ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ମିଶନଶକ୍ତି ଗୃହ ଉଦ୍ଘାଟନ କୁ ନେଇ ବିଜେଡି ଓ କଂଗ୍ରେସ ମୁହାମୁହିଁ

ଶିଳାନ୍ଯାସ ଫଳକ ରେ ବିଧାୟକ ଙ୍କ ନାମ ଥିବା ବେଳେ ଉଦଘାଟନ ଫଳକ ରେ ନାଂହି ବିଧାୟକ ଙ୍କ ନାମ

ଲଙ୍ଗଳେଶ୍ବର – 23/01 – (ମ ନି ସ) ମିଶନଶକ୍ତି ଗୃହ ଉଦ୍ଘାଟନ କୁ ନେଇ ବିଜେଡି ଓ କଂଗ୍ରେସ ମୁହାମୁହିଁ, ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ବାଲିଆପାଲ ବ୍ଲକ ଅନ୍ତର୍ଗତ ବାଲିକୁଟି ପଞ୍ଚାୟତ ରେ, ସୂଚନାରୁ ପ୍ରକାଶ ଉକ୍ତ ପଞ୍ଚାୟତର ଆଜି ମିଶନଶକ୍ତି ଗୃହ ଉଦ୍ଘାଟନ ହୋଇଥିଲା ବେଳେ ଉଦ୍ଘାଟକ ଭାବେ ବାଲିଆପାଳ ପଞ୍ଚାୟତ ସମିତି ଅଧ୍ୟକ୍ଷା ରଞ୍ଜିତା ନାୟକ ଯୋଗଦେଇ ମିଶନ ଶକ୍ତି ଗୃହ ର ଶୁଭ ଉଦ୍ଘାଟନ କରିଥିଲେ, ତେବେ ପୂର୍ବରୁ ବସ୍ତା ବିଧାୟକ ନିତ୍ଯାନନ୍ଦ ସାହୁ ଏହାର ଶିଳାନ୍ଯାସ କରିଥିବା ବେଳେ ଉଦ୍ଘାଟନୀ ଫଳକରେ ବିଧାୟକ ନିତ୍ୟାନନ୍ଦ ସାହୁଙ୍କ ନାମ ନଥିଲା କି ତାଙ୍କୁ ନିମନ୍ତ୍ରଣ ମଧ୍ଯ କରାଯାଇ ନଥିଲା , ଯାହାକୁ କେନ୍ଦ୍ର କରି ପଞ୍ଚାୟତ ର ବିଜେଡି ଯୁବ ନେତା ରାମକୃଷ୍ଣ ପ୍ରଧାନ ଓ କାର୍ଯ୍ୟକାରୀ ସଭାପିତି ପର୍ଶୁରାମ ଚନ୍ଦ ଙ୍କ ନେତୃତ୍ବରେ ବହୂ ଗ୍ରାମବାସୀ ଓ ବିଜେଡି କର୍ମୀ ଆସି ହଟଗୋଳ କରିଥିଲେ, ୨୦୨୧ ମସିହା ଅକ୍ଟୋବର ୨ ତାରିଖ ମିଶନଶକ୍ତି ଗୃହର ଶିଳାନ୍ୟାସ ବିଧାୟକଙ୍କ ଦ୍ଵାରା ହୋଇଥିଲା ଏବଂ ଶିଳାନ୍ୟାସ ଫଳକରେ ତାଙ୍କ ନାମ ରହିଥିଲା, ମାତ୍ର ଏବେ ଉଦ୍ଘାଟନ ଫଳକରେ କାହିଁକି ବିଧାୟକ ଶ୍ରୀଯୁକ୍ତ ସାହୁ ଙ୍କ ନାମ ନାହିଁ କି ତାଙ୍କୁ କାହିଁକି ନିମନ୍ତ୍ରଣ କରାଯାଇ ନାହିଁ ବୋଲି ବିଜେଡି କର୍ମୀ ଏବଂ ଗ୍ରାମବାସୀ ମାନେ ପ୍ରଶ୍ନ କରିବାରୁ ସରପଞ୍ଚ କୌଣସି ସନ୍ତୋଷଜନକ ଉତ୍ତର ଦେଇ ପାରି ନଥୀଲେ, ଉଦଘାଟନୀ ଫଳକରେ ସରପଞ୍ଚ ଯଶୋଦା ମଣି ଧଳ, ସଦସ୍ୟା ସୁଚିଶ୍ମିତା ଦେ,ବାଲିଆପାଳ ବିଡିଓ ବିନୋଦ କୁମାର ପଣ୍ଡା, ତହସିଲ ଦାର ଦୀପକ କୁମାର ଦାସ ଓ ଶୁଭ ଚିନ୍ତକ ଭାବେ ରାଜେନ୍ଦ୍ର ଧଳ ଙ୍କ ନାମ ରହିଛି ହେଲେ କାହିଂକି ବିଧାୟକ ଙ୍କ ନାମ ରହିଲା ନାହିଁ ପ୍ରଶ୍ନ କରିବାରୁ ବେଶ କିଛି ସମୟ ପାଂଇ ଚାପା ଉତ୍ତେଜନା ସହିତ ହଟଗୋଳ ଲାଗି ରହିଥିଲା, ମିଶନଶକ୍ତି ର ସଭାପତି ଓ ସମ୍ପାଦକ ଆସି ପୁଣି ବିଧାୟକଙ୍କୁ ଡାକି ଶୁଭ ଉଦ୍ଘାଟନ କରାଯିବାର ପ୍ରତିଶ୍ରୁତି ଦେବାପରେ ପରିସ୍ଥିତି ଶାନ୍ତ ହୋଇଥିଲା। ତେବେ ଏହି ଶୁଭ ଉଦ୍ଘାଟନୀ ଉତ୍ସବରେ ବିଡିଓ କିମ୍ବା ତହସିଲଦାର କେହି ଉପସ୍ଥିତ ନଥିବାରୁ ଏହି ଉଦଘାଟନ କାର୍ଯ୍ଯକ୍ରମ କୁ ନେଇ ଏବେ ସାଧାରଣ ରେ ଚର୍ଚ୍ଚା ର ବିଷୟ ପାଲଟିଛି।

ବାଲିଆପାଳ ରୁ ଦିଲ୍ଲୀପ କୁମାର ଜେନା ଙ୍କ ରିପୋର୍ଟ୍ 

Related posts

ପ୍ରଚାରରେ ପଛରେ ପଡିଛି କଂଗ୍ରେସ

masiha

ନବରଙ୍ଗପୁର ଜିଲା ଯୁବ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ ଓ ନବବର୍ଷ ବନ୍ଧୁ ମିଳନ

Sunil Chandra Nayak

ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ଅଭିଯୋଗ : ଭାଜପା ପକ୍ଷରୁ ଧର୍ମଗଡ ବ୍ଳକ ଘୋରାଉ

Sunil Chandra Nayak

Leave a Comment

error: Content is protected !!