ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୋଟେର ଛକରେ କୋକସରା ଡ୍ରାଇଭର ମହାସଙ୍ଘ ପକ୍ଷରୁ ଷ୍ଟେରିଙ୍ଗ ଛାଡ଼ ଆନ୍ଦୋଳନ ଧର୍ମଘଟ ପ୍ରତିବାଦ

କୋକସରା,୧୫/୦୩- ଓଡିଶା ଡ୍ରାଇଭର ମହାସଂଘର ଧର୍ମଘଟ ଡାକରାରେ ସାମିଲ ହୋଇ ରାଜ୍ୟରେ ଡ୍ରାଇଭର ମାନେ ଷ୍ଟେରିଙ୍ଗ ଛାଡ଼ ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି । ରାଜ୍ୟ ସରକାରଙ୍କୁ ନିଜର ସୁରକ୍ଷା, ସମ୍ମାନ, ଅଧିକାର ଏଭଳି ୧୦ ଦଫା ଦାବି ନେଇ ଆନ୍ଦୋଳନକୁ ଓଲ୍ଲେଇଥିବା ବେଳେ ବୁଧବାର କୋକସରା ବ୍ଲକରେ ମଧ୍ୟ ଅନୁରୂପ ଭାବେ ଡ୍ରାଇଭର ଏକତା ମହାସଙ୍ଘର ଡାକରାରେ ବନ୍ଦରେ ବ୍ଲକର ସମସ୍ତ ଡ୍ରାଇଭର ସାମିଲ ହୋଇ କୋକସରା ବ୍ଲକ ମୋଟେର ଛକରେ ସକାଳ ୮ ଘଣ୍ଟାରୁ ପ୍ରତିବାଦ ଓ ବିକ୍ଷୋଭ ଧର୍ମଘଟକୁ ଶାନ୍ତିପୂର୍ଣ୍ଣ ଭାବେ ଜାରି ରଖିଛନ୍ତି। ଏହି ଧର୍ମଘଟରେ କୋକସରା ବ୍ଲକ ଡ୍ରାଇଭର ମହାସଙ୍ଘର ସଭପତି ଜଗନ୍ନାଥ ଦଳପତି, ଉପ ସଭାପତି ଲକ୍ଷ୍ମଣ ଭାଟି, ସମ୍ପାଦକ ନାରାୟଣ ଶଗଡିଆ, ସହ ସମ୍ପାଦକ କମଳ ଲୋଚନ ରାଉତ, ବ୍ଲକ ଆଡ଼ମିନ ଭଗବାନ ପଟ୍ଟନାୟକ, ଚଇ ଗୋପାଳ, ବୃନ୍ଦାବନ ଦୁର୍ଗା ଙ୍କ ନେତୃତ୍ୱରେ ୨୨ ବ୍ଲକର ଶତାଧିକ ଡ୍ରାଇଭର ସାମିଲ ରହିଛନ୍ତି। କୌଣସି ଅପ୍ରୀତିକର ପରିସ୍ଥିତି ନହେବା ପାଇଁ କୋକସରା ପୁଲିସ ଥାନା ଅଧିକାରୀ ପ୍ରସନ୍ନ କୁମାର ବେହେରା, ମୋଟେର ଫାଣ୍ଡି ଅଧିକାରୀ ମନୋରଞ୍ଜନ ଆଚାର୍ଯ୍ୟ, ଏସଆଇ ଭରତ ଅହିର, ଦାମୋଦର ନାଏକ ଉପସ୍ଥିତ ରହି ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ସତର୍କ ଦୃଷ୍ଟି ରଖିଥିଲେ। ତେବେ ଜାତୀୟ ରାଜପଥ ୨୬ ରେ ଗାଡି ଚଳାଚଳ ସ୍ବାଭାବିକ ରହିଥିବା ବେଳେ ଡ୍ରାଇଭର ମହାସଙ୍ଘ ପକ୍ଷରୁ ପ୍ରତିବାଦ ଓ ୧୦ ଦଫା ଦାବି ପୁରଣ କରିବାକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଳି କୁହାଯାଇଛି।

ମସିହା ନିଉଜ ସର୍ଭିସ୍ 

Related posts

Saipriya Nagar to Host Chaitra Parba Celebrations of Maa Majhi Ghoriani

masiha

ବନ୍ଧୁଗାଁ ବ୍ଲକରେ ଚାଷ ଜମି ଶୁଖିଲା , ଚାଷୀ ଚିନ୍ତାରେ, ଜମିରେ ବୁଲୁ ନାହିଁ ନଙ୍ଗଳ

masiha

ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗର କର୍ମଚାରୀଙ୍କ ଦରମାର ଅସଙ୍ଗତି ଓ ବରିଷ୍ଠତାରେ ପାତରଅନ୍ତର

masiha

Leave a Comment

error: Content is protected !!