ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ମନୋରଞ୍ଜନ

ରୁପ୍ରା ଠାରେ ରାମଲୀଳାରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ , ସୀତା ବିବାହ ସହିତ ରବିବାର ପ୍ରଭୁ ଶ୍ରୀରାମଙ୍କ ବନବାସ ମଞ୍ଚସ୍ଥ

ରୁପ୍ରା, ୨/୪(ମନିସ) : ପ୍ରତିବର୍ଷ ପରି ଚଳିତ ବର୍ଷ ନର୍ଲାବ୍ଲକ୍ ଅଧିନ ରୁପ୍ରା ସ୍ଥିତ ରଘୁକୂଳ କଳା ସାଂସ୍କୃତିକ ଅନୁଷ୍ଠାନ ତରଫରୁ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଙ୍କ ୪୪ତମ ଜନ୍ମୋତ୍ସବ ପାଳନ ଅବସରରେ ଗୁରୁବାର ପ୍ରଥମ ଦିନରେ ଶ୍ରୀରାମଙ୍କ ଜନ୍ମୋତ୍ସବ ମଞ୍ଚସ୍ଥ ହୋଇଥିଲା, ସେହିପରି ଦ୍ବିତୀୟ ଦିନରେ ବର୍ଷା ହେବାରୁ ନାଟକ ମଞ୍ଚସ୍ଥ ହୋଇପାରି ନଥିଲା। ତୃତୀୟ ରଜନୀରେ ଶିବଧନୁ ଭଙ୍ଗସହ ସୀତା ବିବାହ ଓ ପର୍ଶୁରାମଙ୍କ ନଗର ପରିକ୍ରମା ହୋଇଥିଲା, ମଧ୍ୟରାତ୍ରିରେ ପୁଣି ବର୍ଷା ହେବାରୁ ନାଟକ କିଛି ସମୟ ପାଇଁ ମଞ୍ଚସ୍ଥ ହୋଇପାରି ନଥିବା ବେଳେ ବର୍ଷା ଛାଡିବାରୁ ପୁଣି ନାଟକ ମଞ୍ଚସ୍ଥ ହୋଇଥିଲା। ସେହିପରି ଆଜି ଅଯୋଧ୍ୟା କାଣ୍ଡରେ ଶ୍ରୀରାମଙ୍କ ବନବାସ ମଞ୍ଚସ୍ଥ ହେବାକୁ ଥିବାବେଳେ ଶ୍ରଦ୍ଧାଳୁ ମାନଙ୍କ ବହୁତ ଭିଡ଼ ଦେଖିବାକୁ ମିଳୁଛି । ଆୟୋଜିତ ରାମଲୀଳାରେ ଦଶରଥ ରାଜାଙ୍କ ଭୁମିକାରେ ପ୍ରମୋଦ ମିଶ୍ର, ବଶିଷ୍ଠ ନୀଳମଣି ଗୌଡ, ଜନକ ପ୍ରହଲ୍ଲାଦ ସାହୁ, ବିଶ୍ଵାମିତ୍ର ସୁରେଶ ଗୌଡ, ସୁମନ୍ତ୍ର ନବାଜ ଛତର, ରାମ ଦଶରଥ ଗୌଡ, ସୀତା ଶ୍ୟାମ ନାଏକ, ଲକ୍ଷ୍ମଣ ଅକ୍ଷୟ ଗୌଡ, ପର୍ଶୁରାମ ନାରାୟଣ ବେହେରା ପ୍ରମୁଖ ଚିତାକର୍ଷକ ଅଭିନୟ କରିଥିଲେ। ତତ୍ ସଙ୍ଗେ ବାଦ୍ୟଯନ୍ତ୍ରରେ ଭୁବନ ବାରିକ, ଭରତ ଚନ୍ଦ୍ର ନାଏକ, ଲୋଚନ ଗୌଡ, ରାଜେନ୍ଦ୍ର ସାହୁ, ଚଞ୍ଚଳ ଗୌଡ ଓ ସାଥି ସହଯୋଗ କରିଥିଲେ। ଆଲୋକ ବ୍ୟବସ୍ଥାରେ କୁମୁଦ ସାହୁ ଓ ମିତ୍ରସେନ୍ ସାହୁ ଦାୟିତ୍ବ ନିର୍ବାହ କରୁଛନ୍ତି। ଏଥିରେ ଅଞ୍ଚଳର ଆବାଳ ବୃଦ୍ଧ ବନିତାଙ୍କ ସହଯୋଗ ରହିଥିବା ବେଳେ କମିଟିର ଶ୍ୟାମସୁନ୍ଦର ଧଙ୍ଗଡାମାଝୀ, ତ୍ରିନାଥ ସାହୁ, ଚନ୍ଦ୍ରମଣି ଗୌଡ, ପ୍ରହଲ୍ଲାଦ ସାହୁ, ପ୍ରମୋଦ ମିଶ୍ର, ଧୋବା ଭୋଇ, ଗୌରଚନ୍ଦ୍ର ହାତୀ, ରାଜେନ୍ଦ୍ର ସାହୁ, ଭୁବନ ବାରିକ, ଲୋଚନ ଗୌଡ, ତ୍ରିଲୋଚନ ସାହୁ, ଭରତ ଚନ୍ଦ୍ର ନାଏକ ଓ ସୁବାଷ ସାହୁଙ୍କ ସମେତ ସମସ୍ତ ସଦସ୍ୟ ସହଯୋଗ କରୁଛନ୍ତି।ଏହି ଅବସରରେ ପୂଜକ ଦାୟିତ୍ବରେ ରୁପ୍ରା ଜଗନ୍ନାଥ ମନ୍ଦିରର ପୂଜକ ବିନୋଦ ବିହାରୀ ମିଶ୍ର ପୂଜାକାର୍ଯ୍ୟ ତୁଳାଉଛନ୍ତି। ସେହିପରି ବ୍ଲକ୍ ଅଧିନ ତିତକେଲା, ମୁଣ୍ଡାପଲା, ବାଗପୁର, ଗିଗିନା, ସିନାଙ୍ଗ, ସେରଗଡ୍, ଥୁଆପଦର, ଘୋଡାବନ୍ଧ, କନକପୁର ଓ ଜାମପଦର ଠାରେ ମଧ୍ୟ ରାମଲୀଳା ଅନୁଷ୍ଠିତ ହେଉଛି।

ରୁପ୍ରା ରୁ ପ୍ରଦୀପ ସେନାପତି ଙ୍କ ରିପୋର୍ଟ 

Related posts

ଓଡ଼ିଆ ଚଳଚ୍ଚିତ୍ର ‘ଡେଲିଭରି ବୟ’ ର ଅଡିଓ ଲୋକାର୍ପଣ ଉତ୍ସବ

Sunil Chandra Nayak

ଓଡିଆ ଚଳଚ୍ଚିତ୍ର ପ୍ରଦର୍ଶିତ 

masiha

ଉଦୟମାନ ଗାୟକ ଶ୍ରୀମାନ ଶିଶିର କୁମାର ଦାଶଙ୍କ ନୂତନ ଗୀତ

Leave a Comment

error: Content is protected !!