ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚନ୍ଦନ ମେମୋରିଆଲ ପେଣ୍ଟିଂ ପ୍ରତିଯୋଗିତା ଆସନ୍ତା ୨ରେ..

ରାଉରକେଲା/ ଆଦର୍ଶ ପାଠାଗାର ଆନୁକୂଲ୍ୟରେ ଚନ୍ଦନ ମେମୋରିଆଲ ପେଣ୍ଟିଂ ପ୍ରତିଯୋଗିତା ୨୦୨୩ ଆସନ୍ତା ଏପ୍ରିଲ ମାସ ୨ତାରିଖ ଦିନ ପୂର୍ବାହ୍ନ ସାଢେ ୯ ଟାରେ ଆଦର୍ଶ ସାହିତ୍ୟ ଘର ଠାରେ ଅନୁଷ୍ଠିତ ହେବ ବୋଲି ପାଠାଗାର ତରଫରୁ ସୂଚନା ଦିଆଯାଇଛି । ପ୍ରତିଯୋଗୀ ମାନଙ୍କୁ ୪ ଭାଗରେ ବିଭକ୍ତ କରାଯାଇଛି । ଗୃପ ଏ ରେ ନର୍ସରୀ ରୁ ୟୁକେଜି, ଗୃପ ବି ରେ ପ୍ରଥମ ଶ୍ରେଣୀରୁ ତୃତୀୟ ଶ୍ରେଣୀ, ଗୃପ ସି ରେ ଚତୁର୍ଥ ରୁ ସପ୍ତମ ଓ ଗୃପ ଡି ରେ ଅଷ୍ଟମ ରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ର ଛାତ୍ରୀ ଭାଗନେଇ ପାରିବେ। ଏଥିପାଇଁ ଆସନ୍ତା ୨୫ ତାରିଖରୁ ଆଦର୍ଶ ପାଠାଗାର ଠାରେ ସବିଶେଷ ସୂଚନା ସଂଧ୍ୟା ୭ଟା୩୦ ରୁ ୮ଟା୩୦ ଓ ରବିବାର ଦିନ ପୂର୍ବାହ୍ନ ସାଢେ ୧୦ ରୁ ୧୨ ମଧ୍ୟରେ ସାଧାରଣ ସଂପାଦକ ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆଙ୍କ ସହ ଯୋଗାଯୋଗ କରାଯିବା ପାଇଁ କୁହାଯାଇଛି । ଏହି ପ୍ରତିଯୋଗିତାରେ କୃତୀତ୍ବ ହାସଲ କରିଥିବା ପ୍ରତିଯୋଗୀମାନଙ୍କୁ ଆସନ୍ତା ଏପ୍ରିଲ ୧୪ ତାରିଖ ବିଷୁବ ମିଳନ କାର୍ଯ୍ୟକ୍ରମରେ ସମ୍ମାନିତ କରାଯିବ ବୋଲି ଜଣାପଡ଼ିଛି ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଲେମନ୍ ଗ୍ରାସ୍ ପ୍ଲାଣ୍ଟ ରେ ନିଆଁ 

masiha

ରାୟଗଡ ଜିଲ୍ଲାର ଉପାନ୍ତ ଅଞ୍ଚଳରେ ଓଡ଼ିଆ ଭାଷାର ଉନ୍ନତି ପାଇଁ ସଂଘର୍ଷ ଜାରି ରଖିଛି ରାୟଗଡ ଜିଲ୍ଲା ଉତ୍କଳ ମିଡ଼ିଆ ସାମ୍ବାଦିକ ସଂଘ

Sunil Chandra Nayak

କଳାହାଣ୍ଡି ଆଦିବାସୀ କର୍ମଚାରୀ ସଂଘ ର ନୂଆଁଖାଇ ଭେଟଘାଟ

masiha

Leave a Comment

error: Content is protected !!