ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୁଣ୍ଡରାଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶ୍ରେଣୀ ଗୃହ ଅଭାବ ,ଗୋଟିଏ କୋଠରୀରେ ପ୍ରଥମ ରୁ ତୃତୀୟ ,ଛାତ ଫାଟି ଆଁ ସାଙ୍ଗକୁ ବର୍ଷାରେ ଝରୁଛି ପାଣି

ଚିଲିଗୁଡା ( ମ ନି ସ)  ଜୁନାଗଡ଼ ବ୍ଲକ ଅନ୍ତର୍ଗତ ମୁଣ୍ଡରା ଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବେ ଘୋର ସମସ୍ୟା ଦେଇ ଗତି କରୁଛି ।କହିବାକୁ ଗଲେ ଆଗରୁ ଏହି ବିଦ୍ୟାଳୟରେ ୧ ରୁ ୫ ଶ୍ରେଣୀ ଯାଏଁ ରହିଥିଲା ।ପରେ ବିଦ୍ୟାଳୟର ମିଶ୍ରଣ ପରେ ଏହି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୨୩୦ ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି ।କହିବାକୁ ଗଲେ ଏହି ବିଦ୍ୟାଳୟରେ ଶ୍ରେଣୀ ଗୃହର ଅଭାବ ଯୋଗୁଁ ଗୋଟିଏ କୋଠରୀରେ ପ୍ରଥମରୁ ତୃତୀୟ ଓ ଆଉ ଗୋଟିଏ କୋଠରୀରେ ଚତୁର୍ଥ ଓ ପଞ୍ଚମ ଏବଂ ଆଉ ଗୋଟିଏ କୋଠରୀରେ ଷଷ୍ଠ ଓ ସପ୍ତମ ଶ୍ରେଣୀର ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି ।ଯାହା ଫଳରେ ପାଠ ପଢ଼ାରେ ବ୍ୟାଘାତ ସୃଷ୍ଟି ହେଉଛି ।ଏପରିକି ପ୍ରଥମ ,ଦୂତୀୟ ,ତୃତୀୟ ,ଚତୁର୍ଥ ଓ ପଞ୍ଚମ ଶ୍ରେଣୀ କୋଠରୀ ଗୁଡିକ ର ଛାତ ଫାଟି ଆ କରିଥିବା ବେଳେ ବର୍ଷାରେ ଛାତରୁ ପାଣି ଝରୁଥିବା ଦେଖିବାକୁ ମିଳିଛି ।ବିପଦ ସଂକୁଳ ଅବସ୍ଥାରେ ଥିବା ଶ୍ରେଣୀ ରେ ଛାତ୍ରଛାତ୍ରୀ ମାନେ ପାଠ ପଢୁ ଥିବା ନେଇ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଏଣୁ ଏଥି ପ୍ରତି ବ୍ଲକ ପ୍ରଶାସନ ଓ ଶିକ୍ଷା ବିଭ। ଗଗୁରୁତ୍ୱ ଦେବା ସ୍କୁଲ ଶିକ୍ଷା କମିଟିର ସଭାପତି ସଞ୍ଜୟ ସୁନାନୀ ,ନିରୂପମ। ନ।ଏକ ,ବାସନ୍ତୀ ନ।ଏକ ,ବଂଶୀଧର ସୁନାନୀ ,ପାର୍ବତୀ ଚଳାନ ,କମଳିନୀ ଦୁର୍ଗା ,ଧନଞ୍ଜୟ ମୁଣ୍ଡ ,ରଶ୍ମିତା ମାଝି ଏବଂ ପାର୍ବତୀ ରଣା ପ୍ରମୁଖ ଦାବି କରିଛନ୍ତି ।

ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା

Related posts

ଜାତୀୟ ଶିଶୁକନ୍ୟା ଦିବସ ନେଇ ସଚେତନତା କଲେ ଛାତ୍ରୀ କର୍ମଚାରୀ

Sunil Chandra Nayak

ନଗଡ଼ ଗ୍ରାମ ରେ ଶ୍ରୀରାମ ନବମୀ ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

ସୁରେନ୍ଦ୍ର ନାଥ ପରିଡ଼ା ଙ୍କୁ ସାପ୍ତାହିକ ପତ୍ରିକା ଅଭିନନ୍ଦନ ତରଫରୁ କବି ସମ୍ମାନ ରେ ସମ୍ମାନିତ

Sunil Chandra Nayak

Leave a Comment

error: Content is protected !!