ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦରଦୀ ଜିଲ୍ଲା ପାଳଙ୍କ ନିର୍ଦେଶ ରେ ମିଳିତ ତଦନ୍ତ ପକ୍ରିୟା ପାଇଁ 40 ଦଳିତ ପରିବାର ସାତଭାୟା ଥଇଥାନ ଅପେକ୍ଷା ରେ ସମୟ ବିତୁଛି,!

ରାଜନଗର /କେନ୍ଦ୍ରାପଡ଼ା ଜିଲ୍ଲାର ଅତି ଅଭାବ ଓ ଅବାଭନୀୟ ଅବସ୍ଥାରେ ପଡି ରହିଥିବା ରାଜନଗର ବ୍ଲକ ଅଧୀନରେ ଥିବା ସାତଭାୟା ପଂଚାୟତ ର 571ପରିବାର ଲୋକମାନକୁ ରାଜ୍ୟ ସରକାର ଙ୍କ ତରଫରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ଅବସ୍ଥିତ କରାଯାଇଥିବା ସ୍ଥଳେ ସେପଟେ ସ୍ଥାନୀୟ ଅଞ୍ଚଳ ର ଥଇଥାନ ରେ ସାମିଲ କରା ନଯାଇ ଥିବା ର ସାତଭୟା ପଂଚାୟତ ର ଥଇଥାନ ନାମରେ ଲୋକାଲ କମିଟିର କିଛି ରାଜନୈତିକ ଆଗ ଧାଡ଼ିର ନେତା ମାନେ ନିଜର  ସ୍ୱାର୍ଥ  ସାଧନା  ପାଇଁ କିଛି ମୁଷ୍ଟିମେୟ ଲୋକେ ମିଳି ମିଶି ସବୁ ଜାଣିଶୁଣି 40 ଗରିବ ଓ ଦିନମଜୁରିଆ ସହିତ ଦଳିତ ଓ ନିର୍ଯାତନା ପାଇଆସୁଥିବା ପରିବାର ବର୍ଗ ଙ୍କୁ ସରକାର ଙ୍କ ପ୍ରତ୍ୟେକ ଯୋଜନା ରୁ ବଞ୍ଚିତ କରାଯାଉଛି,! ତେବେ ରାଜ୍ୟ ସରକାର ଙ୍କ ର ଶତାଧିକ ସଂଖ୍ୟାରେ ଅନୁ ସୂଚିତ ଜାତି ଲୋକ ମାନଙ୍କ ପାଇଁ ସମସ୍ତ ପ୍ରକାର ବିଧିବଦ୍ଧ ବ୍ୟବସ୍ଥା ଥିଲେ ସେଥିରୁ ଉକ୍ତ ଶିଡୁଲୁକାଷ୍ଟ ସମ୍ପ୍ରଦାୟ ର ଯୋଗ୍ୟ ବିବେଚିତ ହିତାଧିକାରୀ ଲୋକ ଙ୍କୁ ଜାଣି ଶୁଣି  ଖାମଖିଆଲି ମନୋଭାବ ନେଇ ବିଭାଗ ର ବିଭାଗୀୟ ଅଧିକାରୀ ମାନେ କୌଣସି ପ୍ରକାର ସୁବିଧା ଯୋଗାଇ ଦେବା ନିମନ୍ତେ ଆଦୌ ଚେଷ୍ଟା କରାଯାଉ ନାହଁ,! ତେବେ ସାତଭାୟା ପଂଚାୟତ ର ନୂତନ ଥଇଥାନ ପକ୍ରିୟା ରୁ ବଞ୍ଚିତ ହୋଇ ହନ୍ତସନ୍ତ ହୋଇ କିଭଳି ଭାବେ ଜୀବନ ବିତାଉଛନ୍ତି ତାହାର ସବିଶେଷ ଅଭିଯୋଗ  ସିଧା ସଳଖ ଭାବେ 40ଦଳିତ ପରିବାର ମହିଳା ମାନେ ଆଣିଛନ୍ତି,! ଆମ ଚ୍ୟାନେଲ ର କେନ୍ଦ୍ରାପଡ଼ା ବ୍ୟୁରେ ଚି଼୍ଫ ଙ୍କ ସ୍ୱତନ୍ତ୍ର ଅନୁଧ୍ୟାନ କରି ତଥ୍ୟ ଭିର୍ତ୍ତିକ ଖବର ପ୍ରସାରଣ ନିମନ୍ତେ ପ୍ରଚେଷ୍ଟା ସହିତ ଜନସାଧାରଣ ଙ୍କ ଖୋଦ ହକ ଅଧିକାର ପାଇବା ଲାଗି ରାଜ୍ୟ ସରକାର ଙ୍କ ସହିତ ଜିଲ୍ଲା ପ୍ରଶାସନ ସମେତ ରାଜନଗର ବ୍ଲକ ପ୍ରଶାସନ ଙ୍କ ନିକଟରେ ଅନେକ ଥର ଲିଖିତ ଅଭିଯୋଗ ଏବଂ ଗୁହାରି କରିଜଣାଇବା ଏଥିସହିତ ବର୍ଷ ବର୍ଷ ଦୌଡ଼ି ଆମ୍ଭେ ମାନେ ନୟାନ୍ତ ହୋଇପଡିଲୁଣି ଅନ୍ୟ ଦିଗରେ ଯଦି ଦେଖା ଯାଏ,! ସତ କହିବାକୁ ଗଲେ ପୁଣି ବି ବିଳମ୍ବ ହୋଇଥିଲେ ମଧ୍ୟ କେନ୍ଦ୍ରାପଡ଼ା ଜିଲ୍ଲାର ଦରଦୀ ଜିଲ୍ଲାପାଳ ମହୋଦୟ କିଛି ବ୍ୟବସ୍ଥା କରିବା ଲାଗି ଆମ୍ଭେ 40ଅସହାୟ ପରିବାର ଲୋକ ଙ୍କ ଦୁଃଖ ଶୁଣିବା ପାଇଁ ପ୍ରତିଶୃତି ଦେଇଥିବାରୁ ଆମ୍ଭେ ମାନେ ଜିଲ୍ଲାପାଳ ସାର ଙ୍କ ସହିତ ତାଙ୍କ ପରିବାର ପ୍ରତି ଶୁଭେଚ୍ଛା ଓ ରାଜନଗର ବ୍ଲକ ର ପୁରାଣ ବର୍ଣ୍ଣିତ ଆରାଧ୍ୟ୍ୟ ଦେବୀ ମା ପଞ୍ଚୁ ବାରାହୀ ଙ୍କ ନିକଟରେ ଶୁଭ ଓ ମଙ୍ଗଳ କାମନା ଜଣାଉଛୁ,!

କେନ୍ଦ୍ରାପଡ଼ା ରୁ ବ୍ୟୁରେ ଚି଼୍ଫ ଅନିରୁଦ୍ଧ ସେଠୀ ଙ୍କ (ମସିହା ନିୟୁଜ )

Related posts

ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ବୃକ୍ଷରୋପଣ

ବରିଷ୍ଠ କଳାକାର ସଂଘର କଳାକାର ଏକତା ଅଭିଯାନରେ ବାଲେଶ୍ବର 

Sunil Chandra Nayak

ଲଡୁଗାଁ ରେ ମହାସମାରୋହ ରେ ଲକ୍ଷ୍ମୀ ପୂଜାର୍ଚ୍ଚନା ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!