ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଇଣ୍ଡିଆନ ଡେଟୋନେଟର୍ସ ମଜଦୂର ସଭା ପକ୍ଷରୁ ଶ୍ରମିକ ଦିବସ ପାଳନ

ବ୍ୟୁରୋ ନିୟୁଜ୍ -:  ହିନ୍ଦ ମଜଦୂର ସଭା ସହ ବନ୍ଧିତ ଇଣ୍ଡିଆନ ଡେଟୋନେଟରର୍ସ ମଜଦୁର ସଭା ପକ୍ଷରୁ ବାଲିଯୋଡି ସ୍ଥିତ ୟୁନିୟନ କାର୍ଯ୍ୟାଳୟ ପରିସରରେ ଅନ୍ତର୍ଜାତୀୟ ଶ୍ରମିକ ଦିବସ ଓ ଶ୍ରମିକ ସମାବେଶ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ୟୁନିୟନ ର ସଭାପତି ତଥା ବିଜେଡି ର ବରିଷ୍ଟ ନେତା ଆନନ୍ଦ ଚନ୍ଦ୍ର ମହାନ୍ତି ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ହିନ୍ଦ ମଜଦୁର ସଭାର ପତାକା ଉତ୍ତୋଳନ କରି ମେଁ ଦିବସ ର ତାତ୍ପର୍ଯ୍ୟ, ସମ୍ପର୍କରେ ଆଲୋଚନା କରି କହିଲେ ଆଜି ଏହି ପବିତ୍ର ଦିନରେ ଆଇଡ଼ିଏଲ ର ଶ୍ରମିକ ମାନେ ହିନ୍ଦ ମଜଦୁର ସଭାର ପତାକା ତଳେ ଏକଜୁଟ ହୋଇ ଶପଥ ନେବାପାଇଁ ଆହ୍ୱାନ ଦେଇଥିଲେ l ସାଧାରଣ ସମ୍ପସକ ଶସଧର ନାୟକ ଆଇଡ଼ିଏଲ ଶ୍ରମିକ ମାନଙ୍କ ଦରମା ଜନିତ ଦୀର୍ଘ ମିଆଦୀ ଚୁକ୍ତିନାମା ସମ୍ପର୍କରେ ନିଜର ବକ୍ତବ୍ୟ ରଖିଥିଲେ l ସଂଗଠନର କାର୍ଯ୍ୟକାରୀ ସଭାପତି ତଥା ଶ୍ରମିକ ନେତା ଅରୁଣ କୁମାର ପରିଡା କହିଲେ ହିନ୍ଦ ମଜଦୁର ସଭା ଶ୍ରମିକ ମାନଙ୍କ ସାମାଜିକ, ଅର୍ଥନୈତିକ, ଓ ସାଂସ୍କୃତିକ କ୍ଷେତ୍ରରେ ବିକାଶ ଆଣିବା ପାଈଁ ନିରବଛିନ୍ନ କାର୍ଯ୍ୟ କରି ଆସିଛି ଓ ଆଗାମୀ ଦିନରେ ଶ୍ରମିକ କର୍ମଚାରୀ ମାନଙ୍କ ବହୁବିଧ କଲ୍ୟାଣ ସାଧନ ପାଇଁ ସଂଗ୍ରାମ ଜାରି ରହିବ ବୋଲି ଆଲୋଚନା କରିଥିଲେ l ହିନ୍ଦ ମଜଦୁର ସଭାର ରାଜ୍ୟ ସମ୍ପାଦକ ପ୍ରମୋଦ ଦାସ, ରାଉରକେଲା ମଜଦୂର ସଭାର ଉପ ସଭାପତି କଳାକାର ସାହୁ, ଶ୍ରମିକ ନେତା ସି୍ଧେଶ୍ୱର ବଳ, ଅନ୍ତର୍ଯ୍ୟାମୀ ବେଉରା, ଶ୍ରମିକ କର୍ମଚାରୀ ମାନଙ୍କ ବିଭିନ୍ନ ସମସ୍ୟା, ଶ୍ରମିକ ମାନଙ୍କ ପାଈଁ ସାମାଜିକ ସୁରକ୍ଷା, ଉର୍ନ୍ନତ ମାନର କ୍ୟାଣ୍ଟିନ, କାମ କରିବା ଅଧିକାର ସର୍ବୋପରି କାରଖାର ବିକାଶ ଓ ଶ୍ରମିକ ମାନଙ୍କ ଉର୍ନ୍ନତି ସମ୍ପର୍କରେ ନିଜ ନିଜର ବକ୍ତବ୍ୟ ରଖିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ବିଶ୍ୱନାଥ ନାୟକ, ଲଷ୍ମଣ ମହାକୁଡ଼, ରବୀନ୍ଦ୍ର ନାଥ ବିଶ୍ୱାଳ, ପିକେ ସାମନ୍ତରାୟ, ସୁନ୍ଦରରାମ ହାଁସଦା, ଶଳାଇ ଟୁଡୁ, ରାମେଶ୍ୱର ନାଗ ନିରୁ ବିଶୋଇ,ସୁମନ୍ତ ଆଚାର୍ଯ୍ୟ, ହନୁଙ୍କ ମିଂଜ଼, ସୁରେଶ ବାଦା, ମନୋରଞ୍ଜନ ନାୟକ, ଓ ସୁରେଶ ନାଗ ପ୍ରମୁଖ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ l ସମ୍ପାଦକ ପ୍ରଭାତ ନାୟକ ଧନ୍ୟବାଦ ପ୍ରସ୍ତାବ ଆଗତ କରିଥିଲେ l ପ୍ରାରମ୍ଭରେ ଉତ୍କଳମଣି ଗୋପବନ୍ଧୁ ଓ ସହିଦ ମାନଙ୍କ ଫଟ ଚିତ୍ରରେ ଅତିଥିମାନେ ମାଲ୍ୟର୍ପଣ କରିଥିଲେ l ବହୁ ଶ୍ରମିକ କର୍ମଚାରୀ ଯୋଗ ଦେଇଥିଲେ।

ମସିହା ନିୟୁଜ୍ ସର୍ଭିସ୍ 

 

Related posts

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତରଫରୁ ସଚେତନତା କାର୍ଯ୍ୟକ୍ରମ 

Sunil Chandra Nayak

ଦାବୀ ପତ୍ର ଦେବା 48 ଘଣ୍ଟା ନପୁରୁଣୁ ପୁଣି ଏକ ଜୀବନ ନେଲା 149 ଜାତୀୟ ରାଜପଥ

masiha

ଅଟୋ ଓଲଟି ୪ ଗୁରୁତର

Sunil Chandra Nayak

Leave a Comment

error: Content is protected !!