ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁରରେ ସମ୍ବାଦ ସାହିତ୍ୟ ଘର ଜିଲ୍ଲାସ୍ତରୀୟ ୯ମ ବାର୍ଷିକ ଉତ୍ସବ                

ମୟୂରଭଞ୍ଜ ୨୨/୧/୨୩ (ମସିହା) ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ପୂର୍ଣଚନ୍ଦ୍ର ମହାରାଜା କଲ୍ୟାଣ ମଣ୍ଡପ ପରିସରରେ ସମ୍ବାଦ ସାହିତ୍ୟ ଘର ଜିଲ୍ଲା ସ୍ତରୀୟ ୯ମ ବାର୍ଷିକ ମହୋତ୍ସବ ମହାସମାରୋହରେ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି । ରାଇରଙ୍ଗପୁର ସମ୍ବାଦ ସାହିତ୍ୟ ଘର ସଭାପତି ତିମିର ରଂଜନ ପଣ୍ଡା ଙ୍କ ସଭାପତିତ୍ବ କରିଥିଲାବେଳେ ରଂଜନ ନନ୍ଦ ଏବଂ ଅଧ୍ୟାପକ ଡଃ ଦିଗମ୍ବର ଗିରି ମଂଚ ପରିଚାଳନା କରିଥିଲେ |ଏଥିରେ ମୁଖ୍ୟଅତିଥି ରୂପେ ସମ୍ବାଦ ଓ ଆମ ଓଡିଶା ସମ୍ପାଦକ ସୌମ୍ୟ ରଞ୍ଜନ ପଟ୍ଟନାୟକ,ମୁଖ୍ୟବକ୍ତା ସମ୍ବାଦ ସାହିତ୍ୟ ଘର ରାଜ୍ୟ ସଂଯୋଜିକା ଡକ୍ଟର ଶୁଭଶ୍ରୀ ଲେଙ୍କା,ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ରେଜିଷ୍ଟାର ତଥା ଅନୁବାଦକ ଡକ୍ଟର ରାଜେନ୍ଦ୍ର ପ୍ରସାଦ ମିଶ୍ର,ସମ୍ବାଦ ସାହିତ୍ୟ ଘର ସଂଯୋଜକ ଅରବିନ୍ଦ ଦାସ ତଥା ବରିଷ୍ଠ ଆଇନଜୀବୀ ରସାନନ୍ଦ ଲେଙ୍କା,ଶୃତି ପ୍ରକାଶ ଦାସ,ବିକାଶ ରଂଜନ ନାୟକ,ରାଇରଙ୍ଗପୁର ସମ୍ବାଦ ଜିଲ୍ଲା ସାମ୍ବାଦିକ ତୁଷାରକାନ୍ତ ମହାନ୍ତ ଯୋଗ ଦେଇ ଓଡିଆ ସାହିତ୍ୟ ର ରୂପ,ରସ,ରଙ୍ଗ ବିଷୟରେ ସାରଗର୍ଭକ ବକ୍ତବ୍ୟ ଦେଇଥିଲେ |ଏଥିରେ ରାଇରଙ୍ଗପୁର ସମ୍ବାଦ ସାହିତ୍ୟ ଘର ସଭାପତି ଶ୍ରୀ ପଣ୍ଡା ତାଙ୍କର ବହୁମୂଲ୍ୟ ଭାଷଣରେ ସାହିତ୍ୟ ଆମ ସମାଜର ପ୍ରତିଛବି ବୋଲି କହିଥିଲା ବେଳେ ସମ୍ପାଦକ ଡକ୍ଟର ଦିଗମ୍ବର ଗିରି ସମ୍ବାଦ ସାହିତ୍ୟ ଘର ର ବାର୍ଷିକ ବିବରଣୀ ପାଠ କରିଥିଲେ |ଉକ୍ତ କାର୍ଯ୍ୟକ୍ରମରେ ନିମନ୍ତ୍ରିତ ଅତିଥି ରୂପେ ସୂର୍ଯ୍ୟକାନ୍ତ ଘଣା,ଉପଖଣ୍ଡ ପୋଲିସ ଅଧିକାରୀ ଗୋକୁଳାନନ୍ଦ ସାହୁ,ଦିଲ୍ଲୀପ କୁମାର ମହାନ୍ତି,ରବିନ୍ଦ୍ର କୁମାର ପଟ୍ଟନାୟକ,କାଳୀପ୍ରସନ୍ନ ମହାନ୍ତି, ଅଧ୍ୟାପକ ମାନସ କୁମାର ପରିଡା,ଡକ୍ଟର ମିଲନ ମହାନ୍ତ,ଡକ୍ଟର ତନ୍ମୟୀ ରଥ ତଥା ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ |ଏହି ଅବସରରେ ଶିଶୁ ସାହିତ୍ୟିକ ନେପାଳ ଚନ୍ଦ୍ର ସାହୁ ଓ ଗାଳ୍ପିକ ମିତ୍ରଭାନୁ ତନ୍ତୀଙ୍କୁ ସମ୍ମାନିତ କରାଯାଇଥିବା ବେଳେ ଦୁଇଟି ପୁସ୍ତକ `ବସନ୍ତର ସଙ୍ଗୀତ´ ଓ କୁଡମାଲି କବିତା `ସାହିତ୍ୟରେ ବ୍ୟାକରଣ´କୁ ମୁଖ୍ୟ ଅତିଥି ସୌମ୍ୟ ରଂଜନ ପଟ୍ଟନାୟକଙ୍କ କରକମଳରେ ଉନ୍ମୋଚିତ ହୋଇଥିଲା |ସମ୍ବାଦ ସାହିତ୍ୟ ଘର ତରଫରୁ ବିଦ୍ୟାଳୟରେ ହୋଇଥିବା ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା| ଏହି ସାରସ୍ବତ ସମାରୋହରେ ୨୭ଜଣ କବି ଓ କବିୟତ୍ରୀ କବିତାପାଠ କରିଥିଲେ |ରାଇରଙ୍ଗପୁର ବିଦ୍ୟାଳୟ ଓ ମହାବଦ୍ୟାଳୟ ଛାତ୍ରୀମାନଙ୍କ ଦ୍ବାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଆଯୋଜିତ ହୋଇଥିଲା |ଏହି କାର୍ଯ୍ୟକ୍ରମରେ ଶିକ୍ଷକ ରଂଜନ କୁମାର ନନ୍ଦ ସଭା ପରିଚାଳନା କରିଥିବା ବେଳେ ଅଧ୍ୟାପକ ବିଜୟ କୁମାର ରାମ ଧନ୍ୟବାଦ ଅର୍ପଣ କରିଥିଲେ |ଏହି ମହାନ ସାହିତ୍ୟ ଆସରରେ ରାଇରଙ୍ଗପୁର ସହର ର ବହୁ ସାହିତ୍ୟ ପ୍ରେମୀ ବହୁ ସଂଖ୍ୟାରେ ଯୋଗଦାନ କରିଥିଲେ |

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳଙ୍କ ରିପୋର୍ଟ

Related posts

ଜୁଏଲଙ୍କୁ ସମ୍ବର୍ଦ୍ଧନା ଓ ମତଦାତାଙ୍କୁ ଅଭିନନ୍ଦନ 

masiha

ଭଦ୍ରକ ସାଂସଦଙ୍କୁ ଭେଟିଲେ ଶିକ୍ଷାବିତ୍

Sunil Chandra Nayak

ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ଶିକ୍ଷାବିତ୍ ପବିତ୍ର କୁମାର ପ୍ରଧାନଙ୍କ ବିୟୋଗରେ ଶୋକ 

masiha

Leave a Comment

error: Content is protected !!