ଲଗାଣ ବର୍ଷା ପୋଲ ଉପରେ ପାଣି, ଯାନ ବାହାନ ଚଳାଚଳ ବାଧା ପ୍ରାପ୍ତ
ପାପଡାହାଣ୍ଡି ,13/9, ମନିସ —-ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି | ବୁଧବାର ଘି ଖଣ୍ଡି ନିକଟ ପୋଲ ଉପରେ ପାଣି ଆସିବା ଯୋଗୁଁ ମଇଦଲପୁର ଠାରୁ ମାଝୀଗୁଡା, ସାନବାର୍ଲି ଓ ଝରିଗାଁ ବ୍ଲକକୁ ଯାନ ବାହାନ ଚଳାଚଳ ବନ୍ଦ ହୋଇଥିଲା | ମାଝୀଗୁଡାରେ କିଛି ଘରେ ପାଣି ପଶିଯାଇଥିବା ସୂଚନା ମିଳିଛି | ଧାନ ଜମିରେ ପାଣି ମାଡିଯିବା ଯୋଗୁଁ ଶହ ଶହ ଏକର ଫସଲ ନଷ୍ଟ ହେବା ଦେଖାଦେଇଛି | ଲଗାଣ ବର୍ଷା ଚାଷିଙ୍କ ଚିନ୍ତା ବଢ଼ାଇ ଦେଇଛି | ଗତ ଦୁଇ ଦିନ ଧରି ପାପଡାହାଣ୍ଡି ବ୍ଲକରେ ଲଘୁଚାପ ଜନିତ ଲଗାଣ ବର୍ଷା ଜାରିରହିଛି | ବର୍ଷା ଯୋଗୁଁ ଲୋକଙ୍କୁ ଘରୁ ବାହାରିବା ମୁସ୍କିଲ ହୋଇପଡିଛି | ବ୍ଲକର ମଇଦଲପୁର, ମାଝୀଗୁଡା ପଂଚାୟତରେ ବର୍ଷା ଯୋଗୁଁ ବ୍ୟାପକ କ୍ଷୟ କ୍ଷତି ଦେଖିବାକୁ ମିଳିଛି | ସନ୍ଧ୍ୟାରେ ଘି ଖଣ୍ଡି ପୋଲ ଉପରେ ପାଣି ଆସିଯିବା ଯୋଗୁଁ ଯାନ ବାହାନ ଚଳା ଚଳ ବନ୍ଦ ହୋଇଥିଲା | ସେହିପରି କଳା ଭାଟିଗୁଡା ଓ କାକଡି ଆମ ପୋଲ ତଳକୁ ପାଣି ଚାଲୁଛି ରାତି ତମାମ ବର୍ଷା ହେଲେ ପୋଲ ଉପରେ ପାଣି ଚଢିବା ସମ୍ବାବନା ରହିଛି | ଶହ ଶହ ଏକର ଧାନ ଜମିରେ ପାଣି ମାଡି ଯାଇଥିବାରୀ ଫସଲ ନଷ୍ଟ ହେବା ଦେଖାଦେଇଛି | ପ୍ରଥମେ ସ୍ୱଳ୍ପ ବର୍ଷା ଯୋଗୁଁ ଚାଷ କାମ ବିଳମ୍ବ ଦେଖାଦେଇଥିଲା କିନ୍ତୁ ପରେ ଚାଷ କାମ ଆଗେଇଥିବା ବେଳେ ଏହି ବର୍ଷା ଚାଷିର ଚିନ୍ତା ବଢ଼ାଇଦେଇଛି | ଧାନ ବର୍ତମାନ ଫୁଲ ଆସିବା ବେଳକୁ ବର୍ଷା ଧୋଇଦେଇଥିବାରୁ ଚାଷି ମୁଣ୍ଡରେ ହାତ ଦେଇ ବସିଛନ୍ତି | ପ୍ରଶାସନ ତରଫରୁ ଶୀଘ୍ର କ୍ଷୟ କ୍ଷତି ଆକଳନ କରି ସହାୟତା ପ୍ରଦାନ ଲାଗି ସାଧାରଣରେ ନିବେଦନ କରାଯାଇଛି |