ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନେତାଜୀ ଜୟନ୍ତୀ ଓ ଭାବବିନିମୟ କାର୍ଯ୍ୟକ୍ରମ

ରାଉରକେଲା/ ସହରରେ ନିଃଶୁଳ୍କ ଶିକ୍ଷାଦାନ ଦେଉଥିବା ରାଧାକାନ୍ତ ମହାରଣା ଙ୍କ ଶିକ୍ଷାର୍ଥୀ ମାନଙ୍କ ମଧ୍ୟରେ ଭାବବିନିମୟ ସହ ନେତାଜୀ ସୁବାସଚନ୍ଦ୍ର ବୋଷଙ୍କ ଜୟନ୍ତୀ ରେଲୱେ କଲୋନୀ ଠାରେ ପାଳିତ ହୋଇଯାଇଛି । ରାଧାକାନ୍ତ ସାରଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନ ତଥା ଅଭିମନ୍ୟୁ ମାହାତୋଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଶିକ୍ଷାବିତ ହରିହର ବେହେରା, କାର୍ତ୍ତିକଚନ୍ଦ୍ର ମିଶ୍ର, ଉମାଶଂକର ତିୱାରୀ, ଜୟନ୍ତୀ ମିଶ୍ର, କ୍ରୀଷ୍ଣାକୁମାର ଠାକୁର, କବି ତଥା ସାମ୍ବାଦିକ କୁଞ୍ଜବିହାରୀ ରାଉତ, ସତ୍ୟାନନ୍ଦ ବେହେରା, ଉମେଶ ସିଂହ,ନିତେଶ କୁମାର, ସମାଜସେବୀ ଅଜିତ କୁମାର ପୃଷ୍ଟି, ବାବୁଲା ନାହାକ, ସବିତା ପୃଷ୍ଟି, ଆର ରମେଶ, ବିଜୟ କୁମାର ବେହେରା ପ୍ରମୁଖ ଯୋଗଦେଇଥିଲେ। ଅତିଥିମାନେ ସେମାନଙ୍କ ବକ୍ତବ୍ଯରେ ଆଚରଣ ଓ ଉଚ୍ଚାରଣରେ ସମନ୍ବୟ, ନୈତିକ ଶିକ୍ଷା, ଶୃଙ୍ଖଳା ଜ୍ଞାନ ଓ ମାନସିକ ଅବସାଦରୁ ମୁକ୍ତି ସଂପର୍କରେ କହିଥିଲେ। ବିଦ୍ୟା ହେଉଛି ଗୁରୁମାନଙ୍କର ଗୁରୁ ବୋଲି ମତପ୍ରକାଶ ପାଇଥିଲା । ଏହି ଅବସରରେ ସଂଧ୍ୟା କୁମାରୀ, ରୀତୁ କୁମାରୀ, ସନା ଫାତମା, ମଣ୍ଟୁ କୁମାର,କାଜଲ କୁମାରୀ, ଗୌତମ କୁମାର,ସୋହିତ ନାୟକ,ସୁନିତା ଯାଦବ, ମଧୁସ୍ମିତା ମହାରଣା, ଶୋଭା ମାହାତୋ,ପ୍ରିତେନ୍ସ ସାହୁ,ଅଭିଷେକ ମାହାତୋ ପ୍ରମୁଖ ନେତାଜୀଙ୍କ ବଳିଦାନ ଓ ସ୍ବାଧୀନତା ସଂଗ୍ରାମରେ ଭୂମିକା ସଂପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ଅତିଥି ଶ୍ରୀ ପୃଷ୍ଟି ଛାତ୍ରଛାତ୍ରୀ ମାନଙ୍କୁ ଇଂରାଜୀ ବ୍ୟାକରଣ ପୁସ୍ତକ ବଣ୍ଟନ କରିଥିଲେ । ଏହାସହ ଛାତ୍ରଛାତ୍ରୀଙ୍କ ମଧ୍ୟରେ କୁଇଜ,ନୃତ୍ୟ ଓ ସଂଗୀତ ପ୍ରତିଯୋଗିତା କରାଯାଇଥିଲା । କୁଇଜ ପ୍ରତିଯୋଗିତାରେ କାଜଲ ପ୍ରସାଦ ପ୍ରଥମ, ମଧୁସ୍ମିତା ମହାରଣା ଓ ପ୍ରେମଲତା ସାହୁ ଯୁଗ୍ମ ଦ୍ୱିତୀୟ, ଅସ୍ତୁତୀ କୁମାରୀ ତୃତୀୟ ହୋଇଥିବା ବେଳେ ନୃତ୍ୟରେ ଆରତୀ ଦାସ ପ୍ରଥମ,ରୋଶନୀ ସାହୁ ଦ୍ୱିତୀୟ ଓ ସନା ଫାତମା ତୃତୀୟ,ସଂଗୀତରେ ଶୋଭା ମାହାତୋ ପ୍ରଥମ ଓ ପ୍ରେରଣା କୁମାରୀ ଦ୍ବିତୀୟ,ବକୃତା ପ୍ରତିଯୋଗିତାରେ ଅଭିମନ୍ୟୁ ମାହତୋ ପ୍ରଥମ,ମଧୁସ୍ମିତା ମହାରଣା ଦ୍ୱିତୀୟ ଓ କାଜଲ କୁମାରୀ ତୃତୀୟ ସ୍ଥାନ ଅଧିକାର କରି ଅତିଥିଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ । କବିତା ଅଗ୍ରୱାଲ ଓ ଅନ୍ୟମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ସୂଚନା ଯୋଗ୍ୟ ଯେ ଅବସରପ୍ରାପ୍ତ ଶିକ୍ଷକ ରାଧାକାନ୍ତ ସାର ଆପଣା ପେନସନ ଅର୍ଥରୁ ସିଂହଭାଗ ଗରିବ ଛାତ୍ର ଛାତ୍ରୀ ଙ୍କୁ ଶିକ୍ଷାଦାନ ସହ ପଠନ ସାମଗ୍ରୀ ପାଇଁ ଦାନ କରିଥାନ୍ତି ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

କୁକୁରକୁ ଧକ୍କା ଦେଇ ଦୁଇ ବାଇକ୍ ଆରୋହୀ ଗୁରୁତର

Sunil Chandra Nayak

ବାଇକ ଦୁର୍ଘଟଣାରେ ଦୁଇ ଜଣ ଗୁରୁତର

masiha

କଟକ ସଦର କନ୍ଦରପୁର ଗ୍ରାମରେ ଭାଗବତ ମେଳଣ ଅନୁଷ୍ଠିତ

masiha

Leave a Comment

error: Content is protected !!