ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ତରାପୁର ଠାରେ ବିଜୁ ଜନତା ଦଳର ପଞ୍ଚାୟତ ସ୍ତରୀୟ ସାଂଗଠନିକ କାର୍ଯ୍ୟକର୍ତ୍ତା ସମ୍ମିଳନୀ

ତରାପୁର ଠାରେ ବିଜୁ ଜନତା ଦଳର ପଞ୍ଚାୟତ ସ୍ତରୀୟ ସାଂଗଠନିକ କାର୍ଯ୍ୟକର୍ତ୍ତା ସମ୍ମିଳନୀ

ଆଜି ଧର୍ମଗତ ବ୍ଲକ ତରାପୁର ଠାରେ ଗ୍ରାମ ପଞ୍ଚାୟତ ସ୍ତରୀୟ ସାଂଗଠନିକ କାର୍ଯ୍ୟକର୍ତ୍ତା ବୈଠକ ଅନୁଷ୍ଠିତ ହୋଇ ଯାଇଅଛି।ଆଗାମୀ ବିଜୁ ଜନତା ଦଳର ବ୍ଲକ ସଭାପତି ଡାକେ ଲହଜଲଙ୍କ ସଭାପତିତ୍ଵ ରେ ଉକ୍ତ ବୈଠକରେ ତୃଣମୂଳ ସ୍ତରରେ ଦଳକୁ ଆହୁରି ମଜବୁତ୍ କରାଯିବା ସହ ଆଗାମୀ ପଞ୍ଚାୟତ ସ୍ତରୀୟ ନିର୍ବାଚନ ରଣନୀତି ଉପରେ ଆଲୋଚନା କରିଥିଲେ।

 ଜିଲ୍ଲା ଉପ ସଭାପତି ଥବିର ପ୍ରସାଦ ସାହୁ, ମହିଳା ସଭାନେତ୍ରୀ ମମତା ଗୋପାଳ, ତରାପୁର ପଞ୍ଚାୟତ ସରପଞ୍ଚ ପ୍ରତିନିଧି ସଞ୍ଜୀବ କୁମାର ସାହୁ, ସୁନୀଲ ଦୁରିଆ , ନରେନ୍ଦ୍ର ପଟେଲ, ଅଜିତ କୁମାର ସାହୁ ଓ ଅନ୍ୟାନ୍ୟ ପ୍ରମୁଖ ବିଜୁ ପ୍ରେମୀ କାର୍ଯ୍ୟକର୍ତ୍ତା ସାମିଲ ହୋଇ ଆଗାମୀ ପଞ୍ଚାୟତ ସ୍ତରୀୟ ନିର୍ବାଚନ ସମ୍ପର୍କରେ ଆଲୋଚନା କରିଥଲେ।

ବୈଠକରେ ଯୁବ ଓ ଛାତ୍ର କର୍ମୀମାନଙ୍କ ସଂଗଠନକୁ କିପରି ଆହୁରି ସୁସଂଗଠିତ ଓ ସକ୍ରିୟ କରାଯିବ ସେନେଇ ଆଲୋଚନା କରାଯାଇଥିଲା।ଏହାସହ ଆଗାମୀ ଦିନରେ ବିଜୁ ଜନତା ଦଳର କାର୍ଯ୍ୟଯୋଜନା ଓ ଗ୍ରାମ ସ୍ତରରେ ଦଳକୁ କିପରି ଆହୁରି ଶକ୍ତିଶାଳୀ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିଲା।

Related posts

ବ୍ଲକ କଂଗ୍ରେସ କମିଟି ପକ୍ଷରୁ ହାତକୁ ହାତ ଯୋଡ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Sunil Chandra Nayak

ବିଜେପି ର ହାବସପୁର ଠାରେ ମିଶ୍ରଣ ପର୍ବ ଓ ଆମ୍ବୁଲାନ୍ସ ସେବା ଲୋକାର୍ପିତ 

ଓଡ଼ିଶାରେ ବିଜେପି ସରକାର ଆସିଲେ ଓଡ଼ିଆ ଲୋକ ହେବ ମୁଖ୍ୟମନ୍ତ୍ରୀ :ନିର୍ବାଚନୀ ସଭାରେ ପ୍ରତିଶୃତି ଦେଲେ କେନ୍ଦ୍ରମନ୍ତ୍ରୀ ଭୁପେନ୍ଦ୍ର ସିଂ ଯାଦବ

masiha

Leave a Comment

error: Content is protected !!