ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆନ୍ତର୍ଜାତୀୟ ଓଡ଼ିଆ ସ୍ୱାଭିମାନ ପ୍ରତିଷ୍ଠାନ ତରଫରୁ ଭିଜନ ୨୦୩୬ ଆଲୋଚନା ଚକ୍ର

ପ୍ରଥମ ବିଶ୍ବ ଓଡ଼ିଆ ସ୍ଵାଭିମାନ ସମ୍ମିଳନୀ ଆୟୋଜନ ନେଇ ଆଲୋଚନା….

ରାଉରକେଲା/ ଦଳମତ, ସଂଗଠନ ଓ ଆଞ୍ଚଳିକ ଭେଦଭାବ ଭୁଲି ବିଶ୍ୱରେ ପ୍ରତି କୋଣରେ ଥିବା ସମସ୍ତ ଓଡିଶାବାସୀ ମିଳିମିଶି, ମାଟି ମା ମାତୃଭାଷା ନିମନ୍ତେ କାର୍ଯ୍ୟ କଲେ ବିଶ୍ଵ ଦରବାରରେ ଓଡିଶା ସ୍ଵତନ୍ତ୍ର ପରିଚିତି ସୃଷ୍ଟି କରିପାରିବ। ଓଡ଼ିଶାରେ ସମସ୍ତ ପ୍ରକାର ପ୍ରାକୃତିକ ଓ କୃଷି ସମ୍ପଦ, ପର୍ଯ୍ୟଟନ ସ୍ଥଳୀ,ମାନବ ସମ୍ବଳ ଭରପୂର୍ ରହିଥିବା ବେଳେ ଉପଯୁକ୍ତ ବିନିଯୋଗ ହୋଇ ପାରୁନଥିବା ବେଳେ, ଏ ସବୁର ଲାଭବାନ ହେଉଛନ୍ତି ବାହାର ରାଜ୍ୟ। ଅନ୍ୟ ପକ୍ଷରେ ଓଡ଼ିଶା ର ସାହିତ୍ୟ, ସଂସ୍କୃତି, କୁଟୀର ଶିଳ୍ପ ପାରମ୍ପାରିକ ଶୈଳୀ କୁ ଦେଶ ଓ ଦେଶ ବାହାରେ ଆଦୃତ ହେଉଥିବା ବେଳେ, ଏ ସବୁକୁ ଉପଯୁକ୍ତ ପ୍ରୋତ୍ସାହନ ଅଭାବ ରହିଛି। ଦେଶ ଓ ଦେଶ ବାହାରେ ଓଡ଼ିଆ ମାନେ ବହୁ ଉଚ୍ଚ ପଦବୀରେ ଅଧିଷ୍ଠିତ ହୋଇ ସୁନାମ ଅର୍ଜନ କରିଥିବା ବେଳେ ମାଟି ମା ମାତୃଭାଷା ପ୍ରତି ଅନେଙ୍କକ ଆନ୍ତରିକତା ଅଭାବ ରହୁଥିବା ପରିତାପର ବିଷୟ। ବିଶ୍ଵ ଦରବାରରେ ଓଡିଶା ର ସ୍ଵତନ୍ତ୍ର ପରିଚିତ ସୃଷ୍ଟି ନିମନ୍ତେ ଏହାର ପ୍ରାକୃତିକ,କୃଷି ସମ୍ପଦ ଓ ମାନବ ସମ୍ବଳକୁ ଆନ୍ତରିକତା ର ସହ ଉପଯୁକ୍ତ ବିନିଯୋଗ କରି, ଓଡ଼ିଶାର ଅର୍ଥନୀତିର ବିକାଶ କରିବାକୁ ପଡ଼ିବ ବୋଲି ଆଜି ଆନ୍ତର୍ଜାତୀୟ ଓଡ଼ିଆ ସ୍ୱାଭିମାନ ପ୍ରତିଷ୍ଠାନ, ନୂଆଦିଲ୍ଲୀ ତରଫରୁ ” ଭିଜନ ଓଡ଼ିଶା ୨୦୩୬’ ଆଲୋଚନା ଚକ୍ର ରେ ବିଭିନ୍ନ ଓଡ଼ିଆ ସଂଗଠନ, ବୁଦ୍ଧିଜୀବୀ ମାନେ ମତବ୍ୟକ୍ତ କରିଥିଲେ।

