Uncategorizedକୈଳାସ ଚ଼ନ୍ଦ୍ର ପାଢ଼ୀ ଙ୍କ କବିତା ମୁଁ by Sunil Chandra NayakSeptember 15, 20220284 Share0 ।। ମୁଁ ।। କୈଳାସ ଚ଼ନ୍ଦ୍ର ପାଢ଼ୀ ମେଘମହ୍ଲାରର ସୁର ନୁହେଁ ମୁହିଁ ମୁଁ ଏକ ଅଦିନ ଝଡ଼, ଧୂମକେତୁ ମୁହିଁ ମୁହିଁ ଯେ ଲଞ୍ଜା କେବେ ବା ଅଗ୍ନିରଡ଼ ।। କେବେ ଶ୍ରାବଣର ଝରାମେଘ ମୁହିଁ କେବେ ବା ରୌଦ୍ର ତାପ, କେବେ ନିହାରୀକା ଅକ୍ଷାଂଶ-ଦ୍ରାଘିମା ସହେ ପୃଥିବୀର ଚା଼ପ।। କେବେ ସାଜି ଯାଏ ଛାୟାପଥ ଟିଏ କେବେ ଅଣଚ଼ାଶୀ ବାଆ, ଅଥଳ ଜଳର ନାଉରୀଟିଏ ମୁଁ ମେଲି ଅଛି ମୋର ନାଆ ।। ଜନ୍ମ ଠିକଣା ଖୋଜେନାହିଁ ମୋର ମୁଁ ଯେ ନିର୍ମୂଳି ଲଟା, କେତେବେଳେ କାର ଭାଗ୍ୟାକାଶ ରେ ନେଇ ଆସେ ଘନଘଟା ।। ବିଶ୍ବାମିତ୍ରର କ୍ରୋଧେ ଥାଏଁ କେବେ କେବେ ବଶିଷ୍ଠର ପ୍ରାଣେ, କେବେ ହଜିଯାଏ ମଉନ ମଗ୍ନେ ନିର୍ବାଣ ସନ୍ଧାନେ ।। କୁମାର ପୁର। ଅନନ୍ତ ପୁର । ବାସୁଦେବ ପୁର। ଭଦ୍ରକ ।