ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବ ବର୍ଷ ଉପଲକ୍ଷେ ଡାଲଗୁମା ଠାରେ ଘୁମୁରା ପ୍ରତିଯୋଗିତା

ଡାଲଗୁମା ୦୪/୦୧ – (ମ.ନି.ସ) :- କଳାହାଣ୍ଡି ଜିଲ୍ଲା କୋକସରା ବ୍ଳକ ଡାଲଗୁମା ଠାରେ ନୂତନ ବର୍ଷର ଅଭିନନ୍ଦନ ପୁରୁଣା ବର୍ଷର ବିଦାୟ ଅବସରରେ ଗତ ତା ୩୧ ରିଖ ଶନିବାର ରାତ୍ରରେ ଗ୍ରାମରେ ଏକ ମନୋରଞ୍ଜନ କାର୍ଯ୍ୟକ୍ରମ ଘୁମୁରା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ପ୍ରତିଯୋଗିତାରେ ୭ ଗୋଟି ଘୁମୁରା ଦଳ ଭାଗନେଇଥିଲେ। ଏହି ପ୍ରତିଯୋଗିତାରେ ପ୍ରଥମ ପୁରସ୍କାର ବାନେର,ଦ୍ବିତୀୟ କଦଳୀ ମୁଣ୍ତା ତୃତୀୟ ଅନ୍ତର୍ଲା ଘୁମୁରା ଦଳ ବିଜୟୀ ହୋଇଥିଲେ। ବିଜୟୀ ଦଳଙ୍କୁ ଅତିଥି ଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା। ଏହି କାର୍ଯ୍ଯକ୍ରମ ରେ ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ସମିତି ସଭ୍ଯ ଚିନ୍ତାମଣୀ ଚଣ୍ତୀ ମଞ୍ଚ କୁ ଉଦଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ସରପଞ୍ଚ ଯୋଜିନ୍ଦ୍ର ପଟ୍ଟନାୟକ, ମୁଖ୍ୟ ବକ୍ତା ବ୍ଳକ କଂଗ୍ରେସ କମିଟି ଉପସଭାପତି ମହେନ୍ଦ୍ର କୁମାର ଧରୁଆ,ଜୟରାମ ନାଗ, ଜୟରାମ ଚଣ୍ତୀ, ପବିତ୍ର ନାଗ, ପ୍ରଫୁଲ୍ଲ ଚଣ୍ତୀ, ଦିଲେଶ୍ବର ଖର୍ସେଲ,ପ୍ରଭାକର ପଟ୍ଟନାୟକ. ଅନୁଷ୍ଠାନର ସଭାପତି କ୍ଷୀରୋଦ କୁମାର ଲହଜଲ, ସମ୍ପାଦକ ସାମନ୍ତ ବେମାଲ ଓ ସଭାପତି ପରିଚାଳନା କରିଥିଲେ। ଦିଗମ୍ବର ବେମାଲ ମଞ୍ଚ ପରିଚାଳନା କରି ଥିବା ବେଳେ  ଭକ୍ତି ରାମ ପୋଡ ସହଯୋଗ କରିଥିଲେ।

ଡାଲଗୁମା ରୁ ମହେନ୍ଦ୍ର ଧରୁଆ ଙ୍କ ରିପୋର୍ଟ 

Related posts

ବିଶିଷ୍ଟ ସମାଜସେବୀ ତଥା ପୂର୍ବତନ ସରପଞ୍ଚ ଧର୍ମୁ ପଧାନଙ୍କ ପରଲୋକ, ଅଞ୍ଚଳରେ ଶୋକର ଛାୟା 

Sunil Chandra Nayak

କଳାହାଣ୍ଡି ଜିଲ୍ଲାର ପର୍ଯ୍ୟଟନ ସ୍ଥଳୀ କରକ ଜଳପ୍ରପାତ କୁ ମିଳିଲା ପର୍ଯ୍ୟଟନ ବିଭାଗ ପକ୍ଷରୁ ଅନୁଦାନ

masiha

କୃଷକ ମେଳା 

masiha

Leave a Comment

error: Content is protected !!