ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ମନୋରଞ୍ଜନ

ଦର୍ଶକଙ୍କ ମନ ମୋହିଲା ନାଟକ : ବାଣ ହରଣ

ବ୍ରହ୍ମପୁର, ତା. ୨୮/୦୧ : ପବିତ୍ର ଓଡ଼ିଶା ନାଟ୍ୟ ଦିବସ ଅବସରରେ କଳା ଓ କଳାକାର ହିତୈଷୀ ମହାମଞ୍ଚ ‘ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ’ ପକ୍ଷରୁ ସ୍ଥାନୀୟ ପ୍ରକାଶମ୍ ହଲ୍ ପରିସରରେ ଆୟୋଜିତ ପୌରାଣିକ ନାଟକ ମହୋତ୍ସବ : ୨୦୨୩ର ଦ୍ଵିତୀୟ ରଜନୀରେ ମଞ୍ଚଜ୍ୟୋତି ପ୍ରଯୋଜିତ ନାଟକ ବାଣ ହରଣ ଦର୍ଶକଙ୍କ ମନ ମୋହିବାରେ ସକ୍ଷମ ହୋଇପାରିଛି । ମହାସଂଘ କାର୍ଯ୍ୟକାରୀ ସଭାପତି ଦୁର୍ଗା ପ୍ରସାଦ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାଂସ୍କୃତିକ ସଭାରେ ନାଟ୍ୟ ଗବେଷକ ଡଃ. ମିହିର କୁମାର ତ୍ରିପାଠୀ, ବରିଷ୍ଠ ଅଭିନେତା ତଥା ଗଣମାଧ୍ୟମ ବ୍ୟକ୍ତିତ୍ଵ ଜୟକୃଷ୍ଣ ପଟ୍ଟନାୟକ, କଳାପ୍ରାଣ କୈଳାସ ପାଣିଗ୍ରାହୀ, ସୀମାନ୍ତ ନଟରାଜ ଡ଼ା. ତିରୁପତି ସାହୁ ପ୍ରମୁଖ ଅତିଥି ଭାବରେ ଯୋଗଦେଇ ସାମ୍ପ୍ରତିକ କାଳରେ ପୌରାଣିକ ନାଟକର ବହୁଳ ପ୍ରସାର ଓ ମଞ୍ଚନ ହେବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ । ମହାସଚିବ ସୁବାସ ଚନ୍ଦ୍ର ସାହୁ ରୋଶନ୍ ସ୍ଵାଗତ ଭାଷଣ ଓ ଗୁରୁ ସୁଦାମ ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ଗୁରୁ ଯୁଦ୍ଧିଷ୍ଠୀର ନାହାକ, ସଙ୍ଗୀତ ନିର୍ଦ୍ଦେଶକ ବନଜ କୁମାର ସାହୁ, ଯୁବ ସଙ୍ଗୀତଜ୍ଞ ଚନ୍ଦ୍ରଭାନୁ ନାୟକ ଏବଂ ଯୁବ ନିର୍ଦ୍ଦେଶକ ସଂଜ୍ଞା ସମାହିତ ପାଢ଼ୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରଥମ ପର୍ଯ୍ୟାୟରେ ପୁଟବଗଡ ଲୋକ ନୃତ୍ୟ ଦଳ ପକ୍ଷରୁ ରାଧା ପ୍ରେମ ଲୀଳା ମଞ୍ଚସ୍ଥ ହୋଇଥିଲା । ଦ୍ଵିତୀୟ ପର୍ଯ୍ୟାୟରେ ନାଟ୍ୟକାର ଭଞ୍ଜ କିଶୋର ପଟ୍ଟନାୟକ ବିରଚିତ ନାଟକ ବାଣ ହରଣରେ ଶିବରାମ ସାବତ, ଗଙ୍ଗାଧର ଦାଶ, ସଂଜ୍ଞା ସମାହିତ ପାଢ଼ୀ, ସୁବାସ ଚନ୍ଦ୍ର ସାହୁ, ସୌରାଷ୍ଟ୍ର ବାଡତ୍ୟା, ରାଜେଶ୍ ନାୟକ, ସରୋଜ କୁମାର ପଣ୍ଡା, ପ୍ରଦୀପ କୁମାର ସାହୁ, ସୁମନ କୁମାର ସାହୁ ପ୍ରମୁଖ ଅଭିନୟ କରିଥିଲେ ।ସଂଜ୍ଞା ସମାହିତ ପାଢ଼ୀ ନାଟକ ଟିକୁ ନିର୍ଦ୍ଦେଶନା ଦେଇଥିବା ବେଳେ କାହୁଁ ଚୌଧୁରୀ ସ୍ୱର ସଂଯୋଜନା କରିଥିଲେ । ପରିଶେଷରେ ଚିରସ୍ମିତା ପରିଡ଼ା ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ ।

ରାଜେନ୍ଦ୍ର ପଣ୍ଡା ଙ୍କ ରିପୋର୍ଟ୍ 

Related posts

ରାଜ୍ୟରୁ ଜାତୀୟ ସ୍ତରରେ ଖଡ଼ିଆଳ ଅଞ୍ଚଳର ଡ୍ୟାନ୍ସ ଶିକ୍ଷକ ଧର୍ମେଶଙ୍କ କମାଲ, ଡ୍ୟାନ୍ସରେ ଅନେକ ସଫଳତା

Sunil Chandra Nayak

ଜୀ-ସାର୍ଥକ ର ନୂଆ ଓଡିଆ ଫିଲ୍ମ ‘ବନ୍ଦିନୀ’ର ଅଡିଓ ଲୋକାର୍ପିତ

Sunil Chandra Nayak

ଏପ୍ରିଲ ୭ ରେ ରୂପେଲି ପରଦାରେ  “ଡେଲିଭରୀ ବୟ”

Sunil Chandra Nayak

Leave a Comment

error: Content is protected !!