ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧- ସୋସିଆଲ ମେଡିଆ ଓ ଗଣମାଧ୍ୟମ ର ପ୍ରଭାବରେ ରାସୋଳ ହାଟ ପଡ଼ିଆ ହେଲା ସ୍ବଚ୍ଛ, ୨- ଚଳନ୍ତା ଟ୍ରକ ରେ ନିଆଁ 

ସୋସିଆଲ ମେଡିଆ ଓ ଗଣମାଧ୍ୟମ ର ପ୍ରଭାବରେ ରାସୋଳ ହାଟ ପଡ଼ିଆ ହେଲା ସ୍ବଚ୍ଛ

ଢେଙ୍କାନାଳ-    ଏକବିଂଶ ତମ ରାସୋଳ ମହୋତ୍ସବ ର ନଅ ଦିନ ପରେ ଗତ ୨୭ତାରିଖ ରୁ ରାସୋଳ ଯୁବଗୋଷ୍ଠୀ ମହୋତ୍ସବର ଆୟୋଜକ ଅନୁଷ୍ଠାନ ରାସୋଳ ବିକାଶ ପରିଷଦ ଓ ପଞ୍ଚାୟତ ସରପଞ୍ଚ ଙ୍କୁ ପଡିଆ ର ସ୍ଵଛତା ନିମିତ୍ତ ତ୍ୱରିତ ପଦକ୍ଷେପ ନେବା ପାଇଁ ଅନୁରୋଧ କରିବା ପରେ ଜାଣି ଶୁଣି କାଳକ୍ଷେପଣ ନୀତି ଅବଲମ୍ବନ କରିବାରୁ ଗତ କାଲି ତା୦୫/୦୫/୨୦୨୬ରିଖ ମଙ୍ଗଳ ବାର ଦିନ ହିନ୍ଦୋଳ ଉପଜିଲ୍ଲାପାଳ ଙ୍କ ପାଖରେ ଦେଇଥିଲେ ଲିଖିତ ଅଭିଯୋଗ। ଅଭିଯୋଗ ପରେ ପ୍ରଶାସନ ର ନିର୍ଦ୍ଦେଶ ଅନୁସାରେ ଆଜି ଅଠର ଦିନ ପରେ ବିଳମ୍ବ ରେ ହେଉ ପଛେ ଚେତିଲେ ରାସୋଳ ମହୋତ୍ସବ ଆୟୋଜକ ଓ ପଞ୍ଚାୟତ କର୍ତ୍ତୃପକ୍ଷ।ପଡିଆ ସଫା ପାଇଁ କରାଗଲା ପ୍ରୟାସ।

         ପାର୍ଥକ୍ୟ ଏତିକି ଗତ ୩ତାରିଖରେ ଉଦଯାପିତ ହୋଇଥିବା ହିନ୍ଦୋଳ ହରିହାଟ ମହୋତ୍ସବ ର ଅଠରଘଣ୍ଟା ନପୁରୁଣୁ ଆଉ ରାସୋଳ ମହୋତ୍ସବ ଉଦଯାପିତ ହେବର ରେ ଅଠର ଦିନ ପରେ ମହୋତ୍ସବ ପଡିଆ ର ସ୍ଵଛତା ପାଇଁ କଲେ ପ୍ରୟାସ ଯାହାକି ସାଧାରଣ ରେ ଏବେ ଆଲୋଚନା ର ବିଷୟ।

          ତେବେ ଆଜି ସକାଳୁ ରାସୋଳ ବିକାଶ ପରିଷଦ ତରଫରୁ ଚାରିଜଣ ଶ୍ରମିକ ନିୟୋଜିତ କରାଯାଇ ବିକାଶ ପରିଷଦ ର ସଂପାଦକ ଶ୍ରୀଯୁକ୍ତ ଭାସ୍କର ନାୟକ ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଦିନ ତମାମ ପ୍ରୟାସ ପୂର୍ବକ ପଡିଆ କୁ ସଂପୂର୍ଣ୍ଣ ପରିଷ୍କାର କରାଯାଇଛି। ତେବେ କାହିଁକି ବିଳମ୍ବ ହେଲା ବୋଲି ପଚାରିବାରୁ ସଂପାଦକ ଶ୍ରୀଯୁକ୍ତ ନାୟକ ସିଧା ସଳଖ କୌଣସି ପ୍ରତିକ୍ରିୟା ଦେବେ ନାହିଁ ବୋଲି ମତ ରଖିଥିଲେ।

          ରାସୋଳ ର ମୁଷ୍ଟି ମେୟ ଯୁବଗୋଷ୍ଠୀ ଙ୍କର ଗାଁ ର ସ୍ବଚ୍ଛତା ଦିଗରେ ଦୃଢ଼ ପ୍ରୟାସ ନିହାତି ସ୍ବାଗତ ଯୋଗ୍ୟ।ଗ୍ରାମ ର ବହୁବିଧ ସମସ୍ୟା ର ସମାଧାନ ପାଇଁ ସ୍ବର ଉତ୍ତୋଳନ ପୂର୍ବକ ଉତ୍ସାହୀ ଯୁବକ ମାନଙ୍କର ଦୃଢ଼ ମନୋବଳ ନିହାତି ଗ୍ରାମ ପରିବେଶ କୁ ସୁନ୍ଦର କରି ଗଢି ତୋଳିବ ଏଥିରେ ତିଳେ ହେଲେ ସନ୍ଦେହ ନାହିଁ। ଏତାଦୃଶ ଦୃଢ ପ୍ରୟାସ ପାଇଁ ଶ୍ରଦ୍ଧା ଶକ୍ତି ସେବା ସଂସ୍ଥାନ(ଜନ ମଙ୍ଗଳ)ରାସୋଳ ସଂଗଠନ ତରଫରୁ ପ୍ରତିଷ୍ଠାତା ବିଭୁ ପ୍ରସାଦ ଶତପଥୀ ଆନ୍ତରିକ ସାଧୁବାଦ ତଥା ଅଶେଷ ଧନ୍ୟବାଦ ପ୍ରଦାନ କରିଛନ୍ତି।

ଚଳନ୍ତା ଟ୍ରକ ରେ ନିଆଁ 

କାମାକ୍ଷାନଗର, କାମାକ୍ଷାନଗର ଦେଇ ଯାଇଥିବା ରାଜପଥର ବଡସୁଆଁଳୋ ଠାରେ ଏକ ଚଳନ୍ତା ଟ୍ରକ ରେ ନିଆଁ ଲାଗିଯାଇଥିଲା l ପାଖରେ ଥିବା ଲୋକେ ଟ୍ରକ କୁ ଅଟକାଇବାରୁ ଡ୍ରାଇଭର ଅଳ୍ପକେ ରକ୍ଷା ପାଇଯାଇଥିଲା l ଖବରପାଇ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁ କୁ ଆୟତ କରିଥିଲେ l

ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍ 

Related posts

ନନ୍ଦଗା ପ୍ରାଥମିକ କୃଷି ସମବାୟ ସମିତି ର ସହ ସମ୍ପାଦକ ମନୋଜ କୁମାର ବଣିଆ କାର୍ଯ୍ୟରୁ ନିଲମ୍ବିତ 

masiha

ଚଚରାଗୁଡାରେ ଶିଶୁ ମହୋତ୍ସବ “ସୁରଭି” କାର୍ଯ୍ୟକ୍ରମ

masiha

ବିଧାନସଭାରେ ଉଠିଲା ଖଡିଆଳ ବିଧାୟକ ଙ୍କ ସ୍ୱର  

Sunil Chandra Nayak

Leave a Comment

error: Content is protected !!