ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ମା ଠାକୁରାଣୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ପାପଡାହାଣ୍ଡି,23/1, ମନିସ –ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମଇଦଲପୁର ପଞ୍ଚାୟତ ଅନ୍ତର୍ଗତ ରାବଣଗୁଡା ଠାରେ ଚାଲିଥିବା ମାଠାକୁରାଣୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ସୋମବାର ଉଦଯାପିତ ହୋଇଯାଇଛି । ଫାଇନାଲ ଖେଳରେ ମୁଖ୍ୟ ଅତିଥି ଭାବେ ବ୍ଲକ ଉପାଧକ୍ଷ ତଥା ଆରସିଏମଏସ ସଭାପତି ସୁଶାନ୍ତ କୁମାର ବେହେରା ଉପସ୍ଥିତ ଥାଇ ଉଭୟ ଦଳକୁ ଟ୍ରଫି ପ୍ରଦାନ କରିଥିଲେ ।ଗତ ୧୫ ତାରିଖରୁ ଏହି ଟୁର୍ନାମେଣ୍ଟ ଆରମ୍ଭ ହୋଇଥିଲା । ମୋଟ ୧୬ ଗୋଟି ଦଳ ଭାଗ ନେଇ ଥିବା ବେଳେ ଫାଇନାଲରେ ଜଟାବାଲ ଓ ପାଇକ କତରା ମଧ୍ୟରେ ଖେଳା ଯାଇଥିଲା ।ଫାଇନାଲ ଖେଳରେ ଜଟାବାଲ ଦଳ ବିଜୟ କରିଥିଲେ ।ବିଜୟ ଦଳକୁ ୧୨୦୦୦ ଟଙ୍କା ସହ ଟ୍ରଫି ଓ ପରାଜୟ ଦଳକୁ ୮୦୦୦ ଟଙ୍କା ସହ ଟ୍ରଫି ପ୍ରଦାନ କରାଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ସରପଞ୍ଚ ଚନ୍ଦ୍ରଧ୍ଵଜ ମାଝୀ ଓ ଗ୍ରାମବାସୀ ଉପସ୍ଥିତ ରହିଥିଲେ ।ଏହି ଖେଳକୁ ଗ୍ରାମ କମିଟି ଦ୍ୱାରା ଆୟୋଜନ କରାଯାଇଥିଲା ।

ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ 

Related posts

ରାଉରକେଲା ଜିମ୍ନାଷ୍ଟିକ୍‌ କେନ୍ଦ୍ରର ପ୍ରଥମ ସ୍ଥାପନା ଦିବସ ପାଳନ

masiha

ଯୁବ ଖେଳାଳି ମାନଙ୍କ ଖେଳରେ ବିମୋହିତ ଅଂଚଳର କ୍ରୀଡା ପ୍ରେମୀ

Sunil Chandra Nayak

ୟୁନାଇଟେଡ଼ ସ୍ପୋର୍ଟସ କ୍ଲବ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ 

masiha

Leave a Comment

error: Content is protected !!