ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସହରର ବିଭିନ୍ନ ସମସ୍ୟାକୁ ନେଇ ପ୍ରମୁଖ ସଚିବଙ୍କ ସହ ବିଧାୟକଙ୍କ ସାକ୍ଷାତ , ଅତ୍ୟାଧୁନିକ ବସଷ୍ଟାଣ୍ଡ ନିର୍ମାଣରେ ଜାଗା ସାଜିଛି ବାଧକ

ସହରର ବିଭିନ୍ନ ସମସ୍ୟାକୁ ନେଇ ପ୍ରମୁଖ ସଚିବଙ୍କ ସହ ବିଧାୟକଙ୍କ ସାକ୍ଷାତ , ଅତ୍ୟାଧୁନିକ ବସଷ୍ଟାଣ୍ଡ ନିର୍ମାଣରେ ଜାଗା ସାଜିଛି ବାଧକ

ରାଉରକେଲା : ରଘୁନାଥପାଲ୍ଲୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ଥିବା ଇସ୍ପାତ ସହରାଞ୍ଚଳର ସେକ୍ଟର-୨ ସ୍ଥିତ ସରକାରୀ ବସ ଷ୍ଟାଣ୍ଡର ପୁନରୁଦ୍ଧାର କରିବା ଏବଂ ରାଉରକେଲା ରୁ ଭୁବନେଶ୍ୱର ଏବଂ କଲିକତାକୁ ଦୈନିକ ବିମାନସେବା ଚାଲୁ କରିବା ଆଦି ସମସ୍ୟା ନେଇ ରଘୁନାଥପାଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ ଆଜି ଭୁବନେଶ୍ୱରରେ ବିଭାଗର ପ୍ରମୁଖ ସଚିବ ଏନ ବି ଏସ ରାଜପୁତଙ୍କ ସହିତ ସାକ୍ଷାତ କରି ଆଲୋଚନା କରିଛନ୍ତି । ଏହି ଆଲୋଚନା ସମୟରେ ରାଉରକେଲା ରୁ ଭୁବନେଶ୍ୱର କୁ ଏବଂ କଲିକତା କୁ ଦୈନିକ ବିମାନସେବା ପ୍ରାରମ୍ଭ ସମ୍ବନ୍ଧରେ ବିଧାୟକ ଶ୍ରୀ ତନ୍ତୀଙ୍କୁ ଏହି ସେବା ଖୁବଶୀଘ୍ର ଚାଲୁ ହେବ ବର୍ତ୍ତମାନ କଲିକତା ମାର୍ଗରେ ସବସିଡି ଦେବାକୁ ନେଇ ରାଜ୍ୟ ସରକାର ଏବଂ ଘରୋଇ ବିମାନ ଚଳାଚଳ କମ୍ପାନୀ ଆଲିଆନ୍ସ ମଧ୍ୟରେ କଥା ଅଟକିଛି, ତେବେ ଏହି ସମସ୍ୟାର ସମାଧାନ ଖୁବଶୀଘ୍ର ହୋଇଯିବା ପରେ ବିମାନସେବା ଚାଲୁ ହୋଇଯିବ ବୋଲି ପ୍ରମୁଖ ସଚିବ ଶ୍ରୀ ରାଜପୁତ ପ୍ରକାଶ କରିଥିଲେ । ସେହିପରି ସେକ୍ଟର-୨ ଠାରେ ଦୀର୍ଘ ସାତ ଦଶନ୍ଧି ତଳେ ନିର୍ମାଣ ହୋଇଥିବା ସରକାରୀ ବସଷ୍ଟାଣ୍ଡକୁ ପୁନରୁଦ୍ଧାର କରି ଏଠାରେ ଏକ ଅତ୍ୟାଧୁନିକ ସେବା ପ୍ରଦାନ କରିପାରୁଥିବା ଏକ ନୂତନ ବସଷ୍ଟାଣ୍ଡ ନିର୍ମାଣ କରି ଅତୀତ ଦିନପରି ରାଉରକେଲା ରୁ ଓଡ଼ିଶାର ସବୁ ଜିଲ୍ଲାକୁ ସରକାରୀ ବସ ଚଳାଚଳ ପ୍ରାରମ୍ଭ କରିବା