ସାହିତ୍ୟ ଅଗଣାସୁଶ୍ରୀ ଚନ୍ଦ୍ରକଳା ଦେବୀ ଙ୍କ କବିତା = ଅକ୍ଷୟ ତୃତୀୟା by Sunil Chandra NayakApril 23, 20230106 Share0 ଅକ୍ଷୟ ତୃତୀୟା ସୁଶ୍ରୀ ଚନ୍ଦ୍ରକଳା ଦେବୀ ବଇଶାଖ ଶୁକ୍ଳ ତୃତୀୟା ତିଥିରେ ଅକ୍ଷି ତୃତୀୟା ପଡଇ, ଏହି ଦିବସରେ ଦାନ ପୁଣ୍ୟ କଲେ ପୁଣ୍ୟ ଫଳ ପ୍ରାପ୍ତ ହୋଇ, ଗ୍ରହ ଚକ୍ରରେ ଯେ ଏହି ଦିବସଟି ଅତ୍ୟନ୍ତ ଶୁଭ ଅଟଇ, ଗୃହାରମ୍ଭ, ଗୃହ ପ୍ରବେଶ, ବିବାହ ଏହି ଦିନ କରାଯାଇ, ଏହି ଦିବସଟି ସୁନା, ଗାଡି, ଘର ଶୁଭ ଦିନ କ୍ରୟ ପାଇଁ || ଏହି ଦିନ ଠାରୁ ଚନ୍ଦନ ଯାତରା ଆରମ୍ଭ ହୋଇଣ ଥାଇ, ଅକ୍ଷି ତୃତୀୟାକୁ କୃଷକ ଭାଇଟି ବହୁଦିନୁ ଥାଏ ଚାହିଁ, ନୂଆ ବେତୁଲିରେ ଶସ୍ୟକୁ ପୁରାଏ ଅକ୍ଷି ଅନୁକୂଳ ପାଇଁ, କୃଷକ ଘରଣୀ ଆନନ୍ଦିତ ମନେ ପିଠାପଣା କରିଥାଇ, ଭୂଇଁ ଖଜୁରୀ ଓ ଭଇଁଚ କୋଳି ଅଷ|ଢୁଆ ରଖିଥାଇ , ଧୂପ,ଦୀପ,ସୁନା, ଫୁଲ ଓ ଚନ୍ଦନ ବେତୁଲିରେ ସେ ଭରଇ || ଶଙ୍ଖ ହୁଳହୁଳି ଦେଖାଇ ଦୀପାଳି କ୍ଷେତକୁ ପଠାଏ ପୁଣି, ଲକ୍ଷ୍ମୀ ଠାକୁରାଣୀ ସୁମରଣ| କରି ମନରେ କରେ ଦଇନୀ, ବରଷକ ପାଇଁ ଖାଦ୍ୟ|ଭାବ ଦୂର କର ମା ‘ଅନ୍ନଦାୟିନୀ, କୃଷକ ଭାଇଟି କ୍ଷେତକୁ ଯାଇଣ ପୂ6ଜ ଲକ୍ଷ୍ମୀ ଠାକୁରାଣୀ, ହଳ ଅନୁକୂଳ କରିଣ ଐଷ|6ନ୍ୟ ଶସ୍ୟକୁ ଦିଅଇ ବୁଣି || ତ୍ରେତୟା ଯୁଗରେ ପର୍ଶୁରାମ ବୀର ଏହି ଦିନ ଜନ୍ମି ଥିଲେ, ପାଞ୍ଚାଳୀକୁ ପୁଣି କୋଟି ବସ୍ତ୍ର ଦାନ ପ୍ରଭୁ ଚକ୍ରଧାରୀ କଲେ, କେନ୍ଦୁବିଲୱଠାରେ ଭକ୍ତ ଜୟ ଦେବ ଏହି ଦିନ ଜନମିଲେ, ଏହି ଦିନ ବଳରାମ ରେବତୀ ଯେ ବିବାହ ବନ୍ଧନ କଲେ, ଭାଗୀରଥ ଗଙ୍ଗା ମାତାଙ୍କୁ ଏ ଦିନ ଧାରାକୁ ଆଣିଣ ଥିଲେ || ଏହି ଦିନ ଠାରୁ ରଥ ଗଢ଼ା କାମ ହୋଇଥାଏ ଅନୁକୂଳ, ପୂଜା ପାଠ କରି ପଣ୍ଡା ଭାଇ ମାନେ ହୋଇଥାନ୍ତି ସର୍ବେ ମେଳ, ମହାରଣା ସେବାୟତ ଭାଇଙ୍କୁ ଯେ ମିଳି ଥାଏ ଆଜ୍ଞା ମାଳ, ହିନ୍ଦୁମାନଙ୍କର ପବିତ୍ର ପରବ ହୁଏ ଅକ୍ଷି ଅନୁକୂଳ, ଭକ୍ତି ପୂତ ମନେ ପୂଜ| ତାଙ୍କୁ କଲେ ହୁଅଇ ସର୍ବ ମଙ୍ଗଳ || ଚନ୍ଦ୍ରକଳା ପାଟବେରଣ|, ରଣପୁର