ବିନା ସୂଚନାଫଳକରେ ଚାଲିଛି ନିର୍ମାଣ କାର୍ଯ୍ୟ
ପୌରକେଲା ସବମାଇନର କେନାଲ କାମରେ ରହୁନି ସ୍ୱଚ୍ଛତା
କର୍ଲାମୁଣ୍ଡା, (ସୁଶାନ୍ତ ରଣା): ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ପୂର୍ବରୁ ସୂଚନାଫଳକ ଲଗାଇବା ପାଇଁ ସରକାରଙ୍କ ନିର୍ଦ୍ଦେଶ ରହିଛି । ଏହା ସତ୍ତ୍ୱେ କଳାହାଣ୍ଡି ଜିଲ୍ଲା ଉତେଇ ଜଳସେଚନ ବିଭାଗ ପକ୍ଷରୁ କର୍ଲାମୁଣ୍ଡା ବ୍ଲକ ପୌରକେଲା ସବମାଇନର କେନାଲ ନୂତନ ଭାବେ କଂକ୍ରିଟ କରଣ ହେଉଥିବା ପ୍ରକଳ୍ପ କାର୍ଯ୍ୟ ବିନା ସୂଚନାଫଳକରେ ଚାଲିଛି । ସାଧାରଣ ଲୋକଙ୍କୁ ଅନ୍ଧାରରେ ରଖି ଠିକାସଂସ୍ଥା କିଭଳି କାମ କରୁଛି ତାକୁ ନେଇ ସନ୍ଦେହ ସୃଷ୍ଟି ହେଉଛି । ଏହା ସହ ପ୍ରକଳ୍ପ କାର୍ଯ୍ୟର ସ୍ୱଚ୍ଛତା ଓ ସ୍ଥାୟୀତ୍ୱ ଉପରେ ପ୍ରଶ୍ନ ଚିହ୍ନ ସୃଷ୍ଟି କରିଛି । ପ୍ରକାଶ ଯେ ତଳି ଅଞ୍ଚଳ ଥିବାରୁ ପାଣି ଯିବାର ଅସୁବିଧା ହେତୁ କଂକ୍ରିଟ କରଣ କରାଯାଉଛି । କଂକ୍ରିଟ କରଣ ଉଭୟ ପଟ ୱାଲ ତଳି ବେଡ ପାଇଁ ଚିପସ ବଦଳରେ ୨୦ ଏମଏମ ର ପଥର ବ୍ୟବହାର କରୁଥିବା ବେଳେ ଲୁହାଛଡ ଓ ସୋଲ ଦେବା ପରିବତ୍ତେ ଖୋଲପଟା ବ୍ୟବହାର କରାଯାଇଛି । ଆଉ କେତେକ ସ୍ଥାନରେ କାମ ଚାଲୁଥିବା ବେଳେ ଛୁଇ ଦେଲେ ଝଡି ଯାଉଛି । ଅନେକ ସ୍ଥାନରେ ଫାଟ ମଧ୍ୟ ହୋଇଛି କାମ ସରିବାର ପରେ ପାଣି ଦେବାର ବ୍ୟବସ୍ଥା ଥିଲେ ବି ତାହା କରାଯାଇନଥିବା ପାଖରେ ଥିବା ଚାଷ ଜମି ମାଲିକ ମାନେ ଅଭିଯୋଗ କରିଛନ୍ତି । ଉତେଇ ଜଳସେଚନ ବିଭାଗ ଏଦିଗରେ ଦୃଷ୍ଟି ଦେବାକୁ ଦାବି ହେଉଛି । ବିନା ସୂଚନା ଫଳକରେ କେନାଲ ନିର୍ମାଣ କାର୍ଯ୍ୟ ଯୋଗୁଁ ମାନ ଓ ଡିଜାଇନ କେତେ ଲମ୍ବ ବିଷୟରେ ଲୋକେ ଜାଣିପାରୁ ନାହାନ୍ତି । କାର୍ଯ୍ୟ ସମୟରେ ପୌରକେଲା ର ଜଣେ ମେଟ ଭାବେ କାମ ଦେଖାରଖା କରିବା ସହ ଠିକାଦାର ଓ ବିଭାଗୀୟ ଯନ୍ତ୍ରୀ ଙ୍କ ଅନୁପସ୍ଥିତିରେ ଠିକାସଂସ୍ଥା କିଭଳି କାମ କରୁଛି ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । କାମର ସ୍ଥାୟୀତ୍ୱ ଓ ସ୍ୱଚ୍ଛତା ପାଇଁ ତୁରନ୍ତ ସୂଚନା ଲଗାଇବା ସହ ନିର୍ମାଣକାର୍ଯ୍ୟ ମାନ ତଦାରଖ ଦିଗରେ ବିଭାଗୀୟ ଉଚ୍ଚକର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି ହେଉଛି । ଏସମ୍ପର୍କରେ ଦାୟିତ୍ୱ ଥିବା ଉତେଇଜଳ ସେଚନ ବିଭାଗୀୟ କନିଷ୍ଠଯନ୍ତ୍ରୀ ସୁଶାନ୍ତ ଖୁରା ଙ୍କୁ ପଚାରିବାରୁ ଠିକାସଂସ୍ଥା ସୂଚନାଫଳକ ଲଗାଇବା ପାଇଁ କୁହାଯିବ ବୋଲି ହାଲକା ଭାବେ ପ୍ରକାଶ କରିଥିଲେ । ଗାଡୱାଲ ଫାଉଣ୍ଡେସନ ଓ ବେଡ ଢଲାଇ କାର୍ଯ୍ୟ ଅତି ନିମ୍ନମାନର ହେଇଥିବା କଥା ପଚାରିବାରୁ ଉତ୍ତର ନ ଦେଇ ଚୁପ ରହିଲେ । ପ୍ରକାଶଥାଉକି ଶ୍ରୀ ଖୁରା ୧୦ବର୍ଷ ରୁ ଉର୍ଦ୍ଧ ରହି ଥିବାରୁ ତାଙ୍କର ଛତ୍ରଛାୟା ତଳେ ବଡ଼ ହାତ ଥିବାରୁ ତାଙ୍କ ବଦଳି ଅଦ୍ୟାବଧି ହୋଇନାହିଁ । ତୁରନ୍ତ ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟିଦେଇ ଅନ୍ୟତ୍ର ବଦଳି କରିବାକୁ ଚାଷୀ ମାନେ ଦାବୀ କରିଛନ୍ତି ।

