ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସିଆଇଟିୟୁର ଅଖିଳ ଭାରତୀୟ ନେତା ବିଷ୍ଣୁ ମହାନ୍ତିଙ୍କ ପରଲୋକ

ସିଆଇଟିୟୁର ଅଖିଳ ଭାରତୀୟ ନେତା ବିଷ୍ଣୁ ମହାନ୍ତିଙ୍କ ପରଲୋକ

ଭୁବନେଶ୍ୱର, ୯/୫ : ଶ୍ରମିକ ଆନ୍ଦୋଳନର ଜଣେ ଦୃଢ଼ ସଂଗଠକ ଓ ସିଆଇଟିୟୁର ଅଖିଳ ଭାରତୀୟ ନେତା ବିଷ୍ଣୁ ମହାନ୍ତିଙ୍କର ଶୁକ୍ରବାର ଗଭୀର ରାତ୍ରି ୩ଟା ୧୫ ମିନିଟ ସମୟରେ ପରଲୋକ ଘଟିଛି। ସେ ଭୁବନେଶ୍ୱରର KIMS Hospital ରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ତାଙ୍କ ପରଲୋକ ଖବର ପ୍ରଚାର ପାଇବା ପରେ ରାଜ୍ୟ ସହ ଶ୍ରମିକ ମହଳରେ ଗଭୀର ଶୋକର ଛାୟା ଖେଳିଯାଇଛି।

ବିଷ୍ଣୁ ମହାନ୍ତି ଦୀର୍ଘଦିନ ଧରି ଶ୍ରମିକଙ୍କ ଅଧିକାର, ସୁରକ୍ଷା ଓ ନ୍ୟାୟସଙ୍ଗତ ଦାବି ପାଇଁ ସଂଘର୍ଷ କରିଆସୁଥିଲେ। ସେ କେବଳ ଜଣେ ନେତା ନୁହେଁ, ଶ୍ରମିକମାନଙ୍କ ପାଇଁ ଜଣେ ଭରସାର ସ୍ୱର ଭାବେ ପରିଚିତ ଥିଲେ। ଦେଶର ବିଭିନ୍ନ ସ୍ଥାନରେ ଆୟୋଜିତ ଶ୍ରମିକ ଆନ୍ଦୋଳନ ଓ ସଂଗଠନୀୟ କାର୍ଯ୍ୟକ୍ରମରେ ସେ ସକ୍ରିୟ ଭାବେ ଭାଗ ନେଇ ସଂଗଠନକୁ ମଜବୁତ କରିବାରେ ଅନେକ ଅବଦାନ ରଖିଥିଲେ।

ତାଙ୍କ ସରଳ ଜୀବନଶୈଳୀ, ସଂଗଠନ ପ୍ରତି ନିଷ୍ଠା ଓ ଶ୍ରମିକମାନଙ୍କ ସମସ୍ୟା ପ୍ରତି ସମର୍ପଣ ତାଙ୍କୁ ସମସ୍ତଙ୍କ ନିକଟରେ ପ୍ରିୟ କରିଥିଲା। ଶ୍ରମିକ ସଂଗଠନର ଅନେକ ନେତା ଓ କର୍ମୀମାନେ ତାଙ୍କୁ ଜଣେ ଆଦର୍ଶ ନେତୃତ୍ୱ ଭାବେ ଦେଖୁଥିଲେ।ବିଷ୍ଣୁ ମହାନ୍ତିଙ୍କ ବିୟୋଗରେ ସିଆଇଟିୟୁ ସଂଗଠନ ଏକ ଅପୂରଣୀୟ କ୍ଷତି ସହିଥିବା ବେଳେ ଶ୍ରମିକ ଆନ୍ଦୋଳନ ଜଣେ ଦୃଢ଼ ସ୍ୱରକୁ ହରାଇଛି। ତାଙ୍କ ପରଲୋକରେ ବିଭିନ୍ନ ଶ୍ରମିକ ସଂଗଠନ, ସାମାଜିକ ଅନୁଷ୍ଠାନ ଓ ରାଜନୈତିକ ବ୍ୟକ୍ତିତ୍ୱମାନେ ଗଭୀର ଶୋକ ପ୍ରକାଶ କରିଥିବା ସହ ପରିବାରବର୍ଗଙ୍କୁ ସାନ୍ତ୍ୱନା ଜଣାଇଛନ୍ତି।

ତାଙ୍କ ଶେଷ ଦର୍ଶନ ପାଇଁ ଅନେକ ଶ୍ରମିକ ନେତା, କର୍ମୀ ଓ ଶୁଭେଚ୍ଛୁମାନେ ହସ୍ପିଟାଲ ଏବଂ ବାସଭବନରେ ପହଞ୍ଚୁଥିବା ସୂଚନା ମିଳିଛି।

ବନମାଳି ବାରିକ ଙ୍କ ରିପୋର୍ଟ୍ 

Related posts

ମୟୂରଭଞ୍ଜରେ ADTS (ସ୍ୱୟଂଚାଳିତ ଯାନ ଚାଳନା ପରୀକ୍ଷା କେନ୍ଦ୍ର) ଉଦ୍‌ଘାଟନ ଓ ATS (ସ୍ୱୟଂକ୍ରିୟ ପରୀକ୍ଷଣ ବ୍ୟବସ୍ଥା) ନିମନ୍ତେ ଶିଳନ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

ରେଳ ବିଭାଗ ଜେନରାଲ ମେନେଜର ଙ୍କୁ ରୁପ୍ରାରୋଡ ରେଳ ସୁରକ୍ଷା ସମିତିର ଏକ ଦାବୀପତ୍ର

Sunil Chandra Nayak

ଛତା ମହୁଲ ପ୍ରାଥମିକ ବିଦ୍ୟାଳୟରେ ଅଭିଭାବକ ସମ୍ମିଳନୀ

Sunil Chandra Nayak

Leave a Comment

error: Content is protected !!