ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଜୁନାଗଡ ସତସଙ୍ଗ କେନ୍ଦ୍ର ରେ ଠାକୁର ଅନୁକୂଳଚନ୍ଦ୍ର ଙ୍କ ଜନ୍ମ ମହୋତ୍ସବ ଓ ପ୍ରତିଷ୍ଠା ଉତ୍ସବ ପାଳିତ

ଜୁନାଗଡ ୫/୨(ମ ନି ସ ) ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ଙ୍କ ଶୁଭ ୧୩୫ ତମ ଜନ୍ମ ମହୋତ୍ସବ ତଥା ଜୁନାଗଡ଼ ସତସଙ୍ଗ କେନ୍ଦ୍ର ର ୧୨ ତମ ପ୍ରତିଷ୍ଠା ଦିବସ ମହା ସମାରୋହରେ ପାଳିତ ହୋଇ ଯାଇଛି।ସ୍ଥାନୀୟ ସତସଙ୍ଘ ବିହାର ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଭବାନୀପାଟଣା ସଭାପତି ଜନାର୍ଦନ ପଣ୍ଡା ସଭାପତିତ୍ବ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ବକ୍ତା ଭାବେ କଟକ କେନ୍ଦ୍ର ସଭାପତି ସଂଜୀବ କୁମାର ନାୟକଙ୍କ ଯୋଗ ଦେଇ ଥିବା ବେଳେ ମୁଖ୍ୟ ଅତିଥି ଭାବେ ଜୁନାଗଡ ବିଜ୍ଞାପତ ଅଞ୍ଚଳ ପରିଷଦ ର ଅଧ୍ୟକ୍ଷ ମୁକେଶ ଅଗ୍ରୱାଲ ଯୋଗ ଦାନ କରି ଏହି କେନ୍ଦ୍ର ର ବିକାଶ ଦିଗରେ ତାଙ୍କ ପକ୍ଷ୍ୟରୁ ସମସ୍ତ ଉଦ୍ୟମ କରାଯିବ ବୋଲି ତାଙ୍କ ଅଭିଭାଷଣରେ ପ୍ରକାଶ କରିଥିଲେ l ଅଧ୍ୟାପକ ଜଗନ ଚନ୍ଦlନୀ ଅତିଥି ପରିଚୟ ପ୍ରଦାନ କରି ପ୍ରାରମ୍ଭିକ ଆଲୋଚନା କରିଥିଲେ lଜୁନାଗଡ ସତସଙ୍ଗ କେନ୍ଦ୍ର ର ସଭାପତି ରମେଶ ଚନ୍ଦ୍ର ନାୟକ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଉତ୍ସବରେ ଆନନ୍ଦ ବଜାର୍ ରହିଥିବା ବେଳେ ଆନନ୍ଦ ବଜାର ରେ ହଜାର ରୁ ଉର୍ଦ୍ଧ ଗୁରୁ ଭ୍ରାତା ଓ ମା ପ୍ରସାଦ ସେବନ କରିଥିଲେ। ଉତ୍ସବ କୁ ସଫଳ କରିବାକୁ ରଶ୍ମିରଞ୍ଜନ ନାୟକ ,ଅଭିମନ୍ୟୁ ବାରିକ, ପ୍ରବୀର ନାୟକ, ଆଦିତ୍ୟ କୁମାର ପଣ୍ଡା, ନରୋତ୍ତମ ମେହେର, , ଦେବେନ୍ଦ୍ର ବେହେରା, ସଞ୍ଜୟ ପଣ୍ଡା, ଅଶ୍ୱିନ ପଣ୍ଡା, ସତ୍ୟ ରଥ, ଶିବାନନ୍ଦ ପାତ୍ର,ସରୋଜ ବରାଳ, ମଧୁସୁଦନ ସାହୁ, ମଧୁସୁଦନ ପଣ୍ଡା, ଡ. ସମୀର ଆଦିତ୍ୟ, ସନ୍ତୋଷ ସାହୁ, ନିରଞ୍ଜନ ଦାଶ, ନଳିନୀ ରଂଜନ ପାଣିଗ୍ରାହୀ, ସୂର୍ଯ୍ୟମଣି ପ୍ରଧାନ, ଅମିୟ ଜେନା, ସୂର୍ୟନାରାୟଣବେହେରା,ରାଧେଶ୍ୟାମ ଭଦ୍ର ଓ ଅନ୍ୟ ମାନେ ସହଯୋଗ କରିଥିଲେ lଏହି କାର୍ଯ୍ୟକ୍ରମରେ ବିଭିନ୍ନ ଅଞ୍ଚଳରୁ ହଜାରରୁ ଉର୍ଦ୍ଧ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା।

ଜୁନାଗଡ଼ ରୁ ନରେନ୍ଦ୍ର ଖିତୀ ଙ୍କ ରିପୋର୍ଟ 

Related posts

ଶ୍ରୀ ସତ୍ୟସାଇ ଦିବ୍ୟ ପାଦୁକା ରଥକୁ ସ୍ୱାଗତ ସମ୍ବର୍ଦ୍ଧନା

masiha

ଭବାନୀପାଟଣା ନଗର ଦେବୀ ମା ଗଙ୍ଗା ଦେବୀ ଠାକୁରାଣୀଙ୍କ ଚଇତ୍ରା ଯାତ୍ରା

Sunil Chandra Nayak

କୁଦାହଂସାରେ ଶ୍ରୀ ଶ୍ରୀ ଧବଳେଶ୍ବର ମହାଦେବ ମନ୍ଦିର ପ୍ରତିଷ୍ଠା

masiha

Leave a Comment

error: Content is protected !!