ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବେକାର ଯୁବକ ଯୁବତୀ ଙ୍କ ଦାବିପତ୍ର ପ୍ରଦାନ

ଚନ୍ଦାହାଣ୍ଡି -( ମ ନି ସ ୧୪/୧)ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ର ତାଲିମ ପ୍ରାପ୍ତ ଆଶାୟୀ ଶିକ୍ଷକ/ଶିକ୍ଷୟିତ୍ରୀ ଓ ଶିକ୍ଷିତ ବେକାର ଯୁବକ,ଯୁବତୀ ସଂଘ,ବ୍ଲକ ଚନ୍ଦାହାଣ୍ଡି ପକ୍ଷରୁ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଏକ ଦାବିପତ୍ର ଶନିବାର ପ୍ରଦାନ କରାଯାଇଛି । ଯେଉଁଥିରେ ଦାବି ରଖାଯାଇଛି ଯେ ଯେଉଁ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଓଡିଶା ସରକାରଙ୍କ ଅଧୀନରେ କାର୍ଯ୍ୟରତ ଅଛନ୍ତି ସେମାନେ ଶିକ୍ଷା ଅଧିକାର ଅଧିନିୟମ ୨୦୦୯ ର ସେକ୍ସନ ୨୮ କୁ ଖୋଲା ଖୋଲି ଉଲଂଘନ କରି ଘରୋଇ ଟିୟୁସନ ପଢ଼ାଉଛନ୍ତି ଯାହାକି ଆଇନ ବିରୋଧୀ କାର୍ଯ୍ୟ ଅଟେ ,ତେଣୁ ଯେଉଁ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଏହି କାର୍ଯ୍ୟରେ ସମ୍ପୃକ୍ତ ଅଛନ୍ତି ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଉଭୟ ସଂଘ ପକ୍ଷରୁ ଦାବି କରିଛନ୍ତି । ତତ୍ ସହ ବ୍ଲକ ମଧ୍ୟରେ ଶିକ୍ଷା ବିଭାଗରେ ଖାଲି ପଢିଥିବା ସିଟ ଗୁଡିକ ପୂରଣ କରିବା ପାଇଁ ଦାବି ପତ୍ରରେ ଉଲ୍ଲେଖ କରିଛନ୍ତି । ଦାବି ପୂରଣ ଶୀଘ୍ର ନ କଲେ ଆଗାମୀ ଦିନରେ ଏକ ବିରାଟ ଆନ୍ଦୋଳନ କରାଯିବ ବୋଲି ସଂଘ ପକ୍ଷରୁ କୁହାଯାଇଛି । ଉକ୍ତ ଦାବିପତ୍ର ଦେବା ସମୟରେ ଶିକ୍ଷିତ ବେକାର ଯୁବକ ଯୁବତୀ ସଂଘ,ବ୍ଲକ ଚନ୍ଦାହାଣ୍ଡି ପୁରୁଷ ବର୍ଗ ସଭାପତି ମୁରଲୀଧର ପୂଜାରୀ,ମହିଳା ସଭାପତି ପାର୍ବତୀ ଧୁରୁଆ,ସମ୍ପାଦକ ଖୀରସିନ୍ଧୁ ନାଗେଶ,ଅକ୍ଷୟ କୁମାର ମାଝୀ,ଭୋଳାନାଥ ବିଶି,ନକେଶ୍ୱର ବିଶୋଇ,ପୁରୁଷୋତ୍ତମ ସେଠି,ଗୋଲାପ ନେଗୀ,ରାଜେଶ ନାୟକ,ସଂଗ୍ରାମ ପୂଜାରୀ,ନରହରି ଗୋପାଳ, ତ୍ରିନାଥ ମାଝୀ,ପ୍ରକାଶ କୁମାର ଜଗତ,ସୁମନ୍ତ କୋଲଥିଆ,ଶରତ ନେତାମ,ଆକାଶ ପୂଜାରୀ ପ୍ରମୁଖ ଉପସ୍ଥିତ ଥିଲେ ।

ଚନ୍ଦାହାଣ୍ଡି ରୁ ଲୀପ ଦାସ ଙ୍କ ରିପୋର୍ଟ୍ 

Related posts

ଧୋକା ଦେଲା ବର୍ଷା , ସର୍ବନିମ୍ନ ସ୍ତରକୁ ପହଞ୍ଚିଲା ଇନ୍ଦ୍ରାବତୀ ପାଣି

masiha

ଉତ୍କେଲା ଡାକ୍ତରଖାନା ରେ ବିଦ୍ବୁତ ସମସ୍ୟା , କାମରେ ଲାଗୁନି ବହୁମୁଲ୍ୟ ଯନ୍ତ୍ରପାତି

Sunil Chandra Nayak

ରାଇଘର ବ୍ଲକ ସ୍ତରୀୟ ଜିଲ୍ଲାପାଳ ଙ୍କ ଯୁଗ୍ମ ଜନଶୁଣାଣି ଶିବିର

Sunil Chandra Nayak

Leave a Comment

error: Content is protected !!