ଓଡିଶା ର ରେଳପଥ ବୃଦ୍ଧି ସହ ଉପାନ୍ତ ଅଞ୍ଚଳକୁ ରେଳ ସଂଯୋଗ କରିବା, କୃଷି ଓ ପର୍ଯ୍ୟଟନ ପ୍ରତି ଗୁରୁତ୍ଵ ଦେବା, ଭୁବନେଶ୍ବର ରୁ ଭ।ୟା କୋଣାର୍କ ଦେଇ ପୁରୀ ମେଟ୍ରୋ ରେଳ ପ୍ରତିଷ୍ଠା କରିବା, ଭୁବନେଶ୍ବର ବିମାନ ବନ୍ଦରରୁ ବିଭିନ୍ନ ଦେଶ କୁ ସିଧାସଳଖ ବିମାନ ଚଳାଚଳ କରିବା ସହ ରାଜ୍ୟରେ ଅଧିକ ଉଚ୍ଚକୋଟୀର ବିମାନ ବନ୍ଦର ପ୍ରତିଷ୍ଠା କରିବା, ରାଜ୍ୟରୁ ମୁମ୍ବାଇ, ଦିଲ୍ଲୀ, ବାଙ୍ଗାଲୋର ସିଧାସଳଖ ଅଧିକ ଟ୍ରେନ ସଂଖ୍ୟା ବୃଦ୍ଧି କରିବା ଇତ୍ୟାଦି ମତ ବକ୍ତା ମାନେ ଉପସ୍ଥାପନ କରିବା ସହ ରାଜ୍ୟର ବିକାଶ ଧାରାକୁ ଆଗକୁ ନେବା ନିମନ୍ତେ ଶିକ୍ଷା ଓ ସ୍ୱାସ୍ଥ୍ୟ ପ୍ରତି ଗୁରୁତ୍ବ ଦେବା ନିମନ୍ତେ ଆଲୋଚନା ହୋଇଥିଲା।

ଏହି ପରିପେକ୍ଷୀରେ ଚଳିତ ବର୍ଷ ପ୍ରତିଷ୍ଠାନ ତରଫରୁ ବିଭିନ୍ନ ଓଡ଼ିଆ ଅନୁଷ୍ଠାନ ଓ ସରକାରଙ୍କ ସହଯୋଗରେ ପ୍ରଥମ ବିଶ୍ବ ଓଡ଼ିଆ ସ୍ଵାଭିମାନ ସମ୍ମିଳନୀ ମହା ସମାହାରରେ ଆୟୋଜନ ନେଇ ଆଲୋଚନା ହୋଇଥିଲା। ଅତିଶିଘ୍ର ବିଶ୍ଵ ସମ୍ମିଳନୀ ର ରୂପରେଖ ପ୍ରସୁତି କରାଯିବ ନେଇ ଆଲୋଚନା ହୋଇଥିଲା।

ପ୍ରତିଷ୍ଠାନ ର ମୁଖ୍ୟ ସଂଯୋଜକ ବିଶିଷ୍ଟ ସମାଜସେବୀ ସୁଶାନ୍ତ କୁମାର ସାବତଙ୍କ ସଭାପତିତ୍ବ କରି ଓଡ଼ିଶାର ସ୍ୱାଭିମାନ,ସଂସ୍କୃତି, ପରମ୍ପରା, କୁଟୀର ଶିଳ୍ପ, ପର୍ଯ୍ୟଟନ ବିଶ୍ଵ ଦରବାରରେ ପ୍ରସିଦ୍ଧ ହେଲେ ଏହି ସବୁକୁ ଆହୁରି ବ୍ୟାପକ କରି ଓଡ଼ିଶାର ଅର୍ଥନୀତି କୁ ମଜୁବୁତ କରିବା ସହ ନିଜ ମାଟିରେ ଅର୍ଥରୋଜଗର କରିବା ଭଳି ବିଭିନ୍ନ ଶିଳ୍ପ ଓ ଯୋଜନା ସରକାରୀ ବେସରକାରୀ ମାଧ୍ୟମରେ ସୃଷ୍ଟି କରିବା ଉଚିତ। ଯାହା ଫଳରେ ଆମର ମାନବସମ୍ବଳ ଆମ ରାଜ୍ୟ ବିକାଶରେ ଅଧିକ ବିନିଯୋଗ ହୋଇ ପାରିବ ବୋଲି ମତବ୍ୟକ୍ତ କରିଥିଲେ। ବିଶିଷ୍ଟ ପ୍ରସାଶନିକ ଅଧିକାରୀ ଡ କୃଷ୍ଣ ଚନ୍ଦ୍ର ସାହୁ ଯୋଗଦେଇ ଓଡ଼ିଶାର ଅସ୍ମିତା ଉପରେ ଆଲୋକପାତ କରିଥିଲେ। ରାଷ୍ଟ୍ରୀୟ ପ୍ରବାସୀ ଓଡ଼ିଆ ସମ୍ମିଳନୀ ର ସଭାପତି ସୂର୍ଯ୍ୟ ନାରୟଣ ମିଶ୍ର, ଡ ବିନୋଦ ଚନ୍ଦ୍ର ସାବତ, ମଧୁସୂଦନ ଦାସ, ବିରଜା ମହାପାତ୍ର, ବରିଷ୍ଠ ସାମ୍ବାଦିକ କିଶୋର ଦ୍ବିବେଦୀ, ଦେବାରଜ ମହାନ୍ତି ପ୍ରମୁଖ ମଞ୍ଚାସିନ ରହି ଓଡ଼ିଶା ର ସ୍ୱାଭିମାନ ଦିଗରେ ଆନ୍ତର୍ଜାତୀୟ ସ୍ୱାଭିମାନ ପ୍ରତିଷ୍ଠାନ ର ଭୂମିକା ଗୁରୁତ୍ତ୍ଵପୂର୍ଣ୍ଣ ଓ ସମସ୍ତ ଓଡ଼ିଆ ସଂଗଠନ ମିଳିମିଶି କର୍ଯ୍ୟକରିବା ଆବଶ୍ୟକ ବୋଲି ମତ ବ୍ୟକ୍ତ କରିଥିଲେ।

