ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

ମଲ୍ଟି ସ୍ପେସିଆଲିଟି ସ୍ଵାସ୍ଥ୍ୟ ଶିବିର ଅନୁଷ୍ଠିତ 

ରାୟଗଡା :- ଜେକେ କାଗଜ କଳ ର ସି ଏସ୍ ଆର ବିଭାଗ ତରଫରୁ ମେଡିକଭର ହସପିଟାଲ, ବିଶାଖାପାଟଣା ସହଭାଗିତା ରେ ଏକ ମେଗା ମଲ୍ଟି ସ୍ପେସିଆଲିଟି ସ୍ଵାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଶିଶୁ ବିଶେଷଜ୍ଞ ଡ ଅନିତା ତ୍ରିପାଠୀ ,ହୃଦ୍ ରୋଗ ବିଶେଷଜ୍ଞ ଡ ଅର୍ଚନା ବେହେରା, ଅସ୍ଥି ଶୈଲ୍ୟ ବିଶେଷଜ୍ଞ, ଡ ପ୍ରବୀଣ, ସ୍ତ୍ରୀ ରୋଗ ବିଶେଷଜ୍ଞ ଡ ରାଧିକା, ଭେଷଜ ବିଶେଷଜ୍ଞ ଆର୍ ରାଜେଶ କୁମାର ଉପସ୍ଥିତ ରହି ଆଖପାଖ ଅଞ୍ଚଳର 206 ଜଣ ରୋଗୀ ଙ୍କୁ ପରୀକ୍ଷା କରାଯାଇଥିଲା। 

କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲାପାଳ ଧର୍ମାନନ୍ଦ ବେହେରା, ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସ୍ଵାସ୍ଥ୍ୟ ଶିବିର କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରି ଥିଲେ। କାର୍ଯ୍ୟକ୍ରମ କୁ ଜେକେ କାଗଜ ଡିସ୍ପେନ୍ସାରି ର ମୁଖ୍ୟ ଚିକିତ୍ସା ଅଧିକାରୀ ଡ କେ ଭି ରାଓ ଓ ପଦ୍ମା ଯଶବନ୍ତ ପରିଚାଳନା କରିଥିଲେ। ଅନ୍ୟନ୍ୟ ଅଧିକାରୀ ମଧ୍ଯ ରେ ଜେକେ କାଗଜ କଳ ର ଉପସଭାପତି ବାଣିଜ୍ଯ ବିଶ୍ୱଜିତ୍ ଦ୍ଵିବେଦୀ ଓ ମହାପ୍ରବନ୍ଧକ ମାନବ ସମ୍ବଳ, ସନ୍ଦୀପ ପାଣ୍ଡେ ଉପସ୍ଥିତ ଥିଲେ।

ରାୟଗଡା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

କଳାହାଣ୍ଡି ଜିଲ୍ଲାସ୍ତରୀୟ ବିଶ୍ୱ ମ୍ୟାଲେରିଆ ଦିବସ ପାଳନ

Sunil Chandra Nayak

ଜିଲ୍ଲା ସ୍ତରୀୟ ଯୁବ ରେଡକ୍ରସ ଶିବିରରେ ରକ୍ତଦାନ,୩୩ ୟୁନିଟ୍ ରକ୍ତ ସଂଗୃହୀତ

Sunil Chandra Nayak

ନର୍ଲା ବ୍ଲକ୍ ଅଧିନ ରୁପ୍ରା, ମୁସ୍କୁଟି, ଗିଗିନା ଓ କର୍ମେଗାଁ ସମେତ ସମଗ୍ର ଅଞ୍ଚଳରେ ଫାଇଲେରିଆ ନିରାକରଣ ଅଭିଯାନ ଓ ସାର୍ବଜନୀନ ବାତଜ୍ୱର ଔଷଧ ସେବନ କାର୍ଯ୍ୟକ୍ରମର ଶୁଭାରମ୍ଭ 

Sunil Chandra Nayak

Leave a Comment

error: Content is protected !!