ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ପ୍ରବନ୍ଧ

ଆଜିର ଦିବସର ଅନୁଚିନ୍ତା: ଏପ୍ରିଲ୍ ୧୫ : ସୃଜନଶୀଳତା ଓ ସଂଘର୍ଷର ସମନ୍ୱୟ

ଆଜିର ଦିବସର ଅନୁଚିନ୍ତା: ଏପ୍ରିଲ୍ ୧୫ : ସୃଜନଶୀଳତା ଓ ସଂଘର୍ଷର ସମନ୍ୱୟ

 ଡ଼ା. ଦେବୀ ପ୍ରସାଦ ମିଶ୍ର,

କାଳର ଅବିରାମ ଗତିରେ ପ୍ରତିଟି ଦିନ ଇତିହାସର ଅଙ୍କପଟରେ ଗୋଟିଏ ଗୋଟିଏ ଛାପ ରଖିଯାଏ।ଏପ୍ରିଲ୍ ୧୫ ତାରିଖ ତାହାର ଅନ୍ୟତମ ଦୃଷ୍ଟାନ୍ତ, ଯେଉଁଠାରେ ସୃଜନ ଓ ସଂଘର୍ଷର ଅଦ୍ଭୁତ ସମ୍ମିଳନ ଦେଖିବାକୁ ମିଳେ।ବିଶ୍ୱ କଳା ଦିବସର ଅବସରରେ ଆମେ ସ୍ମରଣ କରୁଥାଉ ମହାନ ସ୍ରଷ୍ଟା ଲିଓନାର୍ଡୋ ଦା ଭିଞ୍ଚିଙ୍କୁ,ଯାହାଙ୍କ କଳା ଓ ଚିନ୍ତନ ମାନବ ସଭ୍ୟତାକୁ ନୂଆ ଦିଗ ଦେଇଛି।ସେହିପରି ଟାଇଟାନିକ୍ ଦୁର୍ଘଟଣା ଆମକୁ ସୂଚନା ଦେଇଯାଏ ଯେ,ପ୍ରକୃତି ସମ୍ମୁଖରେ ମଣିଷର ଅହଂକାର କେତେ ବଳଶୂନ୍ୟ।ଏହି ଦିନ ଗଣିତ ମହାପୁରୁଷ ଲିଓନାର୍ଡ ଅଏଲରଙ୍କ ସ୍ମୃତିକୁ ମଧ୍ୟ ଜୀବନ୍ତ କରେ,ଯାହାଙ୍କ ସୂତ୍ର ଓ ସୂଚନା ବିଜ୍ଞାନର ପଥକୁ ପ୍ରକାଶିତ କରିଛି।ଆଧୁନିକ ବ୍ୟବସାୟ ଇତିହାସରେ ମ୍ୟାକ୍‌ଡୋନାଲ୍ଡସ୍‌ର ଆରମ୍ଭ ମଧ୍ୟ ଏହି ଦିନକୁ ଅର୍ଥନୈତିକ ପରିବର୍ତ୍ତନର ସାକ୍ଷୀ କରିଥାଏ।ଭାରତୀୟ ପରିପ୍ରେକ୍ଷୀରେ ଏହା ଆମ ସାଂସ୍କୃତିକ ଆତ୍ମାକୁ ସ୍ପନ୍ଦିତ କରେ।ଓଡ଼ିଆ ନବବର୍ଷ ‘ମହା ବିଷୁବ ସଂକ୍ରାନ୍ତି’ ନୂତନ ଆଶା ଓ ସଂକଳ୍ପର ସନ୍ଦେଶ ଆଣିଥାଏ।

ଏହି ଦିନ ଆମକୁ ଏକ ଗଭୀର ସନ୍ଦେଶ ଦେଇଯାଏ ଯେ ସୃଜନଶୀଳତା କେବଳ ପ୍ରତିଭାର ଫଳ ନୁହେଁ,ଏହା ନିରନ୍ତର ସଂଘର୍ଷ ଓ ସାଧନାର ପରିଣାମ।ତେବେ ଆସନ୍ତୁ,ଆମେ ସମସ୍ତେ ଏହି ଐତିହାସିକ ମୁହୂର୍ତ୍ତରେ ଆମେ ନିଜ କର୍ମକୁ ନୂତନ ଦିଗ ଦେଇ ସମାଜ ଗଠନରେ ସୃଜନଶୀଳ ଅଂଶୀଦାର ହେବା।

   ଡ଼ା. ଦେବୀ ପ୍ରସାଦ ମିଶ୍ର,

✉️ debisirscience@gmail.com 

/ debiprasadmishra085@gmail.com

Related posts

ଆଜିର ଦିବସର ଅନୁଚିନ୍ତା:ଅଗଷ୍ଟ ୦୪ ତାରିଖ :  ବିଶ୍ୱ,ଭାରତ ତଥା ଓଡ଼ିଶାର ଗୌରବମୟ ଇତିହାସ,ବିଜ୍ଞାନ ଏବଂ ମାନବୀୟ ଜ୍ଞାନର ଏକ ଅନନ୍ୟ ସମନ୍ୱୟ(ଆମେରିକାର ପ୍ରଥମ କୃଷ୍ଣକାୟ ରାଷ୍ଟ୍ରପତି ବର୍ଣ୍ଣବୈଷମ୍ୟ ବିରୋଧରେ ବିଜୟର ପ୍ରତୀକ ବାରାକ ଓବାମାଙ୍କ ଜନ୍ମଦିନ,ଆନ୍ତର୍ଜାତୀୟ କ୍ଲାଉଡେଡ୍ ଲେପାର୍ଡ ଦିବସ,ଲୁଇସ୍ ଆର୍ମଷ୍ଟ୍ରଙ୍ଗଙ୍କ ଜୟନ୍ତୀ, ଭାରତର ପ୍ରଥମ ଆଣବିକ ରିଆକ୍ଟର ‘ଅପ୍ସରା’ କାର୍ଯ୍ୟକ୍ଷମ,କିଶୋର କୁମାରଙ୍କ ଜନ୍ମଦିନ,ସ୍ୱଭାବ କବି ଗଙ୍ଗାଧର ମେହେର ଓ ବିଶିଷ୍ଟ ସଂସ୍କୃତିବିଦ୍‌ ପଣ୍ଡିତ ଭଗବାନ ହୋତାଙ୍କ ଆଜି ଶ୍ରାଦ୍ଧ ଦିବସ )

Sunil Chandra Nayak

ଆଜିର ଦିବସର ଅନୁଚିନ୍ତା : ମେ ୭ ତାରିଖ : ଜ୍ଞାନ ଓ ସଂସ୍କୃତିର ଏକ ପବିତ୍ର ସଙ୍ଗମ

ଆଜି ଦିବସର ଅନୁଚିନ୍ତା : ୨୨ ଫେବୃୟାରୀ

Sunil Chandra Nayak

Leave a Comment

error: Content is protected !!