ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆର୍‌ପିଭିଏ ଓ ପାଓ ପକ୍ଷରୁ ଦୁଇଦିନିଆ କର୍ମଶାଳା ଆୟୋଜିତ

ରାଉରକେଲା/ ରାଉରକେଲା ଫୋଟୋଗ୍ରାଫରସ ଓ ଭିଡିଓ ଗ୍ରାଫର୍ସ ଆସୋସିଏସନ୍‌ ବା (ଆର୍‌ପିଭିଏ) ଓ ଫୋଟୋଗ୍ରାଫିକ ଆସୋସିଏସନ୍‌ ଅଫ୍‌ ଓଡ଼ିଶା(ପିଏଓ)ର ମିଳିତ ଆନୁକୂଲ୍ୟରେ ଏକ ଦୁଇଦିନିଆ ସିନେମାଟିକ ଭିଡିଓ କର୍ମଶାଳା ଆୟୋଜିତ ହୋଇଯାଇଛି। ୨୪ ଓ ୨୫ ତାରିଖ ଦୁଇଦିନ ଧରି ଏହି କର୍ମଶାଳା ଆୟୋଜିତ ହୋଇଯାଇଛି। ୨୪ ତାରିଖରେ ସ୍ଥାନୀୟ ରାଧିକା ରିଜେନ୍ସି ରେ ବିବାହ ଭିତ୍ତିକ ଲାଇଭ କର୍ମଶାଳା ଆୟୋଜିତ ହୋଇଥିଲା। ଏଥିରେ ରାଉରକେଲା ସହିତ ଆଖପାଖ ଅଞ୍ଚଳର ବିଭିନ୍ନ ବର୍ଗର ଫୋଟୋଗ୍ରାଫମାନେ ଯୋଗଦେଇ ଫୋଟୋ ଓ ଭିଡିଓଗ୍ରାଫି ସମ୍ପର୍କୀତ ବିଭିନ୍ନ ବୈଷୟିକ ଜ୍ଞାନକୌଶଳ ସମ୍ପର୍କରେ ଅବଗତ ହୋଇଥିଲେ। ସେହିଭଳି ୨୫ ତାରିଖ ଦିନ ସେକ୍ଟର-୨ ସ୍ଥିତ ସାହାନଇ ମଣ୍ଡପଠାରେ ହୋଇଥିବା କର୍ମଶାଳାରେ ଭିଡିଓ ଏଡିଟିଙ୍ଗ ସମ୍ପର୍କରେ ବିଭିନ୍ନ ଶିକ୍ଷା ଦିଆଯାଇଥିଲା । ଏହା ସହିତ କୋଏଲ ନଗର ଫିଟନେସ ପାର୍କଠାରେ ବିବାହ ପୂର୍ବ ସୁଟିଙ୍ଗ ସମ୍ପର୍କୀତ କୌଶଳ ବିଷୟରେ ପ୍ରଶିକ୍ଷଣ ଦିଆଯାଇଥିଲା । ଏହି ଦୁଇଦିନିଆ କାର୍ଯ୍ୟକ୍ରମରେ ଭୁବନେଶ୍ବରରୁ ଆସିଥିବା ପ୍ରଶିକ୍ଷକ ତଥା ପlଓର ସହ ସମ୍ପାଦକ ମିଥୁନ କୁମାର ଜେନା କ୍ୟାମେରା ଚାଳନାର ବିଭିନ୍ନ କଳା ଓ କୌଶଳ ସମ୍ପର୍କରେ ପ୍ରଶିକ୍ଷଣ ଦେଇଥିଲେ । ଏଥିରେ ପାଓର ପଶ୍ଚିମ ଓଡ଼ିଶା ପ୍ରଭାରୀ ରମାକାନ୍ତ ସ୍ବାଇଁ ସହଯୋଗ କରିଥିଲେ। କାର୍ଯ୍ୟକ୍ରମରେ ପାଓର ସାଧାରଣ ସମ୍ପାଦକ ଗୌରୀ ଶଙ୍କର ମହାକୁଡ଼ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲାବେଳେ ଲୋକ ସମ୍ପର୍କ ବିଭାଗର ସମ୍ପାଦକ ପ୍ରକାଶ କୁମାର ଦଳାଇ ସମ୍ମାନୀତ ଅତିଥିଭାବେ ଯୋଗଦେଇଥିଲେ। ଏହା ସହିତ ପାଓର ପୁରୀଜିଲ୍ଲା ଭାରପ୍ରାପ୍ତ ଅଧିକାରୀ ତଥା କାର୍ଯ୍ୟକାରୀ ସଦସ୍ୟ ମନୋରଞ୍ଜନ ରଣା ପ୍ରମୁଖ ଅନ୍ୟତମ ଅତିଥି ଭାବେ ଯୋଗଦେଇଥିଲେ। ରାଉରକେଲା ସହରରେ ପ୍ରଥମଥର ପାଇଁ ଲାଇଭ ବିବାହ କର୍ମଶାଳା ଆର୍‌ପିଭିଏ ଦ୍ବାରା ଆୟୋଜିତ ହୋଇଥିଲା । ଏଥିରେ ବିଭିନ୍ନ ବର୍ଗର ମଡେଲମାନେ ମଧ୍ୟ ଅଂଶଗ୍ରହଣ କରିଥିଲେ । ଏଥିରେ ଫେମ ଫିଲ୍ମ ଇନ୍‌ଷ୍ଟିଚ୍ୟୁଟ ର ପ୍ରତିଷ୍ଠାତା ହୃଶିକେଶ ମହାପାତ୍ରଙ୍କୁ ସ୍ବତନ୍ତ୍ର ଭାବେ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏଥିରେ ଅଂଶଗ୍ରହଣ କରିଥିବା ସମସ୍ତ ଫୋଟୋଗ୍ରାଫର୍ସଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ସମସ୍ତ କାର୍ଯ୍ୟକ୍ରମକୁ ଆର୍‌ପିଭିଏର ସଭାପତି ମକ୍‌ସୁଦ ଆଲାମଙ୍କ ସମେତ ବିନୋଦ କୁମାର, ସଞ୍ଜୟ ପ୍ରଧାନ, ରମାକାନ୍ତ ସ୍ବାଇଁ, ଦେବାଶିଷ ମହାନ୍ତି, ଶିଶିର ମହାନ୍ତି, ପି ସତ୍ୟନାରାୟଣ , ପ୍ରିୟବ୍ରତ ମହାରଣା ଓ ବିନୋଦ କୁମାର ରାୟ ପ୍ରମୁଖ ପରିଚାଳନା କରିଥିଲେ । ଶେଷରେ ନବକୃଷ୍ଣ ମହାପାତ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ

Related posts

ପାଠପଢାକୁ କେନ୍ଦ୍ରକରି ଦୁଇ ଶିକ୍ଷୟିତ୍ରୀ ମୁହାଁମୁହିଁ , ଶିକ୍ଷା କମିଟି ଓ ଛାତ୍ରଛାତ୍ରୀମାନଙ୍କ ଧାରଣା

Sunil Chandra Nayak

ଭବାନୀପାଟଣା ଠାରେ ଜିଲ୍ଲାପାଳ ତଥା ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଜନଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

ନାଟକ ରିହରସେଲ ଲୋକଙ୍କ ମନ ମୋହିଲା

Sunil Chandra Nayak

Leave a Comment

error: Content is protected !!