ନବରଙ୍ଗପୁର ତା 18/7(ମସିହା)ନବରଙ୍ଗପୁର ଜିଲ୍ଲା ର ଜମିଜମା ରେକର୍ଡ ଓ ନକ୍ସା ର କମ୍ପୁଟରୀକରଣ କ୍ଷେତ୍ରରେ ଉତ୍କର୍ଷତା ପ୍ରଦର୍ଶନ କରିଥିବା ଯୋଗୁଁ ଭାରତର ମହାମହିମ ରାଷ୍ଟ୍ରପତି ଙ୍କ “ଭୂମି ସମ୍ମାନ ପ୍ଲାଟିନମ୍ ପୁରସ୍କାର “ପାଇବା ପାଇଁ ସର୍ବଭାରତୀୟ ସ୍ତରରେ ଯୋଗ୍ୟ ବିବେଚିତ ହୋଇ ପୁରସ୍କୃତ ହୋଇଛି। ଭାରତର ରାଜଧାନୀ ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନ ଠାରେ ଆୟୋଜିତ ଏହି ଭବ୍ୟ ସମାରୋହରେ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲାପାଳ ଡଃ କମଳ ଲୋଚନ ମିଶ୍ର ଙ୍କ ଦ୍ଵାରା ମନୋନିତ ଟିମ୍ ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ ଙ୍କ ନେତୃତ୍ଵରେ ଉପ ନିର୍ଦ୍ଦେଶକ (ଆଇ ଟି) ନବରଙ୍ଗପୁର, ବିଶ୍ୱରଞ୍ଜନ ଭୁକ୍ତା ଓ ତହସିଲଦାର କୋଡିଙ୍ଗା ଟିକୁନ୍କୁ ପୁଟା, ଦିଲ୍ଲୀ ଗସ୍ତ କରି ମହାମହିମ ରାଷ୍ଟ୍ରପତି ଶ୍ରୀମତି ଦ୍ରୌପଦୀ ମୁର୍ମୁ ଙ୍କ ଠାରୁ “ଭୂମି ସମ୍ମାନ ପ୍ଲାଟିନମ୍ ପୁରସ୍କାର ସ୍ଵରୂପ ଟ୍ରଫି ଏବଂ ମାନପତ୍ର ଗ୍ରହଣ କରିଛନ୍ତି। ଭାରତ ସରକାରଙ୍କ ଭୂମି ସଂସାଧନ ବିଭାଗ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ର ଆନୁକୁଲ୍ୟରେ ଆୟୋଜିତ ଏହି ଉତ୍ସବରେ ମୋଟ ନଅ ଗୋଟି ରାଜ୍ୟ ପ୍ରତିନିଧି ଓ ବିଭିନ୍ନ ରାଜ୍ୟର 75 ଗୋଟି ଜିଲ୍ଲା ପ୍ରତିନିଧି ଅଂଶ ଗ୍ରହଣ କରି ଏହି ସମ୍ମାନ ଜନକ ପୁରସ୍କାର ମହାମହିମ ରାଷ୍ଟ୍ରପତି ଙ୍କ ଠାରୁ ଗ୍ରହଣ କରିଥିଲେ । ସେହିପରି ଓଡିଶାରୁ ମୋଟ 19 ଗୋଟି ଜିଲ୍ଲା ଏହି ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ। ଜିଲ୍ଲାପାଳ ଡଃ କମଳ ଲୋଚନ ମିଶ୍ର ଜାତୀୟ ସ୍ତରରେ ଜିଲ୍ଲା ର ଏହି ସଫଳତା ପାଇଁ ଜିଲ୍ଲାର ସମସ୍ତ ରାଜସ୍ଵ ଅଧିକାରୀ ଏବଂ ଜିଲ୍ଲାବାସୀ ଙ୍କୁ ଶୁଭେଚ୍ଛା ଓ କୃତଜ୍ଞତା ଜଣାଇଛନ୍ତି।