ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ତୁରକେଲ ସେତୁ ନିର୍ମାଣ ଦାବୀରେ ରେ ଜିଲା କଂଗ୍ରେସ ଦଳ ର ଦିତୀୟ ଦିବସରେ ଗଣ ଧାରଣା

ତୁରକେଲ ସେତୁ ନିର୍ମାଣ ଦାବୀରେ ରେ ଜିଲା କଂଗ୍ରେସ ଦଳ ର ଦିତୀୟ ଦିବସରେ ଗଣ ଧାରଣା

ଭବାନୀପାଟଣା/ ଭବାନୀପାଟଣା ଠାରୁ ଖଡ଼ିଆଳ ରାସ୍ତା ର ତୁରକେଲ ତେଲ ନଦୀ ଉପରେ ବିପଦ ସଙ୍କୁଳ ଅବସ୍ଥାରେ ଥିବା ସେତୁ ନିର୍ମାଣ ଦାବୀରେ କଂଗ୍ରେସ ଆନ୍ଦୋଳନ କୁ ଓହ୍ଲାଇଛି। ସଦର ବିଧାୟକ ସାଗର ଚରଣ ଦାସ ଙ୍କ ଆହ୍ଵାନ କ୍ରମେ ଗତକାଲି ଠାରୁ କଂଗ୍ରେସ ସଭାପତି ଜଳନ୍ଧର ନାୟକ ଙ୍କ ନେତ୍ରୁତ୍ଵରେ ଜିଲାପାଳଙ୍କ କାର୍ଯ୍ଯାଳୟ ସମ୍ମୁଖରେ ଗଣଧାରଣା ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଚାଲିବ। ଆଜି ଏହି ଧାରଣା ର ଦିତୀୟ ଦିବସରେ ପୂର୍ବତନ ବିଧାୟକ ତଥା ଜିଲା ସଭାପତି ଭାରତ ଭୂଷଣ ବେମାଲ, ପୂର୍ବତନ ଜିଲା ସଭାପତି ଜୟଦେବ ନାୟକ ବରିଷ୍ଠ କଂଗ୍ରେସ ନେତା ଉଚ୍ଛବ ସାହୁ, ଧନୁର୍ଦ୍ଧର ଗହୀର, ବ୍ରଜ ସାହୁ, ଶୃଙ୍ଖଳା କମିଟି ରାଜ୍ଯ ସଦସ୍ୟ ଇନ୍ଦ୍ରଜିତ୍ ମହାକୁଡ, ସୁଦର୍ଶନ ବିଶ୍ଵାଳ, ସାଧାରଣ ସମ୍ପାଦକ ନୀମାଞ୍ଚଳ ନାୟକ , ଗଣପତି ନାୟକ, ପୂର୍ବତନ ଟାଉନ ସଭାପତି ସିଦ୍ଧାର୍ଥ ନାୟକ,ଯୁବ ନେତା ମହମ୍ମଦ୍ ସାହେବ୍,ଜୁନାଗଡ ବ୍ଲକ ସଭାପତି ଚିତରଞ୍ଜନ ନିଆଲ, ସଦର ବ୍ଲକ ସଭାପତି ସୁବାଷ ପ୍ରଧାନ, ଭାଗବତ୍ ଲାଲ, ବାବା ଖାନ ଲିଙ୍ଗରାଜ ନାୟକ, ଟାଉନ ସଭାପତି ସୁକାନ୍ତ ବିଶି, ମହିଳା ନେତ୍ରୀ ଦ୍ରୌପଦୀ ମାଝୀ, ମନ୍ଦାକିନି ବାଣୁଆ, ଶୁକାନ୍ତି ସରାଫ, ଗଣ ମାଧ୍ୟମ ସଂଯୋଜକ ସନ୍ତୋଷ ପ୍ରଧାନ ପ୍ରମୂଖ ସମେତ ଶତାଧିକ କଂଗ୍ରେସ କର୍ମୀ ଧାରଣାରେ ଉପସ୍ଥିତ ଥିଲେ। ଏହା ପୂର୍ବରୁ ଗତ ଡିସେମ୍ବର ମାସରେ ଏହି ସେତୁ ନିର୍ମାଣ ତୁରନ୍ତ ଆରମ୍ଭ କରିବା ଦାବିନେଇ କଂଗ୍ରେସ ପକ୍ଷରୁ ତୁରକେଲ ଗାଁ ଠାରେ ଧାରଣା ଦିଆଯାଇଥିଲା ସେ ସମୟରେ ସାତ ଦିନ ମଧ୍ୟରେ ନିର୍ମାଣ କାମ ଆରମ୍ଭ ହେବ ବୋଲି ଜିଲା ପ୍ରଶାସନ ଓ ପୂର୍ତ୍ତ ବିଭାଗ ପ୍ରତିଶ୍ରୁତି ଦେଇଥିଲେ। ଇତି ମଧ୍ୟରେ ଚାରି ମାସ ଶେଷ ହେବାକୁ ଯାଉଥିଲେ ବି ସେତୁ ନିର୍ମାଣ ର ନାମ ଗନ୍ଧ ନାହିଁ। ଯାହା ଫଳରେ ଏହି ଅଞ୍ଚଳ ଲୋକେ ହଇରାଣ ହରକତ ହେଉଛନ୍ତି। ତେଣୁ ସଦର ବିଧାୟକଙ୍କ ନିର୍ଦ୍ଦେଶ କ୍ରମେ ଜିଲା କଂଗ୍ରେସର ନେତା ମାନେ ଗଣ ଧାରଣା ରେ ବସିଛନ୍ତି। ଏହି ସେତୁ ନିର୍ମାଣ କରିବା ପାଇଁ ବିଧାୟକ ଶ୍ରୀ ଦାସ ମୁଖ୍ୟମନ୍ତ୍ରୀ ଙ୍କ ଠାରେ ବି ଅନେକଥର ଦାବୀ କରିଛନ୍ତି।

ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ୍ 

Related posts

ରାଇରଙ୍ଗପୁର ପାଢିଆ ଧର୍ମଶାଳା ପରିସରରେ ବିଜେଡି ଆପ୍ରବାସୀ ସାମ୍ମୁଖ୍ୟ ର କର୍ମି ସମ୍ମିଳନୀ

masiha

ବାନ୍ଧନପଳାରେ ବିଜେଡି ଦଳର ସଂକଳ୍ପ ସମାବେଶ

masiha

ଆପ୍ ହିନ୍ଦୋଳ ନିର୍ବାଚନ ମଣ୍ଡଳୀ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଛଅ ଦଫା ଦାବିପତ୍ର    

masiha

Leave a Comment

error: Content is protected !!