ନର୍ଲା/ମସିହା /23/06/23 // ଚଳିତ ଶିକ୍ଷାବର୍ଷ ରେ ସରସ୍ବତୀ ଶିଶୁ ମନ୍ଦିର ନର୍ଲାର ଛାତ୍ର ସୋହମ ସାଗର ରାଉତ ନବୋଦୟ ପାଇବାର କୃତିତ୍ୱ ହାସଲ କରିଛନ୍ତି l ଏହି କୃତିତ୍ୱର ଶ୍ରେୟ ସେ ଗୁରୁଜୀ, ଗୁରୁମା, ପିତାମାତା, ଅଜା ଆଇ ତଥା ଟିଉସନ ଶିକ୍ଷକ ସୁଶାନ୍ତ ବାରିକ ଙ୍କୁ ଦେଇଛନ୍ତି l ସେ ତୁଳଗାଁ ନିବାସୀ ଜୟଶଙ୍କର ରାଉତ ଓ ନିରୁପମା ରାଉତଙ୍କ ଜ୍ୟେଷ୍ଠ ପୁତ୍ର ଅଟନ୍ତି l ନାତିର ଏହି କୃତୀ ପାଇଁ କବି ତଥା ଅବସର ପ୍ରାପ୍ତ ଶିକ୍ଷକ ମଧୁସୂଦନ ରାଉତ ଖୁସି ବ୍ୟକ୍ତ କରିଛନ୍ତି l