ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୟପାଟଣା:ଚତୁର୍ଥ ସ୍ତମ୍ଭ ଅସୁରକ୍ଷିତ , ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ଆକ୍ରମଣ

ଜୟପାଟଣା:୧୫/୦୨ // ରାଜ୍ୟରେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଅସୁରକ୍ଷିତ । ତୃଣମୂଳ ସ୍ତରରେ ଜନସାଧାରଣଙ୍କ ଦୁଃଖ ଦୁର୍ଦ୍ଦଶାକୁ ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଇବା ଗଣମାଧ୍ୟମର ଭୂମିକା ଅତୁଳନୀୟ । ସେମାନଙ୍କର ରିପୋର୍ଟକୁ ପାଥେୟ କରି ପ୍ରଶାସନିକ ଅଧିକାରୀମାନେ ସେ ପାଖକୁ ପହଞ୍ଚି ଥାଆନ୍ତି ।ତଥାପି ଏତେସବୁ ପରସ୍ପର ପରିପୁରକ ସତ୍ତ୍ୱେ ଅମଲାତନ୍ତ୍ର ତଥା ରାଜନୈତି ସ୍ତରରେ ଗଣମାଧ୍ୟମ ପ୍ରତି ବୈମାତୃକ ମନୋଭାବ ଦେଶର ପ୍ରଗତିରେ ବାଧକ ସାଜୁଛି ।ବେଆଇନ୍‌ କାର୍ଯ୍ୟ ବିଷୟରେ ରିପୋର୍ଟିଂ କଲେ ସାମ୍ବାଦିକଙ୍କ ଉପରେ ହେଉଛି ମରଣାନ୍ତକ ଆକ୍ରମଣ ।

ଏଠାରେ ଉଲ୍ଲେଖଯୋଗ୍ୟଯେ କୋକସରା ବ୍ଲକ ଅନ୍ତର୍ଗତ ଲଡୁଗାଁର ସମାଜ ପ୍ରତିନିଧି କିଷନ ପଟ୍ଟନାୟକ ଗତ ୧୩ତାରିଖ ଦିନ ଖବର ସଂଗ୍ରହ ପାଇଁ ବରାଡ଼ଙ୍ଗା ଗ୍ରାମ ପଞ୍ଚାୟତରେ ଚାଲିଥିବା ଜନ ଶୁଣାଣି ଶିବିରକୁ ଯାଇଥିଲେ ।ସେଠାରେ ସେହି ଗ୍ରାମ ପଞ୍ଚାୟତରେ କାର୍ଯ୍ୟରତ ପିଇଓଙ୍କୁ ନିଶାସକ୍ତ ଅବସ୍ଥାରେ ଥିବା ଦେଖି ଗଣମାଧ୍ୟମ ପ୍ରତିନିଧି ଜଣକ ତାଙ୍କୁ କିଛି ପ୍ରଶ୍ନ କରିଥିଲେ । ସେ ସେଥିରେ ତାଙ୍କୁ ସହଯୋଗ ନକରି ଉତ୍କ୍ଷିପ୍ତ ହୋଇ ଶକ୍ତ ଚାପୁଡ଼ା ମାରି ଆକ୍ରମଣ କରିଥିଲେ । ଘଟଣାର ଦୁଇଦିନ ବିତିଯାଇଛି ପୋଲିସ ପ୍ରଶାସନର ନିରବତାକୁ ଲାକ୍ଷ୍ୟ କରି ଆଜି କଳାହାଣ୍ଡିର ଜିଲ୍ଲା ଜର୍ଣ୍ଣାଲିଷ୍ଟ ୟୁନିଅନ କେଜେୟୁ ପକ୍ଷରୁ ଆମପାଣି ଥାନାକୁ ଯାଇ ପୋଲିସ ପ୍ରଶାସନ ସହିତ ଆଲୋଚନା କରି ଦାବିପତ୍ର ଦେଇଥିଲେ । ଆଗକୁ ପ୍ରଶାସନର ଭୂମିକାକୁ ଦେଖି ଅନ୍ୟ ପଦକ୍ଷେପ ନିଆଯିବାକୁ ସ୍ଥିର ହୋଇଥିବା ୟୁନିଅନ ପକ୍ଷରୁ କୁହାଯାଇଛି । ଏହି ବିକ୍ଷୋଭ ପଦର୍ଶନରେ କେଜେୟୁର ସଭାପତି ମହମ୍ମଦ ଅଲ୍ଲୀଙ୍କ ନେତୃତ୍ୱରେ ରାଜ୍ୟ ଉପ ସଭାପତି ଏସୟୁଜେ ଦୁଷ୍ମନ୍ତ କୁମାର ପଣ୍ଡା,ଜିଲ୍ଲା ସମ୍ପାଦକ ତଥା ରାଜ୍ୟ କାର୍ଯକାରିଣୀ ସଦସ୍ୟ ଜଗମୋହନ ପଟ୍ଟନାୟକ,ଜିଲ୍ଲା ସଂପାଦକ ଚକ୍ରଧର ବେଶ୍ରା,ସାମ୍ବାଦିକ ଜଗଦୀଶ ନାଏକ,କିଶନ ପଟ୍ଟନାୟକ, ରଜନୀ କାନ୍ତ ଛତ୍ରୀଆ, ପରମାନନ୍ଦ ଛତ୍ରିଆ, ହରିହର ଛାତ୍ରିଆ,ହର୍ଷବର୍ଦ୍ଧନ ପାଣିଗ୍ରାହୀ,ଵିଜୟ ପଣ୍ଡା,ତ୍ରିକୋକୀ ବେଶ୍ରା,ବାସୁଦେବ ଛତ୍ରିଆ ପ୍ରମୁଖ ଉପସ୍ଥିତ ରହି ଦାବି ଜଣାଇଥିଲେ ।

ଜଗମୋହନ ପଟ୍ଟନାୟକ,ବରିଷ୍ଠ ସାମ୍ବାଦିକ

Related posts

କୋଣାର୍କ ବୈଷୟିକ ଶିକ୍ଷା କେନ୍ଦ୍ର ଠାରେ ଶିଳ୍ପ ଉଦ୍ୟୋଗୀ ତାଲିମ ପ୍ରଦାନ କାର୍ଯ୍ୟକ୍ରମ 

masiha

ଓଡିଶାର ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖି ରାଉରକେଲାର ବିଭିନ୍ନ ସ୍ଥାନରେ ବୋଇତ ବନ୍ଦାଣ ଉତ୍ସବ

Sunil Chandra Nayak

ଏଚଏମଏସ୍‌‍ର ନେତୃତ୍ଵରେ ଏସବିଆଇରେ କାର୍ଯ୍ୟରତ ଆଉଟସୋର୍ସିଂ କର୍ମଚାରୀଙ୍କ ସମସ୍ୟା ନେଇ କେନ୍ଦ୍ରୀୟ ଶ୍ରମ କମିଶନରଙ୍କ କାର୍ଯ୍ୟାଳୟରେ ତ୍ରିପାକ୍ଷୀକ ଆଲୋଚନା

masiha

Leave a Comment

error: Content is protected !!