ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାମାକ୍ଷାନଗର କନ୍ଦରସିଙ୍ଗା ଗ୍ରାମରେ ଐତିହାସିକ ପଞ୍ଚଦୋଳ ଯାତ୍ରା

କାମାକ୍ଷାନଗର -(ମିନିସ )15/3/23 // ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡର ବହୁ ଗ୍ରାମରେ ଦୋଳ ପର୍ବ ୭ ତାରିଖ ରୁ ଆରମ୍ଭ ହୋଇଥିବାବେଳେ ଦୈନିକ ପ୍ରତ୍ୟେକ ଦୋଳମଣ୍ଡପରେ ଲଉଡିବାଡ଼ି ଖେଳ ସହ ଓଡ଼ିଶାର ବିଭିନ୍ନ ସ୍ଥାନରୁ ଯଥା କଳାହାଣ୍ଡି , କୋରାପୁଟ ,ଗଞ୍ଜାମ, ସୁନ୍ଦରଗଡ଼ ର ଲୋକନୃତ୍ୟ ଓ ଭୁବନେଶ୍ୱରର ଯାତ୍ରା ଓ ମେଲୋଡ଼ି ଗୀତ, ସିରିଏଲ୍ ଆଲ୍‌ବମର ସମ୍ବଲପୁରୀ ଗୀତର ସୁପରିଚିତ ପ୍ରଖ୍ୟାତ କଣ୍ଠଶିଳ୍ପୀ ମଣ୍ଟୁ ଛୁରିଆ ଓ ଖୋର୍ଦ୍ଧା ଜିଲ୍ଲାର ତପସ୍ୟା ରଙ୍ଗମଞ୍ଚରେ ସିନେ ଓ ସିରିଏଲ କଳାକାରମାନଙ୍କୁ ଜନସାଧାରଣ ଦେଖିବାର ସୁଯୋଗ ପାଇଥିଲେ । ଦୀର୍ଘ ପାଞ୍ଚଦିନ ବ୍ୟାପି ହେବାକୁ ଥିବା ଏହି ଦୋଳପର୍ବରେ ହଜାର ହଜାର ଦର୍ଶକଙ୍କ ଭିଡ଼ ଜମିବାର ଆଶା କରାଯାଉଅଛି । ଆଜି ପଞ୍ଚମ ଦିନରେ କାମାକ୍ଷାନଗର ବ୍ଲକ ଅର୍ନ୍ତଗତ ବାଇସିଙ୍ଗା ପଞ୍ଚାୟତ କନ୍ଦରସିଙ୍ଗା ଗ୍ରାମର ଐତିହାସିକ ପଞ୍ଚ ଦୋଳ ପର୍ବ ଆରମ୍ଭ ହୋଇଛି । କୋରନା ମହାମାରି ଯୋଗୁ ଗତ ୨ ବର୍ଷଧରି ଯାତ୍ରା ହୋଇନଥିବା ବେଳେ ଏବର୍ଷ ଐତିହାସିକ ଯାତ୍ରା ପଡ଼ିଆରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଘର ଉପକରଣ କିଣିବାର ସୁଯୋଗ ପାଇଥିବା ବେଳେକୁନିକୁନି ପିଲାଙ୍କ ପାଇଁ ବିଭିନ୍ନ ପ୍ରକାର ଦୋଳି, ଯାଦୁ ଖେଳ ,କଟକର ଠୁଙ୍କାପୁରୀ,ଦହିବରା ଆଳୁଦମ୍ ସାଲେପୁର ରୋସଗୋଲା ସହ ମଥୁରା କେକ୍ ଢେଙ୍କାନାଳ ଜିଲ୍ଲାର ପ୍ରସିଦ୍ଧ ବରା ଓ ମଟନ ଝୋଳ ଖାଇବାର ମଜା ନେଉଛନ୍ତିI ରାମିଆଳ ନଦୀତଟ ଓ ରାମେଶ୍ୱର ଶିବ ମନ୍ଦିର ମନୋରମ ପରିବେଶ ଲୋକଙ୍କୁ ଆକର୍ଷିତ କରିଛି। ଏହା ପାଞ୍ଚଦିନ ବ୍ୟାପି ଏହି ଉତ୍ସବ ଚାଲିଆସୁଥିବା ବେଳେ ପୂର୍ବ ଅପେକ୍ଷା ବହୁଜନ ଗହଳି ସମାଗମ ହେବାର ଆଶା ଥିବାରୁ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଅଛି। ଏହି ଯାତ୍ରା ରେ ବିଭିନ୍ନ ଛୋଟ ବଡ଼ ବ୍ୟବସାୟିମାନେ ରୋଜଗାର କରିବାର ସୁଯୋଗ ପାଇଥାନ୍ତି । ପ୍ରତ୍ୟେକ ଦିନ ସଂନ୍ଧାରେ ବିଭିନ୍ନ ମନୋରଞ୍ଜନ କାର୍ଯ୍ୟକ୍ରମ ଦର୍ଶକଙ୍କୁ ଆର୍କଶିତ କରୁଛି।ଯେତେବେଳେ ଢେଙ୍କାନାଳ ଜିଲ୍ଲାରେ କୌଣସି ଦୋକାନ ବଜାର ନଥିଲା ସେହି ସମୟରୁ ପ୍ରାୟ ୧୦୦ ବର୍ଷରୁ ଉର୍ଦ୍ଧ ଏହି ପଞ୍ଚଦୋଳପର୍ବ ଆରମ୍ଭ ହେଉଥିବା ପୁରୁଖା ଲୋକମାନେ କହିଛନ୍ତି । ସେତେବେଳ ସମୟରେ ଘରର ସମସ୍ତ ଅତ୍ୟାବସକ ଜିନିଷ ଓ ଝିଅ ବାହାଘର କରିବାପାଇଁ ସମସ୍ତ ସାମଗ୍ରି ଏହି ଯାତ୍ରାରୁ ଜିନିଷ କଣିବାପାଇଁ ଲୋକ ଅପେକ୍ଷା କରିଥାନ୍ତି।ତେଣୁ ଏହି ଐତିହାସିକ କନ୍ଦରସିଙ୍ଗା ପଞ୍ଚୁଦୋଳ ତାର ଐତିହ୍ୟ ଓ ପରମ୍ପରା ଏବେ ମଧ୍ୟ ଉଦଜୀବିତ ରହିଛି।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଅଧ୍ୟାପକ ଡକ୍ଟର ଅଜିତ ବେହେରାଙ୍କୁ କଳାହାଣ୍ଡି ଗବେଷକ ସମ୍ମାନ

Sunil Chandra Nayak

ଦୀପା ଶିଖା ରୁ ନିଆଁ ଲାଗି ଦୋକାନ ଜଳିଗଲା, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ, ଦୁଇ ଆହତ

Sunil Chandra Nayak

ଗାଧୋଇବା ସମୟରେ କୋଏଲ ନଦୀରେ ଯୁବକ ବୁଡ଼ିଗଲେ

Leave a Comment

error: Content is protected !!