ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆର୍. କେ. ଶକୁନ୍ତଳା ଏକାଡେମୀର ଦ୍ୱିତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ 

ରୁପ୍ରା, ୨୯/୧ (ମନିସ) : କଳାହାଣ୍ଡି ଜିଲ୍ଲା ନର୍ଲାବ୍ଲକ୍ ଅଧିନ ରୁପ୍ରା ସ୍ଥିତ ଆର୍. କେ. ଶକୁନ୍ତଳା ଏକାଡେମୀର ଦ୍ୱିତୀୟ ବାର୍ଷିକ ଉତ୍ସବ ଏକାଡେମୀ ପରିସରରେ ଆଜି ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ଅନୁଷ୍ଠିତ ଉତ୍ସବର ଏକାଡେମୀର ମୁଖ୍ୟ ପରିଚାଳକ ପ୍ରାଣବନ୍ଧୁ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥିଭାବେ ମୁସ୍କୁଟି ସ୍ଥିତ ମିଳିତ ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ,ରୁପ୍ରାର ଅଧ୍ୟକ୍ଷ ତପନ କୁମାର ଦାସ ଯୋଗଦାନ କରିଥିବା ବେଳେ ମୁଖ୍ୟବକ୍ତା ଲାଞ୍ଜିଗଡ଼ ରୋଡ୍ କଲେଜର ଅଧ୍ୟାପକ ସରୋଜ ଜେନା, ସମ୍ମାନିତ ଅତିଥିଭାବେ ଜଗନ୍ନାଥ ଉଚ୍ଚ ବିଦ୍ୟାପୀଠ ରୁପ୍ରାର ପ୍ରଧାନଶିକ୍ଷକ ମୃତ୍ୟୁଞ୍ଜୟ ବେହେରା, ଜବାହର ଉଚ୍ଚ ବିଦ୍ୟାପୀଠ ବାଲସିର ଶିକ୍ଷକ ତଥା ପ୍ରକୃତି ମିତ୍ର ଅଭୟ ଦେବତା, ବଲାଙ୍ଗୀର ଜିଲ୍ଲା ଗ୍ୟାନ ବିହାର ସ୍କୁଲ୍ ର ନିର୍ଦ୍ଦେଶକ ସୁରେନ୍ଦ୍ର ସାହୁ, ପ୍ରଖ୍ୟାତ କଣ୍ଠଶିଳ୍ପୀ ସର୍ବେଶ୍ବର ଭୋଇ ଓ ଏକାଡେମୀର ଅଧ୍ୟକ୍ଷ ଭ୍ରମରବର ପ୍ରଧାନ ପ୍ରମୁଖ ଯୋଗଦାନ କରି ମଞ୍ଚାସୀନ ଥିଲେ। ମଞ୍ଚ ପରିଚାଳନା ଯୁବ ଗାଳ୍ପିକ ଡିଲେଶ୍ୱର ରଣା କରିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଏକାଡେମୀର ଅଧ୍ୟକ୍ଷ ଶ୍ରୀ ପ୍ରଧାନ ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିଲେ। ଅତିଥି ଗଣ ନିଜ ବକ୍ତବ୍ୟରେ କହିଥିଲେ ଜଣେ ଆଦର୍ଶ ଛାତ୍ରଛାତ୍ରୀ ହେବାପାଇଁ ପ୍ରଥମେ ବାପା ଓ ମା’ ଙ୍କୁ ସମ୍ମାନ କରିବା ସହ ଗୁରୁଜନ ମାନଙ୍କୁ ସମ୍ମାନ ଜଣାଇବା ଜରୁରି ବୋଲି ମତପ୍ରକାଶ କରିଥିଲେ। ଏହି ଅବସରରେ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କୁ ଅତିଥି ଗଣ ପୁରସ୍କାର ଓ ମାନପତ୍ର ପ୍ରଦାନ କରିଥିଲେ। ବିଭିନ୍ନ ଅଞ୍ଚଳରୁ ଆସିଥିବା ଅଭିଭାବକ ମାନେ ମଧ୍ୟ ଯୋଗଦାନ କରିଥିଲେ। ପରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଶିଷ୍ଟ କଣ୍ଠଶିଳ୍ପୀ ସର୍ବେଶ୍ବର ଭୋଇ ମଧ୍ୟ ଗୋଟିଏ ଗୀତ ଗାଇ ଉପସ୍ଥିତ ସମସ୍ତଙ୍କୁ ବିମୋହିତ କରିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା ଶିକ୍ଷକ ଜୟଚନ୍ଦ୍ର ଭୋଇ କରିଥିଲେ। ଶେଷରେ ଯୁବ ଗାଳ୍ପିକ ତଥା କବି ଡିଲେଶ୍ୱର ରଣା ଧନ୍ୟବାଦ ଅର୍ପଣ କରିଥିଲେ।

ରୁପ୍ରା ରୁ ପ୍ରଦୀପ ସେନାପତି ଙ୍କ ରିପୋର୍ଟ 

Related posts

ଡାବୁଗାଁରେ ମିଶନ ଶକ୍ତି କର୍ମୀମାନଙ୍କୁ ସ୍କୁଟର ବଣ୍ଟନ

masiha

ହଷ୍ଟେଲ ରେ ନିଯୁକ୍ତି ଦାବୀ ରେ ପରିବାର ର ଧାରଣା

Sunil Chandra Nayak

ରଚନା ସାହୁଙ୍କୁ ନ୍ୟାୟ ପାଇଁ ନିଜ ଜନ୍ମ ମାଟିରେ କେଣ୍ଡେଲ ରାଲି  

masiha

Leave a Comment

error: Content is protected !!