ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ସେଁପୁରରେ ଶ୍ରୀବଳଦେବ ଜନ୍ମ ଓ ରକ୍ଷା ବନ୍ଧନ ମହୋତ୍ସବ ପାଳିତ

ଭବାନୀପାଟଣା ବ୍ଲକ ଅନ୍ତର୍ଗତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ସେଁପୁର ଠାରେ ପବିତ୍ର ଶ୍ରୀ ବଳଦେବ ଜନ୍ମ ଓ ରକ୍ଷା ବନ୍ଧନ ମହୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ସେଁପୁର ଶିଶୁ ବିଦ୍ୟାମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଟିକଦେବ ସାହୁ ଶ୍ରୀବଳଦେବଙ୍କ ଜନ୍ମ ଓ ରକ୍ଷା ବନ୍ଧନ ଉପରେ ନିଜର ବକ୍ତବ୍ୟ ରଖିଥିଲେ । ଭଉଣୀ ମାନେ ଭାଇ ମାନଙ୍କ ଦୀର୍ଘାୟୁ ଜୀବନ କାମନା କରି ରକ୍ଷା ବନ୍ଧନ କରିଥିଲେ । ଏଥିରେ ଗୁରୁଜୀ ଜନାର୍ଦ୍ଦନ ବାଗ ମଞ୍ଚ ପରିଚାଳନା କରିଥିବାବେଳେ ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମା ଗୀତାଞ୍ଜଳି ବାଗ, ପ୍ରଭାତୀ ବେହେରା, ରଶ୍ମିତା ନାୟକ, ସୌଦାମିନୀ ସାହୁ,ରୀତା ସାହୁ,ପୂର୍ଣ୍ଣଚନ୍ଦ୍ର ନାଗ,ପ୍ରବୀଣ ତ୍ରିପାଠୀ, ଗଙ୍ଗାଧର ଚଳାନ, ତୋଫାନ ବାଗ,ଯଶୋବନ୍ତ ଚିନ୍ଦା, ଖୁସିରାମ ସାହୁ ଆଦି ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ସମସ୍ତ ଛାତ୍ରଛାତ୍ରୀଙ୍କୁ ମିଷ୍ଟାର୍ଣ୍ଣ ବଣ୍ଟନ କରାଯାଇଥିଲା ।

ଖୁସି ରାମ ସାହୁ ଙ୍କ ରିପୋର୍ଟ୍ 

Related posts

ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ ଆନ୍ଦୋଳନ ଯୋଗୁଁ ୪୦ ଜଣ ତୀର୍ଥଯାତ୍ରୀ ଫଶୀ ରହିଥିଲେ : ଥାନା ଅଧିକାରୀ ଙ୍କ ହସ୍ତକ୍ଷେପ ପରେ ଗନ୍ତବ୍ୟ ସ୍ଥଳକୁ ଗଲେ 

Sunil Chandra Nayak

ସ୍ଵପ୍ନେଶ୍ଵର ପାଣି ପଂଚାୟତ ପକ୍ଷରୁ ମହିଳା କୃଷି ତାଲିମ୍ ଶିବିର 

Sunil Chandra Nayak

ଜଳେଶ୍ୱର ଓ ରୁପ୍ସା ଅଂଚଳରୁ ନିଖୋଜ ୪ଜଣ ନାବାଳିକା କନ୍ୟା ଜଳେଶ୍ୱର ପୋଲିସ ଦ୍ୱାରା ପଶ୍ଚିମବଙ୍ଗ ରାଜ୍ୟରୁ ଉଦ୍ଧାର -ସାମ୍ବାଦିକ ସମ୍ମିଳନୀରେ ଏସଡିପିଓଙ୍କ ସୂଚନା

Leave a Comment

error: Content is protected !!