ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆସନ୍ତା ୨୪ ତାରିଖରେ ବାଣପୁର ଐତିହାସିକ ପଲଟଣ ପଡ଼ିଆରେ ହେବାକୁ ଯାଉଛି ବିଶାଳ ସାଇ ଭଜନ ସନ୍ଧ୍ୟା

ବାଣପୁର:- ଆସନ୍ତା ୨୪ ତାରିଖରେ ବାଣପୁର ଐତିହାସିକ ପଲଟଣ ପଡ଼ିଆରେ ବାଣପୁର ସ୍ଥିତ ଶିରିଡ଼ି ସାଇ ମନ୍ଦିର ର ୧୧ ତମ ବାର୍ଷିକ ଉତ୍ସବ ଅବସରରେ ଶିରିଡ଼ି ସାଇ ଭଗବତୀ ଟ୍ରଷ୍ଟ, ବାଣପୁର ଆନୁକୁଲ୍ୟରେ ହେବାକୁ ଯାଉଛି ବିଶାଳ ସାଇ ଭଜନ ସନ୍ଧ୍ୟା। ଏହି ଉତ୍ସବ ଦୁଇଦିନ ଧରି କାର୍ଯ୍ୟକ୍ରମ ଥିବା ବେଳେ ପଥମ ଦିନ ୨୩ ତାରିଖ ଶୁକ୍ରବାର ଦିନ ସନ୍ଧ୍ୟା ୬:୩୦ ମିନିଟ ସମୟରେ ସାଇ ବାବଙ୍କ ପାଲିଙ୍କି ଶୋଭାଯାତ୍ରା କାର୍ଯ୍ୟକ୍ରମ ରହିଛି। ଦ୍ୱିତୀୟ ୨୪ ତାରିଖ ଶନିବାର ଦିନ ବାଣପୁର ଐତିହାସିକ ପଲଟଣ ପଡ଼ିଆରେ ବିଶାଳ ସାଇ ଭଜନ ସନ୍ଧ୍ୟାର କାର୍ଯ୍ୟକ୍ରମ ରହିଛି। ସନ୍ଧ୍ୟା ୫.୪୫ ମିନିଟ ସମୟର ଅତିଥି ଆଗମନ ସନ୍ଧ୍ୟା ୬.୦୦ ମିନିଟ ସମୟରେ ସାଇ ଆରତୀ ସନ୍ଧ୍ୟା ୬.୩୦ ମିନିଟ ସମୟରେ ଅତିଥି ଭାବରେ ମାନ୍ୟବର ରାଜ୍ୟସଭା ସାଂସଦ ଶ୍ରୀଯୁକ୍ତ ମାନସ ମଙ୍ଗରାଜ, ନରସିଂହ ପୁର ବିଧାୟକ ଶ୍ରୀଯୁକ୍ତ ଦେବୀ ପ୍ରସାଦ ମିଶ୍ର, ସତ୍ୟବାଦୀ ବିଧାୟକ ଶ୍ରୀଯୁକ୍ତ ଉମାକାନ୍ତ ସାମନ୍ତରାୟ, ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ,ଜାତୀୟ କଂଗେସ କଟକ ଜିଲ୍ଲା ସଭାପତି ତଥା ସାଇ ଭକ୍ତ ମାନସ ଚୈଧୁରି, ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ମିଟୁ ନାୟକ ଅତିଥି ଭାବରେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରିବାର କାର୍ଯ୍ୟକ୍ରମ ରହିଛି। ସନ୍ଧ୍ୟା ୬.୩୫ ମିନିଟ ସମୟରେ ଓଡ଼ିଶାର ସୁନାମ ଧନ୍ୟ କଣ୍ଠଶିଳ୍ପୀ ପଙ୍କଜ ଜାଲ, ତୁସି କୈର(ମୁମ୍ବାଇ), ମୋନାଲି ମଧୁସ୍ମିତା, ଆଲୋକ କୁଣ୍ଡୁ, କୁମାର ଦିଲ୍ଲୀପ ଙ୍କ ଦ୍ଵାରା ସାଇ ଭଜନ ପରିବେଷଣ ଓ କଥାବାଚକ ଡଃ ଆଦିତ୍ୟ ପାଢ଼ୀ ,ମନୋଜ ପ୍ରଧାନ ଏବଂ ଓଡ଼ିଶାର ବିଶିଷ୍ଟ ବାଦ୍ୟଯନ୍ତ୍ର କଳାକାର ମାନଙ୍କ ଦ୍ଵାରା ଭଜନାମୃତ ପରିବେଷଣ କାର୍ଯ୍ୟକ୍ରମ ରହିଥିବା ବେଳେ। ରାତ୍ର ୮.୪୫ ମିନିଟ ଠାରୁ ଭଗବତ ପଦ ରେଣୁ ଆଶ୍ରିତ ଓ ସାଇ ଶ୍ରଦ୍ଧାଳୁ ମାନଙ୍କ ପାଇଁ ସାଇ ପ୍ରସାଦ ସେବନ ର ବ୍ୟବସ୍ଥା ରହିଛି।।

ବାଣପୁର ରୁ ରାକେଶ ସାହୁଙ୍କ ରିପୋର୍ଟ ମସୀହା ନିୟୁଜ

Related posts

ଧାନ କିଣାରେ କୋଟି କୋଟି ଟଙ୍କାର ଘୋଟଲା , ଓଡ଼ିଶା ଚାଷୀ ସୁରକ୍ଷା ଅଭିଯାନର ତଦନ୍ତ ଦାବୀ

Sunil Chandra Nayak

ଅଟୋ ଓଲଟି ୪ ଗୁରୁତର

Sunil Chandra Nayak

ବ୍ଲକ ସ୍ତରୀୟ କଳାକାର ତାଲିମ କର୍ମଶାଳା ଅନୁଷ୍ଠିତ, ଯୋଗଦେଲେ ଲୋକ କଳାକାର

masiha

Leave a Comment

error: Content is protected !!