ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୋଷଣ ପାଖଡା- ୨୦୨୩ର ଶୁଭାରମ୍ଭ 

ତା ୨୯.୦୩.୨୦୨୩ରିଖ ଦିବା ୧୨.୩୦ଘଣ୍ଟିକା ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦ୍‌ଭାବନା ସଭା ଗୃହରେ ସମ୍ମାନୀୟ ଜିଲ୍ଲାପାଳ ଶ୍ରୀଯୁକ୍ତ ସରୋଜ କୁମାର ସେଠୀ(ଭା.ପ୍ର.ସେ)ଙ୍କ ଦ୍ବାରା ପୋଷଣ ପାଖଡା୨୦୨୩ର ଶୁଭାରମ୍ଭ କରାଯାଇଥିଲା । ଉକ୍ତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ ଓ ସାଧାରଣ), ମୁଖ୍ୟ ଉନ୍ନୟନ ଅଧିକାରୀ-ତଥା-କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଲ୍ଲାପରିଷଦ, ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ, ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ, ଉପଜିଲ୍ଲାପାଳ, ସଦର, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଅତିରିକ୍ତ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ, ସମସ୍ତ ବ୍ଲକ ଉନ୍ନୟନ ଅଧିକାରୀ, ଡିପିସି ମମତା, ଡିପିସି ମିଶନ ଶକ୍ତି, ଡିପିଏମ୍, ଏନ୍.ଏଚ୍.ଏମ୍., ଜିଲ୍ଲା ସଂଯୋଜକ(ଆକ୍ସନ ଏଡ୍ ଓ ୟୁନିସେଫ୍), ସମସ୍ତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଓ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହିତ ସ୍ବେଛାସେବୀ ପ୍ରତିନିଧିମାନଙ୍କ ଉପସ୍ଥିତିରେ ଶୁଭାରମ୍ଭ ହୋଇଥିଲା । ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସମସ୍ତଙ୍କୁ ସ୍ବାଗତ କରିବା ସହିତ ପୋଷଣ ପାଖଡା ଶୁଭାରମ୍ଭ କରିବା ପାଇଁ ଜିଲ୍ଲାପାଳ ମହୋଦୟଙ୍କୁ ଅନୁରୋଧ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ପୋଷଣ ପାଖଡା ପାଳନ କରିବାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ । ମୁଖ୍ୟ ଉନ୍ନୟନ ଅଧିକାରୀ-ତଥା-କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଲ୍ଲାପରିଷଦ ମାଣ୍ଡିଆ ଚାଷ କରିବା ଉପରେ ଲୋକ ମାନଙ୍କୁ ସଚେତନ କରିବା ପାଇଁ ମହିଳାମାନଙ୍କର ଭୂମିକା ଅଧିକ ବୋଲି ଗୁରୁତ୍ବାଆରୋପ କରିଥିଲେ ଏବଂ ମାଣ୍ଡିଆ ଚାଷ କରିବା ପାଇଁ ସମସ୍ତ ବିଭାଗ ଏକ ସଙ୍ଗେ କାମ କରିବା ପାଇଁ କହିଥିଲେ । ମାଣ୍ଡିଆର ବ୍ୟବହାର ଦ୍ବାରା ପୃଷ୍ଟିକର ମୂଲ୍ୟ ଓ ସ୍ବାସ୍ଥ୍ୟ ଉପକାରୀ ଉପରେ ବିସ୍ତୃତ ଭାବେ ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ ସଂକ୍ଷେପରେ ଓ ସ୍ପଷ୍ଟଭାବେ ବର୍ଣ୍ଣନା କରିଥିଲେ । ସିଡିପିଓ ଓଡାପଡା ସୁସ୍ଥ ବାଳକ ସ୍ପର୍ଶା ଉତ୍ସବ ପାଳନ କରିବାର ମହତ୍ତ୍ବ ପ୍ରତିପାଦନ କରିଥିଲେ ଓ ସିଡିପିଓ କଙ୍କଡାହାଡ ସକ୍ଷମ ଅଙ୍ଗନୱାଡୀର ଆବଶ୍ୟକତା ଓ ଉପକାରିତା ଉପରେ ଆଲୋକପାତ କରିଥିଲେ । ଜିଲ୍ଲାପାଳ ମହୋଦୟ ଅଙ୍ଗନୱାଡି କେନ୍ଦ୍ରରେ ଦିଆଯାଉଥିବା ସକାଳ ଜଳଖିଆରେ ମାଣ୍ଡିଆ ନିର୍ମିତ ଲଡ଼ୁ ପିଲାମାନଙ୍କୁ ଦେବାପାଇଁ ପରାମର୍ଶ ଦେଇଥିଲେ ଏବଂ ମଧ୍ୟାହ୍ନ ଭୋଜନରେ କିପରି ମାଣ୍ଡିଆ ନିର୍ମିତ ଖାଦ୍ୟ ଯୋଗାଇ ଦିଆଯିବ ସେ ବିଷୟରେ ବିଭାଗୀୟ କର୍ତ୍ତୃପକ୍ଷଙ୍କଠାରୁ ଅନୁମତି ନେଇ ପ୍ରଚଳନ କରିବା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ । ସର୍ବଶେଷରେ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ)ପ୍ରୋଗ୍ରାମର ସାରାଂଶ ସକ୍ଷେପରେ ବର୍ଣ୍ଣନା କରି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ଶୁଭମ ପାଣି ଙ୍କ ରିପୋର୍ଟ 

Related posts

୧- ଝରଣା ପାଣିରେ ମେଣ୍ଟୁଛି ଶୋଷ , ୨- କାପଲଡ଼ା ଠାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର 

masiha

ନୂଆ ଓ ଯୁବ ଓଡିଶା ନବୀନ ଓଡିଶା ଉଦଘାଟିତ

masiha

ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ରାମଚନ୍ଦ୍ର ମିଶ୍ରଙ୍କ 38ତମ ଶ୍ରାଦ୍ଧ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!