ଏହି ଅବସରେ କିଛି ଓଡ଼ିଆ ଅନୁଷ୍ଠାନ, ସଙ୍ଗଠନ ଓ ବ୍ୟକ୍ତି ଙ୍କୁ ପ୍ରତିଷ୍ଠାନ ତରଫରୁ ସମ୍ମାନିତ କରାଯାଇଥିଲା। ଆଲୋଚନା ଚକ୍ରରେ ରିତା ପାତ୍ର, ଦିଲ୍ଲୀପ ବେହେରା, ଅରୁଣ ପଲେଇ, କନକ ଲତା ମିଶ୍ର, ଡ ହିମାଂଶୁ ଶେଖର ଷଡ଼ଙ୍ଗୀ, ବାସନ୍ତୀ ପୃସେଠ୍,ଅଳକା ସାହୁ, ରଫିଦା ଖାନ,ସିମରନ୍ ଜମାଲ, ବିଭୁ ପ୍ରସାଦ ସାହୁ, ଅକ୍ଷୟ ସାମଲ ଙ୍କ ସମେତ ବହୁ ଓଡ଼ିଆ ସଂଗଠକ ବୁଦ୍ଧିଜୀବୀ ଗଣମାଧ୍ୟମ ବ୍ୟକ୍ତିତ୍ବ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ । କାର୍ଯ୍ୟକ୍ରମକୁ ଅନୁଷ୍ଠାନର କୃଷ୍ଣଚନ୍ଦ୍ର ସାବତ, ଉମାକାନ୍ତ ଦାସ,ଶଙ୍କର୍ଷଣ ପାଢ଼ୀ, ରାମେଶ୍ୱରୀ ନନ୍ଦ, ରଶ୍ମିତା ସାବତ, ବିସମିତା ସାବତ ପ୍ରମୁଖ ପରିଚାଳନା କରିଥିଲେ।ଶେଷରେ ପ୍ରତିଷ୍ଠାନ ର ସଚିବ ସନ୍ତୋଷ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

“ଏସପାଇଆର ରାଇରଙ୍ଗପୁର” ମାଧ୍ୟମରେ ଫ୍ରି କୋଚିଂ ଜିଲ୍ଲାପାଳଙ୍କ ଦ୍ବାରା ଶୁଭ ଉଦଘାଟିତ 

masiha

ଓଡିଶାର ବିମାନ ଚଳାଚଳ ଭିତ୍ତିଭୂମିକୁ (Civil Aviation) ବିଶ୍ୱସ୍ତରୀୟ କରାଯିବ

masiha

୧- NSF ଓଡିଶା ରାଜ୍ୟ ପାଇଁ ଭାରଉତ୍ତୋଳନ କମିଟି ରେ ନୂତନ କମିଟି ଚୟନ ,୨- କାଳବୈଶାଖୀ ବର୍ଷା ପବନରେ ଉଡ଼ାଇଲା ଘର, ଭାଙ୍ଗିଲା ଗଛ 

Leave a Comment

error: Content is protected !!