ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବିବାହ ର ପ୍ରଲୋଭନ ଦେଖାଇ ପ୍ରତାରଣା

ଡାବୁଗାଁ, ୨୦/୮ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ ଚଚରାଗୁଡା ଗ୍ରାମରେ ବିବାହ ପ୍ରଲୋଭନ ଦେଖାଇ ପ୍ରତାରଣା କରିଥିବା ନେଇ ଶନିବାର ରାତିରେ ଅଭିଯୋଗ ହୋଇଛି | ସୂଚନାଯୋଗ୍ୟ:- ଡାବୁଗାଁ ଥାନା ଅଧୀନ ଚଚରାଗୁଡା ଗ୍ରାମରେ ଜଣେ ପ୍ରାପ୍ତ ବୟସ ଯୁବତୀ ସେହି ଗ୍ରାମର ଜଣେ ପ୍ରାପ୍ତ ବୟସ୍କ ଯୁବକ ସହ ଆଜକୁ ପ୍ରାୟ ୩ ବର୍ଷ ତଳେ ପ୍ରେମ ସମ୍ପର୍କ ଗଢିଉଠିଥିଲା | ଧୀରେ ଧିରେ ପ୍ରେମ ସମ୍ପର୍କ ଶାରେରିକ ସମ୍ପର୍କରେ ପରିଣତ ହୋଇଥିଲା | ଯୁବତୀ ଯେତେବେଳେ ବିବାହ ପାଇଁ କହୁଥିଲା ଯୁବକ ଜଣକ ସେହି କଥାକୁ ବିଭିନ୍ନ ବାହାନା କରି ଆଡେଇ ଦେଉଥିଲା | ଯୁବତୀ ବାରମ୍ବାର ବିବାହ କଥା କଗିବାରୁ ଶେଷରେ ଯୁବକ ଜଣକ ବିବାହ କରିବାକୁ ମନା କରିଦେଇଥିଲା | ଶେଷରେ ବାଧ୍ୟ ହୋଇ ଯୁବତୀ ଜଣଙ୍କ ଶନିବାର ଡାବୁଗାଁ ଥାନାରେ ଏତଲା ଦେଇଥିଲେ | ଉକ୍ତ ଏତଲାକୁ ଭିତ୍ତି କରି ଥାନା ସବଇନିସ୍ପେକ୍ଟର ବିଜୁରାମ ବାଗ ମାମଲା ରୁଜୁ କରି ତଦନ୍ତ କରୁଛନ୍ତି | ଏନେଇ ଥାନା କେସ ନଂ ୧୬୮/୨୩ ରେ ଏକ ମାମଲା ରୁଜୁ କରାଯାଇଛି |

ଡାବୁଗାଁ ରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ବିଷ ପିଇ ଯୁବକ ର ଆତ୍ମହତ୍ୟା 

Sunil Chandra Nayak

ଅବୈଧ ନକଲି ଲଟେରୀର ପର୍ଦ୍ଦାଫାସ : ରାଉରକେଲା ପୋଲିସ୍ ଦ୍ବାରା ୪ ଅଭିଯୁକ୍ତ ଗିରଫ ସହ ୨୫,୩୭,୨୬୦ ଟଙ୍କା ଜବତ.

Sunil Chandra Nayak

ଜୁନାଗଡ଼ ପୋଲିସର ବଡ଼ ସଫଳତା, ୪୪ ଟି ବାଇକ୍ ଜବତ ,୬ ଅଭିଯୁକ୍ତ କୋର୍ଟ ଚାଲାଣ

Leave a Comment

error: Content is protected !!