ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚାରି ମାସ ପରେ ତେନ୍ତୁଳିଖୁଣ୍ଟି ତହସିଲ ପାଇଲା ନିୟମିତ ତହସିଲଦାର

ଚାରି ମାସ ପରେ ତେନ୍ତୁଳିଖୁଣ୍ଟି ତହସିଲ ପାଇଲା ନିୟମିତ ତହସିଲଦାର

 ତେନ୍ତୁଳିଖୁଣ୍ଟି ୩୦/୧୦/୨୩  // ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ତହସିଲଦାର ଥିବା ପ୍ରଦୀପ କୁମାର କର ଙ୍କ ବିଡ଼ିଓ ଭାବେ ମାଲକାନଗିରି ଜିଲ୍ଲା ବଦଳି ପରେ ଭାରପ୍ରାପ୍ତ ତହସିଲଦାର ଭାବେ ହିମାଂଶୁ ଶେଖର ନାୟକ ଦାୟିତ୍ୱ ନିର୍ବାହ କରୁଥିଲେ। ତାଙ୍କ ବଦଳରେ ଯାହାକୁ ତେନ୍ତୁଳିଖୁଣ୍ଟି ତହସିଲଦାର ଭାବେ ବଦଳି ହୋଇଥିଲା ସେ ତେନ୍ତୁଳିଖୁଣ୍ଟି ରେ ଯୋଗ ଦେଇ ନ ଥିଲେ। ଆଜି ଅଶୋକ କୁମାର ମୁଦୁଲି ଯେ କି କୁଡ଼ଗୁଲ ଗୁମ୍ମା ରେ ଅତିରିକ୍ତ ତହସିଲଦାର ଥିଲେ ସେ ତେନ୍ତୁଳିଖୁଣ୍ଟି ତହସିଲଦାର ଭାବେ ଯୋଗ ଦେଇଛନ୍ତି। କାର୍ଯ୍ୟଭାର ଗ୍ରହଣ କରିବାପରେ କହିଛନ୍ତି ସେ ଲୋକଙ୍କ ପାଇଁ ସର୍ବଦା ରହିଛନ୍ତି ,ଯେତେବେଳେ ଯାହା ଆବଶ୍ୟକ ସରକାରୀ ନିର୍ଦ୍ଦେଶାବଳୀ ଅନୁସାରେ ଲୋକଙ୍କ କାମ କରିବେ । 

ସେହିଭଳି ସୀମାଞ୍ଚଳ ପାତ୍ର ଅତିରିକ୍ତ ତହସିଲଦାର ଭାବେ ତେନ୍ତୁଳିଖୁଣ୍ଟି ତହସିଲ ରେ ଯୋଗ ଦେଇଛନ୍ତି। ଏହି ପଦ ମଧ୍ୟତେନ୍ତୁଳିଖୁଣ୍ଟି ତହସିଲ ରେ ବହୁମାସ ହେବ ଖାଲି ଥିଲା ।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ଚେମ୍ବର ଅଫ କମର୍ସ ର ତ୍ରୟ ମାସିକ ବୈଠକ , ଅନଲାଇନ ବେପାର କୁ ନେଇ ଚିନ୍ତା ବ୍ୟକ୍ତ କଲା ସଂଘ 

Sunil Chandra Nayak

ବଜ୍ର ପାତରେ ଶ୍ରମିକଙ୍କ ମୃତ୍ୟୁ

ସିଏମ କିଷାନ ସହାୟତା ରାଶି ପ୍ରଦାନ ଜିଲ୍ଲାର ୧ ଲକ୍ଷ ୩୩ ହଜାର ୭୧୭ ଜଣ ଚାଷୀ ଉପକୃତ ହେଲେ

Sunil Chandra Nayak

Leave a Comment

error: Content is protected !!