ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗଣପତି ଫିଲ୍ଲୀଙ୍ଗ ଷ୍ଟେସନ ଉଦଘାଟିତ

ଜୁନାଗଡ଼,୬/୩(ମ ନି ସ)ଜୁନାଗଡ଼ ନିକଟ ବନାମଳିପୁର ଠାରେ ଗଣପତି ଫିଲ୍ଲୀଙ୍ଗ ଷ୍ଟେସନ ପେଟ୍ରୋଲ ପମ୍ପ ଉଦଘାଟିତ ହୋଇଯାଇଛି।ଜାତୀୟ ରାଜପଥ ୨୬ ଏବଂ ଭାରତ ପେଟ୍ରୋଲିଅମ କମ୍ପାନୀଦ୍ୱାର ପ୍ରତିଷ୍ଠିତ ଏହି ପୁମ୍ପ କୁ ଜୁନାଗଡ଼ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।ଫିଲ୍ଲୀଙ୍ଗ ଷ୍ଟେସନ ପ୍ରୋପାଇଟର ତଥା ବ୍ୟବସାୟୀ ଦୁର୍ଗାପ୍ରସାଦ ନାଏକ ସମସ୍ତଙ୍କୁ ସ୍ୱାଗତ କରି ଯାନବାହନ ଚାଳକ କୁ  ସମସ୍ତ ପ୍ରକାର ଭିତ୍ତିଭୂମି ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଆଶାତିତ ଭାବେ ବୃଦ୍ଧି ପାଉଥିବା ଯାନବାହନକୁ ଦୃଷ୍ଟିରେ ରଖି ଏହି ପୁମ୍ପ ଦ୍ୱାରା ଉପଭୋକ୍ତା ସହଜରେ ନିଜର ଶୁଭିଧା ପାଇପାରିବେ ବୋଲି ମୁଖ୍ୟ ଅତିଥି ଶ୍ରୀ ମିଶ୍ର ପ୍ରକାଶ କରିଥିଲେ।ଏହି କାର୍ଯ୍ୟକ୍ରମରେ ଜୁନାଗଡ଼ ଏନଏସି ଉପଧକ୍ଷ୍ୟା ହିମାଦ୍ରୀ ନାଏକ ଓ ସମସ୍ତ ପାରିଷଦ ସମେତ ଅତିରିକ୍ତ ଯୋଗାଣ ଅଧିକାରୀ ଖଗେଶ୍ୱର ପଣ୍ଡା, ବ୍ଲକ ଯୋଗାଣ ନିରୀକ୍ଷକ ଦେଵଧର ଧରୁଆ ,ବିଶିଷ୍ଟ ବ୍ୟବସାୟୀ ଗୌତମ ଅଗ୍ରୱାଲ, ପୂର୍ବତନ ସରପଞ୍ଚ ଦେବାରଚନ ଦୀପ ପ୍ରମୁଖ ଯୋଗଦେଇଥିଲେ।ସେହିପରି କମ୍ପାନୀର ରଂଜନକୁମାର ଜାଲ, ସନ୍ତୋଷ ନାଏକ,ଏବଂ ଅନେକ କର୍ମଚାରୀ ଉପସ୍ଥିତ ରହି ସକ୍ରିୟ ସହଯୋଗ କରିଥିଲେ।

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

ରାଉରକେଲାରେ ମହାବିଷୁବ ସଂକ୍ରାନ୍ତି, ଓଡ଼ିଆ ନବବର୍ଷ ଓ ବାବାସାହେବ ଡ଼ଃ ଆମ୍ବେଦକର ଜୟନ୍ତୀ ପାଳନ.

Sunil Chandra Nayak

ନବରଙ୍ଗପୁର ପୌରପାଳିକାରେ ସ୍ଵତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ ଆରମ୍ଭ 

ନିର୍ବାଚନକୁ ଦୃଷ୍ଟିରେ ରଖି ଆମପାଣି ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ

masiha

Leave a Comment

error: Content is protected !!