ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ସ୍ତରୀୟ ମହକ -୨୦୨୩ କାର୍ଯ୍ୟକ୍ରମ 

ଜିଲ୍ଲା ସ୍ତରୀୟ ମହକ -୨୦୨୩ କାର୍ଯ୍ୟକ୍ରମ 

ନବରଙ୍ଗପୁର-( )ନବରଙ୍ଗପୁର ସ୍ଥାନୀୟ ବୈଭବ କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ତରଫରୁ ଜିଲ୍ଲା ସ୍ଥରୀୟ ମହକ -୨୦୨୩ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ ହେଉଛି କି ବିଭିନ୍ନ ଶିଶୁ ଗୃହରେ ରହୁଥିବା ପିଲାମାନଙ୍କର ଲୁକାୟିତ ଥିବା କଳା ପ୍ରତିଭା ଯେପରି ନାଚ, ଗୀତ, ଚିତ୍ରାଙ୍କନ କୁ ସମସ୍ତଙ୍କ ପାଖରେ ପହଞ୍ଚେଇବା । ଏହି କାର୍ଯ୍ୟକ୍ରମକୁ ସମସ୍ତଙ୍କୁ ସ୍ୱାଗତ ଜଣାଇ ଶ୍ରୀ ସୁରେଶ ପଟ୍ଟନାୟକ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଏହି କାର୍ଯ୍ୟକ୍ରମର ଲକ୍ଷ ଉଦ୍ଦେଶ୍ୟ କହି ଜିଲ୍ଲାପାଳଙ୍କୁ ଅନୁରୋଧ କରିଥିଲେ ତାଙ୍କ ବକ୍ତବ୍ୟ ରଖିବା ପାଇଁ । ଏହି କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ଡ଼କ୍ଟର. କମଳ ଲୋଚନ ମିଶ୍ର ଉଦଘାଟନ କରିବା ସହ ପିଲା ମାନଙ୍କର ମନୋବଳ କୁ ଦୃଢ କରିବା ପାଇଁ ସେମାନଙ୍କୁ ଆହ୍ୱାନ କରିଥିଲେ ଏବଂ ପିଲାମାନଙ୍କ ପାଇଁ ଏପରି କାର୍ଯ୍ୟକ୍ରମକୁ ସ୍ୱାଗତ ଏବଂ ପ୍ରସଂଶା କରିଥିଲେ । ଏହାପରେ ଜିଲ୍ଲା ମୁଖ୍ୟ ମେଡିକାଲ ଅଧିକାରୀ ପିଲାମାନଙ୍କର ଆଗ୍ରହ କୁ ଦେଖି ସାଧୁବାଦ ଜଣାଇଥିଲେ । ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀ ତାଙ୍କ ବକ୍ତବ୍ୟରେ କହିଥିଲେ lଏହା ହେଉଛି ନିଜର ପ୍ରତିଭା ଦେଖାଇବାର ଏକ ଜରିଆ lଏଥିରେ ହାର ଜିତ ପାଇଁ କେହି ମନ ଖରାପ କରିବେନି l କାରଣ ଏଠି ସମସ୍ତେ ଜଣେ ଜଣେ ବିଜେତା, ଏଭଳି କହି ପିଲା ମାନଙ୍କୁ ସ୍ୱାଗତ କରିଥିଲେ । ଏହି କାର୍ଯ୍ୟକ୍ରମରେ ୨୦୦ ରୁ ଅଧିକ ଶିଶୁ ବିଭିନ୍ନ ଶିଶୁଗୃହରୁ ଆସି ଭାଗନେଇଥିଲେ । ଅପରାହ୍ନରେ ଉଦଯାପନୀ ସମାରୋହରେ ଏସ.ଶୁଶ୍ରୀ, ଜିଲ୍ଲା ପୋଲିସ ଅଧିକ୍ଷକ, ଅନ୍ୟା ଦାସ, ପି.ଡି., ଡି.ଆର. ଡି.ଏ , ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଶ୍ରୀମତୀ ଶିବାନୀ ଗୁହା, ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଉପସ୍ଥିତ ରହି ପିଲାଙ୍କୁ ପୁରସ୍କାର ବିତରଣ କରିବା ସହ ସେମାନଙ୍କୁ ତାଙ୍କର ଉଜ୍ବଳ ଭବିଷ୍ୟତ ପାଇଁ ବକ୍ତବ୍ୟ ଦେଇଥିଲେ । ସିନିଅର ଗୃପ ଡ୍ୟାନ୍ସ ରେ ଶ୍ରୀ ଶ୍ରୀ ରାଇରାମ ସେବା ଆଶ୍ରମ, ସରଗୁଳି, ପ୍ରଥମ ସ୍ଥାନ ଗ୍ରହଣ କରିଥିବା ବେଳେ ବ୍ଲେସିଙ୍ଗ ଶିଶୁ ଗୃହ ଦ୍ଵିତୀୟ ଏବଂ ପଣ୍ଡିତ ଦିନ ଦୟାଲ ବାଳିକା ଆଶ୍ରମ ତୃତୀୟ ସ୍ଥାନ ଗ୍ରହଣ କରିଥିଲେ । ଜୁନିୟର ଗୃପ ଡ୍ୟାନ୍ସ ରେ ଉତ୍କଳ ମାରଥୋମା ପ୍ରୋଜେକ୍ଟ ମିଶନ, କୋଵଗୁଡା ପ୍ରଥମ ସ୍ଥାନ ଗ୍ରହଣ କରିଥିବା ବେଳେ ଆଗାପେ ଶିଶୁ ଗୃହ ଦ୍ଵିତୀୟ ଏବଂ ଉତ୍କଳ ବାଳାଶ୍ରମ ତୃତୀୟ ସ୍ଥାନ ଗ୍ରହଣ କରିଥିଲେ । ସେହିଭଳି ଚିତ୍ରାଙ୍କନ ରେ ଜୁନିୟର ରେ ଉତ୍କଳ ମାରଥୋମା ପ୍ରୋଜେକ୍ଟ ମିଶନ, କୋବଗୁଡା ପ୍ରଥମ, ଉତ୍କଳ ବାଳାଶ୍ରମ ଦ୍ଵିତୀୟ ଏବଂ ତୃତୀୟ, ସିନିୟର ରେ ବ୍ଲେସିଙ୍ଗ ଶିଶୁଗୃହ, ଉମରକୋଟ, ପ୍ରଥମ, ଉତ୍କଳ ବାଳାଶ୍ରମ, ସିନ୍ଧିଗୁଡା ଦ୍ଵିତୀୟ, ଶ୍ରୀ ଶ୍ରୀ ରାଇରାମ ସେବା ଆଶ୍ରମ, ସରଗୁଳି, ତୃତୀୟ ସ୍ଥାନ ଗ୍ରହଣ କରିଥିବା ବେଳେ ଗୀତ ପ୍ରତିଯୋଗିତାରେ ପଣ୍ଡିତ ଦିନ ଦୟାଲ ପ୍ରଥମ,ଆଗାପେ ଦ୍ଵିତୀୟ, ବ୍ଲେସିଙ୍ଗ ଶିଶୁଗୃହ ତୃତୀୟ ହୋଇଥିଲେ । ବକୃତା ଏବଂ କୁଇଜ ରେ ସେହିଭଳି ସ୍ଥାନ ଗ୍ରହଣ କରିଥିଲେ । କାର୍ଯ୍ୟକ୍ରମକୁ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗର ଶ୍ରୀ କିଶୋର ମାର୍ଥା ପରିଚାଳନା କରିଥବାବେଳେ, କୁନିମଣି ସ୍ୱାଇଁ,କିଷାନ ପଟ୍ଟନାୟକ,ସ୍ଵାତିଶ୍ରୀ ପଟ୍ଟନାୟକ, ସମରେନ୍ଦ୍ର ପରିଡା, ମହେନ୍ଦ୍ର ଚାଲାଣ, ଅରୁଣାର ଜିଲ୍ଲା ସଂଯୋଜିକା ପ୍ରଭାସିନୀ ପଟନାୟକ, ସାହାର୍ଯ୍ୟ ସହଯୋଗ କରିଥିଲେ ଏବଂ ଅନ୍ୟ ଅତିଥି ଭାବେ ଜିଲ୍ଲା ଶିଶୁ ମଙ୍ଗଳ କମିଟିର ସଦସ୍ୟ ବୃନ୍ଦ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, ଆକ୍ସନ ଏଡ଼ ର ଜିଲ୍ଲା ସଂଯୋଜକ, ବିଚାରକ ମଣ୍ଡଳୀ, ଏବଂ ସମସ୍ତ ଶିଶୁ ଗୃହର କର୍ମକର୍ତ୍ତା ଆଦି ଉପସ୍ଥିତ ରହିଥିଲେ ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନ୍ୟୁଜ 

Related posts

ବିଧବା ପତ୍ନୀଙ୍କୁ ସାହାଯ୍ୟ କଲା ଧର୍ମଗଡ଼ ଉପଖଣ୍ଡ ବସ କର୍ମଚାରୀ ସଂଘ

Sunil Chandra Nayak

ଦକ୍ଷିଣୀ ଶୌଣ୍ଢିକ ମହାସଂଘ ଟିଟଲାଗଡ ଓ ମୁରିବାହାଲ ବ୍ଲକ ପକ୍ଷରୁ ଏକ ସାମାଜିକ ବନ୍ଧୁ ମିଳନ ଓ ସାମାଜିକ ଆଲୋଚନା କାର୍ଯ୍ୟକ୍ରମ

Sunil Chandra Nayak

ନୂତନ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ ଦାୟିତ୍ୱ ଗ୍ରହଣ

masiha

Leave a Comment

error: Content is protected !!