂର୍ଯ୍ୟୋଧନ ବରିହା, ଲକ୍ଷେଶ୍ଵର ବରିହା ପ୍ରମୁଖ ମନୋନୀତ ହୋଇଥିଲେ। ପାଟଣାଗଡ଼ ବ୍ଳକ ସଭାପତି କିଶୋର ଚନ୍ଦ୍ର ବରିହା ସ୍ବାଗତ ଭାଷଣ ଦେଇଥିବାବେଳେ ବିପିନ ବରିହା ସଭା ପରିଚାଳନା କରିଥିଲେ। 

Related posts

ସବୁଜ ଭାରତ ଗଠନ ପାଇଁ ଦେଶ ସେବା ଫାଉଣ୍ଡେସନ ପରିବାର କରିଲେ ଚାରା ବୃକ୍ଷ ବଣ୍ଟନ 

masiha

ମୟୂରଭଞ୍ଜ ଜିଲ୍ଲାର ୧୦୦ ଟି ରୂପାନ୍ତରିତ ହାଇସ୍କୁଲ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଲୋକାର୍ପିତ

ଦେଶରେ ସବୁ ନାଗରିକମାନଙ୍କ ପାଇଁ ସମାନ ସଂହିତା ଆଇନ ପ୍ରଣୟନ ସହିତ ଜାତି , ବର୍ଣ୍ଣ, ଧର୍ମ ନିର୍ବିଶେଷରେ ସବୁ ନାଗରିକଙ୍କ ନିମନ୍ତେ ଦୁଇ ସନ୍ତାନ ଆଇନ ଲାଗୁ କରିବା ପାଇଁ ଦାବିପତ୍ର ପ୍ରଦାନ

Sunil Chandra Nayak

Leave a Comment

error: Content is protected !!