ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ୱାର୍ଲ୍ଡ ଏକ୍ସଲେନ୍ସ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇଲେ ପେପରମ୍ୟାନ ଇଣ୍ଡିଆ ଶଶାଙ୍କ 

ୱାର୍ଲ୍ଡ ଏକ୍ସଲେନ୍ସ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇଲେ ପେପରମ୍ୟାନ ଇଣ୍ଡିଆ ଶଶାଙ୍କ 

ଭୁବନେଶ୍ୱର,(ଲିପିକା ରାଣୀ ରାଉତ)୦୩. ୦୫. ୨୬- ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ସହିତ ଜଡିତ ବିଭିନ୍ନ ଉତ୍ପାଦର ସର୍ବବୃହତ ସଂଗ୍ରହ ପାଇଁ ପେପରମ୍ୟାନ ଇଣ୍ଡିଆ ଶଶାଙ୍କ ଶେଖର ଦାଶଙ୍କ ନାମ ୱାର୍ଲ୍ଡ ଏକ୍ସଲେନ୍ସ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଛି | ତାଙ୍କ ସଂଗ୍ରହରେ ରହିଛି ଖବରକାଗଜ, ପତ୍ରିକା, ପୁସ୍ତକ, ଫିଲାଟେଲି ଜିନିଷପତ୍ର, ୧୦୦ ଟଙ୍କାର ସ୍ମାରକୀ ମୁଦ୍ରା ଏବଂ ଅନ୍ୟାନ୍ୟ ବିରଳ ସ୍ମାରକୀ। ମୋଟ ୫୦୦ରୁ ଅଧିକ ପଦାର୍ଥ ଥିବାରୁ ତାଙ୍କୁ ଏହି ସମ୍ମାନଜନକ ୱାର୍ଲଡ଼ ରେକର୍ଡସ ମିଳିଥିବା ଜଣାଯାଇଛି | 

ଏଠାରେ କୁହାଯାଇପାରେ ଯେ ବିଜେପି ଓଡ଼ିଶା ଶାଖା ସହଯୋଗରେ ୨୫ ଡିସେମ୍ବର ୨୦୨୫ରେ ଅଟଳଜୀଙ୍କ ଜନ୍ମଶତବାର୍ଷିକୀ ପାଳନ ଅବସରରେ ଏସବୁ ସଂଗ୍ରହକୁ ନେଇ ଅଟଳନାମା ନାମକ ଏକ ପ୍ରଦର୍ଶନୀ ବିଜେପି ପାର୍ଟି କାର୍ଯ୍ୟାଳୟରେ ପେପରମ୍ୟାନ ଇଣ୍ଡିଆ ଶଶାଙ୍କ କରିଥିଲେ । ଏହି ପ୍ରଦର୍ଶନୀକୁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଉଦଘାଟନ କରିଥିଲେ | ଏହି କାର୍ଯ୍ୟକ୍ରମରେ ଉପ ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହ ଦେଓ, ରାଜ୍ୟ ସଭାପତି ମନମୋହନ ସାମଲ, ଯାଜପୁର ସାଂସଦ ଡକ୍ଟର ରବିନ୍ଦ୍ର ନାରାୟଣ ବେହେରା ଏବଂ ଅନେକ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ | ସୂଚନାଯୋଗ୍ୟ ଖବରକାଗଜ ସଂଗ୍ରହ କରି ପେପରମ୍ୟାନ ଇଣ୍ଡିଆ ଭାବେ ନିଜକୁ ପରିଚିତ କରାଇଥିବ ଶଶାଙ୍କ ଶେଖର ଦାଶ ପୂର୍ବରୁ ନିଜ ନାମା ଗିନିସ ୱାର୍ଲଡ଼ ରେକର୍ଡସରେ ସ୍ଥାନିତ କରିଛନ୍ତି | ଓଡ଼ିଶାରେ ଏକ ସ୍ୱତନ୍ତ୍ର ଖବରକାଗଜ ସଂଗ୍ରହାଳୟ ପ୍ରତିଷ୍ଠା ହେଉ ବୋଲି ଦାବି କରି ଆସୁଛନ୍ତି | ଯଦି ସରକାର ଏହା ପ୍ରତିଷ୍ଠା କରୁଛନ୍ତି ତେବେ ସେ ତାଙ୍କ ସଂଗୃହିତ ସମସ୍ତ ଖବରକାଗଜ ଦାନ କରିବେ ବୋଲି ସୂଚନା ଦେଇଛନ୍ତି |

Related posts

ମୟୂରଭଞ୍ଜ ଏସଏସଡି ବିଦ୍ୟାଳୟ ଅଧିନସ୍ଥ ରୋଷେୟା ଏବଂ ସେବାୟତ ସଂଘ ପକ୍ଷରୁ ବିଭିନ୍ନ ଦାବି ନେଇ ୫ଟି ସଚିବଙ୍କୁ ଦାବିପତ୍ର

masiha

ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପୁଣ୍ୟ ତିଥି 

masiha

୧୧ ତମ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ 

masiha

Leave a Comment

error: Content is protected !!