ସମ୍ବନ୍ଧରେ ହୋଇଥିବା ଆଲୋଚନା ସମୟରେ ପ୍ରମୁଖ ସଚିବ ଶ୍ରୀ ରାଜପୁତ ବିଧାୟକ ଶ୍ରୀ ଦୁର୍ଗା ତନ୍ତୀ ନିଜେ ଏହି ବିଷୟରେ ବାରମ୍ବାର ତାଙ୍କ ବିଭାଗକୁ ଆସି ଦାବିପତ୍ର ପ୍ରଦାନ କରିବା ସହିତ କରିଥିବା ଚର୍ଚ୍ଚାର ସ୍ମରଣ କରାଇ ଏହି କାର୍ଯ୍ୟପାଇଁ ବିଭାଗରେ ଅର୍ଥର ଅଭାବ ନାହିଁ, କିନ୍ତୁ ପରିତ୍ୟକ୍ତ ତଥା ଅବହେଳିତ ଅବସ୍ଥାରେ ପଡିଥିବା ବର୍ତ୍ତମାନର ବସଷ୍ଟାଣ୍ଡଟି ରାଉରକେଲା ଇସ୍ପାତ କାରଖାନା ଅଧୀନରେ ଥିବା ଜାଗାରେ ଥିବାରୁ ଯେପର୍ଯ୍ୟନ୍ତ ରାଉରକେଲା ଇସ୍ପାତ କାରଖାନା ରାଜ୍ୟ ସରକାରଙ୍କୁ ଉକ୍ତ ଜାଗା ହସ୍ତାନ୍ତର ନକରିଛି ଆମେ ସେଠାରେ ଏକ ଅତ୍ୟାଧୁନିକ ସେବା ଯୋଗାଇଦେବାର ବ୍ୟବସ୍ଥା ରହିତ ବସଷ୍ଟାଣ୍ଡ ନିର୍ମାଣ କରି ପାରିବୁ ନାହିଁ ବୋଲି କହିଥିଲେ । ତେବେ ପ୍ରମୁଖ ସଚିବ ଶ୍ରୀ ଆହୁଜା ସଙ୍ଗେ ସଙ୍ଗେ ସୁନ୍ଦରଗଡ ଜିଲ୍ଲାପାଳ ଡଃ ଶୁଭଙ୍କର ମହାପାତ୍ରଙ୍କୁ ଫୋନ କରି ଗତ ଛମାସ ତଳେ ଯାଗା ମାଗିବା ପାଇଁ ଦେଇଥିବା ନିର୍ଦେଶନାମାର କାର୍ଯ୍ୟକାରିତା ନେଇ ପଚାରି ବୁଝିବା ପରେ ବର୍ତ୍ତମାନ ଯଦିଓ ବସଷ୍ଟାଣ୍ଡ ନିର୍ମାଣ ପାଇଁ ଜାଗା ବାଧକ ସାଜିଛି ତେବେ ଏହି ସମସ୍ୟାର ସମାଧାନ ମଧ୍ୟ ରାଜ୍ୟ ସରକାର ଖୁବଶୀଘ୍ର କରିବେ ବୋଲି ବିଧାୟକ ଶ୍ରୀ ତନ୍ତୀଙ୍କୁ ପ୍ରମୁଖ ସଚିବ ଶ୍ରୀ ରାଜପୁତ ପ୍ରତିଶ୍ରୁତି ଦେଇଛନ୍ତି ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ରାୟଗଡା ଦ୍ବାରା ରାଷ୍ଟ୍ରିୟ ଆଇନ ସେବା ଦିବସ ପାଳନ

masiha

ଆମପାଣି ଠାରେ ବିଜୁ ଏକ୍ସପ୍ରେସ ୱେ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

Sunil Chandra Nayak

କଳାହାଣ୍ଡି ଜିଲ୍ଲା ଦକ୍ଷତା ପରିଷଦ ବୈଠକ ଅନୁଷ୍ଠିତ , ଆଇ ଟି ଆଇ ଏବଂ ପଲିଟେକନିକ୍ ଅନୁଷ୍ଠାନ ରେ ୩୦ ପ୍ରତିଶତ ଝିଅ ମାନଂକ ନାମ ଭର୍ତି ପାଇଁ ଲକ୍ଷ୍ୟ

Leave a Comment

error: Content is protected !!