ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ସେଁପୁରରେ ଶ୍ରୀବଳଦେବ ଜନ୍ମ ଓ ରକ୍ଷା ବନ୍ଧନ ମହୋତ୍ସବ ପାଳିତ

ଭବାନୀପାଟଣା ବ୍ଲକ ଅନ୍ତର୍ଗତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ସେଁପୁର ଠାରେ ପବିତ୍ର ଶ୍ରୀ ବଳଦେବ ଜନ୍ମ ଓ ରକ୍ଷା ବନ୍ଧନ ମହୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ସେଁପୁର ଶିଶୁ ବିଦ୍ୟାମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଟିକଦେବ ସାହୁ ଶ୍ରୀବଳଦେବଙ୍କ ଜନ୍ମ ଓ ରକ୍ଷା ବନ୍ଧନ ଉପରେ ନିଜର ବକ୍ତବ୍ୟ ରଖିଥିଲେ । ଭଉଣୀ ମାନେ ଭାଇ ମାନଙ୍କ ଦୀର୍ଘାୟୁ ଜୀବନ କାମନା କରି ରକ୍ଷା ବନ୍ଧନ କରିଥିଲେ । ଏଥିରେ ଗୁରୁଜୀ ଜନାର୍ଦ୍ଦନ ବାଗ ମଞ୍ଚ ପରିଚାଳନା କରିଥିବାବେଳେ ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମା ଗୀତାଞ୍ଜଳି ବାଗ, ପ୍ରଭାତୀ ବେହେରା, ରଶ୍ମିତା ନାୟକ, ସୌଦାମିନୀ ସାହୁ,ରୀତା ସାହୁ,ପୂର୍ଣ୍ଣଚନ୍ଦ୍ର ନାଗ,ପ୍ରବୀଣ ତ୍ରିପାଠୀ, ଗଙ୍ଗାଧର ଚଳାନ, ତୋଫାନ ବାଗ,ଯଶୋବନ୍ତ ଚିନ୍ଦା, ଖୁସିରାମ ସାହୁ ଆଦି ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ସମସ୍ତ ଛାତ୍ରଛାତ୍ରୀଙ୍କୁ ମିଷ୍ଟାର୍ଣ୍ଣ ବଣ୍ଟନ କରାଯାଇଥିଲା ।

ଖୁସି ରାମ ସାହୁ ଙ୍କ ରିପୋର୍ଟ୍ 

Related posts

ରାଧାନଗର ଛକ ନିକଟରେ ବାଇକ୍ ଦୁର୍ଘଟଣା, ଦୁଇ ଜଣ ମୃତ୍ୟ

masiha

ବୃକ୍ଷରୋପଣ କରି ଜନ୍ମଦିନ ପାଳିଲେ ସାମ୍ୱାଦିକ ଓ ସମାଜସେଵୀ ପ୍ରବୀଣ ନାଏକ 

Sunil Chandra Nayak

କଲମପୁର ଥାନା ପକ୍ଷରୁ ଜୁଭେଣ୍ଟିକା କାର୍ଯ୍ୟକ୍ରମ

Leave a Comment

error: Content is protected !!