ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁର ଜିଲ୍ଲା ଭାରତର ମହାମହିମ ରାଷ୍ଟ୍ରପତି ଙ୍କ ଦ୍ଵାରା ସମ୍ମାନୀତ

ନବରଙ୍ଗପୁର ତା 18/7(ମସିହା)ନବରଙ୍ଗପୁର ଜିଲ୍ଲା ର ଜମିଜମା ରେକର୍ଡ ଓ ନକ୍ସା ର କମ୍ପୁଟରୀକରଣ କ୍ଷେତ୍ରରେ ଉତ୍କର୍ଷତା ପ୍ରଦର୍ଶନ କରିଥିବା ଯୋଗୁଁ ଭାରତର ମହାମହିମ ରାଷ୍ଟ୍ରପତି ଙ୍କ “ଭୂମି ସମ୍ମାନ ପ୍ଲାଟିନମ୍ ପୁରସ୍କାର “ପାଇବା ପାଇଁ ସର୍ବଭାରତୀୟ ସ୍ତରରେ ଯୋଗ୍ୟ ବିବେଚିତ ହୋଇ ପୁରସ୍କୃତ ହୋଇଛି। ଭାରତର ରାଜଧାନୀ ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନ ଠାରେ ଆୟୋଜିତ ଏହି ଭବ୍ୟ ସମାରୋହରେ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲାପାଳ ଡଃ କମଳ ଲୋଚନ ମିଶ୍ର ଙ୍କ ଦ୍ଵାରା ମନୋନିତ ଟିମ୍ ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ ଙ୍କ ନେତୃତ୍ଵରେ ଉପ ନିର୍ଦ୍ଦେଶକ (ଆଇ ଟି) ନବରଙ୍ଗପୁର, ବିଶ୍ୱରଞ୍ଜନ ଭୁକ୍ତା ଓ ତହସିଲଦାର କୋଡିଙ୍ଗା ଟିକୁନ୍କୁ ପୁଟା, ଦିଲ୍ଲୀ ଗସ୍ତ କରି ମହାମହିମ ରାଷ୍ଟ୍ରପତି ଶ୍ରୀମତି ଦ୍ରୌପଦୀ ମୁର୍ମୁ ଙ୍କ ଠାରୁ “ଭୂମି ସମ୍ମାନ ପ୍ଲାଟିନମ୍ ପୁରସ୍କାର ସ୍ଵରୂପ ଟ୍ରଫି ଏବଂ ମାନପତ୍ର ଗ୍ରହଣ କରିଛନ୍ତି। ଭାରତ ସରକାରଙ୍କ ଭୂମି ସଂସାଧନ ବିଭାଗ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ର ଆନୁକୁଲ୍ୟରେ ଆୟୋଜିତ ଏହି ଉତ୍ସବରେ ମୋଟ ନଅ ଗୋଟି ରାଜ୍ୟ ପ୍ରତିନିଧି ଓ ବିଭିନ୍ନ ରାଜ୍ୟର 75 ଗୋଟି ଜିଲ୍ଲା ପ୍ରତିନିଧି ଅଂଶ ଗ୍ରହଣ କରି ଏହି ସମ୍ମାନ ଜନକ ପୁରସ୍କାର ମହାମହିମ ରାଷ୍ଟ୍ରପତି ଙ୍କ ଠାରୁ ଗ୍ରହଣ କରିଥିଲେ । ସେହିପରି ଓଡିଶାରୁ ମୋଟ 19 ଗୋଟି ଜିଲ୍ଲା ଏହି ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ। ଜିଲ୍ଲାପାଳ ଡଃ କମଳ ଲୋଚନ ମିଶ୍ର ଜାତୀୟ ସ୍ତରରେ ଜିଲ୍ଲା ର ଏହି ସଫଳତା ପାଇଁ ଜିଲ୍ଲାର ସମସ୍ତ ରାଜସ୍ଵ ଅଧିକାରୀ ଏବଂ ଜିଲ୍ଲାବାସୀ ଙ୍କୁ ଶୁଭେଚ୍ଛା ଓ କୃତଜ୍ଞତା ଜଣାଇଛନ୍ତି।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନ୍ୟୁଜ 

Related posts

ଜଳେଶ୍ଵର ଷ୍ଟେସନରେ ରେଳ ମନ୍ତ୍ରୀଙ୍କ ଦ୍ବାରା ସାଢ଼େ ୪ ବର୍ଷ ପୂର୍ବେ ଦିଆ ଯାଇଥିବା ଭିତ୍ତି ପ୍ରସ୍ତର କାର୍ଯ୍ୟ ଗଲା କୁଆଡେ ?

Sunil Chandra Nayak

କୁରୁଗୁଡା ଉଚ୍ଚ ବିଦ୍ୟାଳୟ ରେ ‘ପିତାମାତା-ଅଭିଭାଵକ ଅଂଶୀଦାର’ ସମ୍ମିଳନୀ ଅନୁଷ୍ଠିତ

masiha

ବିପିୟୁଟି ର ଦ୍ବିଦିବସୀୟ ଗବେଷଣା କନକ୍ଲେଭ ୨୦୨୫ ଉଦଘାଟିତ 

Sunil Chandra Nayak

Leave a Comment

error: Content is protected !!