ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୃଷି,କୃଷକ ଓ ଯୁବକଙ୍କୁ ନେଇ ଖବୁଶୀଘ୍ର କୃଷି କନ୍‌କ୍ଲେଭ – ୨୦୨୩

କଟକ : ଓଡ଼ିଶାର କୃଷି ଓ କୃଷକର ବିକାଶକୁ ଲକ୍ଷ୍ୟ କରି ରାଜ୍ୟ ସରକାର ସବୁସମୟରେ କାର୍ଯ୍ୟ କରି ଆସୁଛନ୍ତି । କୃଷି ଆମ ରାଜ୍ୟର ଅର୍ଥନୀତିର ପରିମାପକ । କୃଷି ଓ କୃଷକର ବିକାଶକୁ ମୂଳମନ୍ତ୍ର ଭାବରେ ବିବେଚନା କରି ୨୦୧୮ରୁ କୃଷି ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ଆରମ୍ଭ ହୋଇଥିଲା କୃଷି ଭିତ୍ତିକ ତ୍ରୈମାସିକ ପତ୍ରିକା ଶ୍ୟାମଳ ସୁବର୍ଣ୍ଣ । କୃଷି ଛାତ୍ରମାନଙ୍କ ଦ୍ୱାରା ପରିକଳ୍ପିତ ଏ ପତ୍ରିକା ଗାଁ ଗାଁରେ ଚାଷୀମାନଙ୍କୁ ଜୈବିକ ଚାଷ ରେ ଯୋଡ଼ିବା ସହ ସେମାନଙ୍କ ମଧ୍ୟରେ କର୍ମକୁଶଳତା ବୃଦ୍ଧି କରିବା ଦିଗରେ ସତ ଚେଷ୍ଟିତ । ସରକାରାଙ୍କ ଦ୍ୱାରା ଆନିତ କୃଷି ଯୋଜନା ଗୁଡ଼ିକୁ କିପରି ଚାଷୀ ମାନଙ୍କ ପାଖରେ ସହଜରେ ପହଁଚିପାରିବ ଓ ଏହାର ପ୍ରକୃତ ଲାଭାର୍ଥି ଚାଷୀ ମାନେ ହୋଇପାରିବେ , ସେ ଦିଗରେ ଦୀର୍ଘ ୫ବର୍ଷ ହେବ କାମ କରୁଛି । ପତ୍ରିକାରୁ ପ୍ରତିଷ୍ଠାନ ହୋଇ ଏବେ ଚାଷୀ ମାନଙ୍କ ନିକଟତର ହୋଇ ସେମାନଙ୍କ ମଧ୍ୟରେ ଦିନିକିଆ କୃଷକ ସଚେତନତା ଶିବିର , ମିଲେଟ ମିଶନକୁ ପ୍ରୋତ୍ସାହନ ଦେଇ ମାଣ୍ଡିଆର କର୍ମଶାଳା ଏବଂ ମାଛ ଚାଷୀ ମାନଙ୍କୁ ଅନେକ ପ୍ରକାରର ତାଲିମ ପ୍ରଦାନ କରାଯାଉଛି । ଶ୍ୟାମଳ ସୁବର୍ଣ୍ଣ ଆଗ୍ରୋ ପ୍ରା ଲି ଏବେ ଚାଷୀ ମାନଙ୍କ ମଧ୍ୟରେ ଜୈବିକ କୃଷିକୁ ଅଧିକ ଲୋକପ୍ରିୟ କରାଇବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ କରାଇବା ସହ ଏବେ ସୁଦ୍ଧା ପ୍ରାୟ ୧୨ଟି ଜିଲ୍ଲାରେ ଚାଷୀ ମାନଙ୍କୁ ନୂଆ କୃଷି ଜ୍ଞାନ କୌଶଳ ଉପରେ ଶିକ୍ଷା ମଧ୍ୟ ପ୍ରଦାନ କରୁଛନ୍ତି । ଏହାର ନିର୍ଦ୍ଦେଶକ ଡି. ଶୁଭମଙ୍କ କହିବା ଅନୁସାରେ ପ୍ରଥମ ଥର କୃଷି ଛାତ୍ରମାନଙ୍କ ଦ୍ୱାରା ପରିକଳ୍ପନାରେ ମଇ ୭, ରବିବାର ଭୁବନେଶ୍ୱରର ରେଡ଼କ୍ରସ ଭବନ ଠାରେ ସକାଳ ୯ଘଟିକା ସମୟରେ କୃଷି କନ୍‌କ୍ଲେଭର ଆୟୋଜନ କରାଯାଉଛି । ରାଜ୍ୟର କୃଷକ ଓ ଯୁବକ ମାନଙ୍କ ମଧ୍ୟରେ ଏହା ଏକ ମିଳିତ ମାନସ ମନ୍ଥନ କାଯ୍ୟକ୍ରମ ହେବ ବୋଲି ସେ କହିଛନ୍ତି । ଆନ୍ତଜାର୍ତୀୟ ମିଲେଟ ବର୍ଷ ପାଇଁ ଭୋଜନରେ ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟକୁ ଅନ୍ତର୍ଭୁକ୍ତ କରାଯାଉଛି । ଏହି କନକ୍ଲେଭ ରେ ସଫଳ ଚାଷୀ ଭାବରେ ଛାୟାରାଣୀ ସାହୁ , ଉପେନ୍ଦ୍ର ବିଶ୍ୱାଳ ଓ ଜ୍ଞାନ ରଂଜନ ଦାସ ତଥା ଯୁବ ଲେଖିକା ଭାବରେ କ୍ରିଷ୍ଣା ଲିଣ୍ଟାସ ବେହେରା , ଓୟୁଏଟିର ଅନିଲ ମିଶ୍ର, ସେଂଚୁରିଆନ ବିଶ୍ୱବିଦ୍ୟାଳୟର ଅଧ୍ୟକ୍ଷ ଡ଼ ସତ୍ୟ ପ୍ରକାଶ ନନ୍ଦ , ଆଇଜି ଡ୍ରୋନର ମୁଖ୍ୟ ବୋଧିସତ୍ତ୍ୱ ସଂଘପ୍ରିୟ ତଥା ଶ୍ରେଷ୍ଠ ଉଦ୍ୟୋଗୀ ଭାବରେ ଦେବତାନୁ ବର୍ମନଙ୍କୁ ସମ୍ବର୍ଦ୍ଧିତ କରାଯିବାର ଯୋଜନା ରହିଛି । ଏତଦସହ ତିନୋଟି ପ୍ୟାନେଲ ଯଥା- ସଫଳତାର ଶୀର୍ଷରେ ମାଣ୍ଡିଆର ମହକ, କୃଷି ଉଦ୍ୟୋଗୀକରଣ-ଏକ ବିହଙ୍ଗବାଲୋକନ , ଓଡ଼ିଶାର ମତ୍ସ୍ୟ ସଂପଦ ବିକାଶ- ସ୍ୱପ୍ନ ଓ ସମ୍ଭାବନା ଶୀର୍ଷକରେ ଆୟୋଜନ କରାଯିବା ସହ କୃଷି , କୃଷକ ଓ ବୈଜ୍ଞାନିକ ମାନଙ୍କର ସମନ୍ୱୟ ହେବାର କାର୍ଯ୍ୟକ୍ରମ ରହିଛି । ଏହି କନକ୍ଲେଭରେ ସାରା ଓଡ଼ିଶାରୁ ୧୫୦ରୁ ଉଦ୍ଧ୍ୱର୍ ଚାଷୀ , କୃଷି ଛାତ୍ରଛାତ୍ରୀ ,କୃଷି ବୈଜ୍ଞାନିକ ମାନେ ଯୋଗଦେବାର କାର୍ଯ୍ୟକ୍ରମ ଅଛି ।

କଟକ ସଦର ରୁ ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ 

Related posts

ରାଇରଙ୍ଗପୁରରେ ଅଗ୍ରଣୀ ସାମାଜିକ ଓ ସାଂସ୍କୁତିକ ଅନୁଷ୍ଠାନ ‘ପରିକ୍ରମା’ ତରଫରୁ ବସନ୍ତ ମହୋତ୍ସବ ରଙ୍ଗ-ରଙ୍ଗୋଲି” ଆୟୋଜିତ 

masiha

ଦୁବାଇରେ ମିଳିତ ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ମିଳନୀରେ ଓଡିଆଙ୍କ ଯୋଗଦାନ 

masiha

ବିଦ୍ୟାଳୟ ନ ଯାଇ ଦରମା ପାଉଛନ୍ତି ଶିକ୍ଷୟତ୍ରୀ

Leave a Comment

error: Content is protected !!