ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲକ୍ଷ୍ମୀମୁଣ୍ଡାରେ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘର ନୁଆଁଖାଇ ଭେଟଘାଟ 

ଲକ୍ଷ୍ମୀମୁଣ୍ଡାରେ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘର ନୁଆଁଖାଇ ଭେଟଘାଟ 

ପାଟଣାଗଡ଼ ତା ୧ /୧୧୧ ପାଟଣାଗଡ଼ ବ୍ଲକ ଗେର୍ଡା ପଞ୍ଚାୟତ ଲକ୍ଷ୍ମୀମୁଣ୍ଡା ଗାଁ ରେ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘ ର ଆହ୍ୱାନ କ୍ରମେ ନୁଆଁଖାଇ ଭେଟଘାଟ ଉତ୍ସବ ହୋଇଥିଲା l ସଂଘ ର ବ୍ଲକ ସଭାପତି ଭୁବନେଶ୍ୱର କୁଅଁରଙ୍କ ସଭାପତିତ୍ୱ ରେ ବିଶାଳ ଆଦିବାସୀ ସମାବେଶ ଅନୁଷ୍ଠିତ ହୋଇଯାଇଛି l ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ପୂର୍ବରୁ ଗାଁରେ ସାଂସ୍କୃତିକ ଶୋଭାଯାତ୍ରା ହୋଇଥିଲା l ମୁଖ୍ୟ ଅତିଥି ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଙ୍କୁ ଗ୍ରାମବାସୀ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ l ପରେ ଆଦିବାସୀ ଖେଳ ପଡ଼ିଆଠାରେ ମହାସଭା ହୋଇଥିଲା l ସଭା ରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, କାଳିଆ ବଳିଆ ଯୋଜନା, ଆଦିବାସୀ ସଶକ୍ତିକରଣ ଯୋଜନା, ମହିଳା ଶସକ୍ତିକରଣ ଯୋଜନା,ନକଲି ଆଦିବାସୀ କର୍ମଚାରୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ରାଜ୍ୟସ୍ତରୀୟ ଯାଞ୍ଚ କମିଟି ର ଅଧ୍ୟକ୍ଷ ତଥା ଉତ୍ତରାଞ୍ଚଳ ରାଜସ୍ବ କମିଶନର ସମ୍ବଲପୁର ଟାଲଟୁଲ ନୀତି ଅବଲମ୍ବନ ନ କରି ତ୍ୱରାନ୍ୱିତ କରିବାକୁ ଦାବୀ କରାଯାଇଛି l ଅଣ- ଆଦିବାସୀ ଙ୍କ ଜବରଦଖଲ ରେ ଥିବା ଆଦିବାସୀ ମାନଙ୍କ ଜମି ଫେରସ୍ତ, ଜମି ହସ୍ତାନ୍ତର ଅନୁମତି ବନ୍ଦ, ଆଦିବାସୀ ଏବଂ ଅନ୍ୟାନ୍ୟ ବନବାସୀ ଙ୍କ ଜଙ୍ଗଲ ଜମି ଅଧିକାର ସ୍ୱୀକୃତି ଆଇନ ଅନୁସାରେ ଜଙ୍ଗଲ ଜମି ର ପଟ୍ଟା ପ୍ରଦାନ, ବେଛାପରି ଗାଁ ଗୁଡିକୁ ରାଜସ୍ବ ଗ୍ରାମର ମାନ୍ୟତା ପ୍ରଦାନ, ଆଦିବାସୀ ଛାତ୍ରଛାତ୍ରୀ ମାନଙ୍କୁ ମହାବିଦ୍ୟାଳୟ ଗୁଡିକ ରେ ସିଟ ର ଅଭାବ ହେଉଥିବା ରୁ ସିଟ ବୃଦ୍ଧି କରିବା , ଏଟ୍ରୋସିଟି କେଶ ରେ ଅଭିଯୁକ୍ତ ମାନଙ୍କୁ ଗିରଫ କରିବା, ଆଦିବାସୀ ଛାତ୍ରଛାତ୍ରୀ ମାନଙ୍କ ଷ୍ଟାଇପେଣ୍ଡ ବୃଦ୍ଧି କରିବା, ସେହିପରି କେନ୍ଦ୍ର ସରକାର କେନ୍ଦୁପତ୍ର ରୁ ଜିଏସଟି ପ୍ରତ୍ୟାହାର କରିବା,ଆବାସ ପୋର୍ଟାଲ ଖୋଲି ଗରିବ ଆଦିବାସୀ ମାନଙ୍କୁ ଆବାସ ପ୍ରଦାନ,ଆଦିବାସୀ ଭାଷା ହୋ, ମୁଣ୍ଡାରୀ, ଭୂମିଜ, ସଓରା ଭାଷା କୁ ସମ୍ବିଧାନ ର ଅଷ୍ଟମ ସୂଚୀ ରେ ଅନୁମୋଦନ କରିବା,ଆଦିବାସୀ ଅଧ୍ୟୁଷିତ ଗାଁ ମାନଙ୍କ ରେ ଇଣ୍ଟରନେଟ ରେ ପାଠ ପଢିବା ଓ ଅନଲାଇନ କାର୍ଯ୍ୟ ପାଇଁ ନେଟୱର୍କ ସଂଯୋଗ ବ୍ୟବସ୍ଥା କରିବା, ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା ରେ କ୍ଷତିଗ୍ରସ୍ତ ଚାଷୀ ଙ୍କୁ ଆର୍ଥିକ ସହାୟତା ପ୍ରଦାନ ଉପରେ ବକ୍ତା ମାନେ ଆଲୋକପାତ କରିଥିଲେ l ଅନୁସୂଚିତ ଜାତି ଅନୁସୂଚିତ ଜନଜାତି ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ଆଶ୍ରମ,ସେବlଶ୍ରମ କନ୍ୟାଶ୍ରମ ଗୁଡିକ ରେ ସିଟ ସଂଖ୍ୟା ବୃଦ୍ଧି କରିବା,ହଷ୍ଟେଲ ବୃଦ୍ଧି କରିବା, ଶିକ୍ଷକ ପଦବୀ ପୂରଣ କରିବା, ଆଦିବାସୀ ମାନଙ୍କ ପାଇଁ ଖାଲି ପଡ଼ିଥିବା ପଦବୀ ଗୁଡିକୁ ସ୍ୱତନ୍ତ୍ର ନିଯୁକ୍ତି ପ୍ରକ୍ରିୟା ରେ ପୂରଣ କରିବା l ବୈଠକ ରେ ମୁଖ୍ୟଅତିଥି ଭାବରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି,ବେଳପଡ଼ା ବ୍ଲକ ଉପସଭାପତି ମିନିକେତନ ଧରୁଆ, ବ୍ଲକ ଯୁଗ୍ମ ସମ୍ପାଦକ ଗିରିରାଜ ଭୋଇ,ପଞ୍ଚାୟତ ସଭାପତି ରଞ୍ଜିତ ବରିହା, ସମ୍ପାଦକ ଶିବ ଧରୁଆ,ବିପିନ ବରିହା,ଦିବାକର ବରିହା,ଉପେନ୍ଦ୍ର ବରିହା ,ଜଳ ଧରୁଆ ସହିତ ବ୍ଲକ ର କର୍ମକର୍ତ୍ତା,ପଞ୍ଚାୟତ କର୍ମକର୍ତ୍ତା ଏବଂ ବହୁ ସଂଖ୍ୟା ରେ ଆଦିବାସୀ ପୁରୁଷ ମହିଳା ଉପସ୍ଥିତ ଥିଲେ l ସଭାକୁ ଧବଳେଶ୍ବର ଭୋଇ ପରିଚାଳନା କରିଥିବା ବେଳେ ଶିବ ଧରୁଆ ଧନ୍ୟବାଦ ଅର୍ପଣ କରିଥିଲେ । ନୂଆଁଖାଇ ଭେଟଘାଟ ସଭା ଅନୁଷ୍ଠିତ ହେବା ପୂର୍ବରୁ ଖପ୍ରାଖୋଳ ବ୍ଲକ ଚଂଘରିଆ ପଞ୍ଚାୟତ ସ୍ଥିତ ପାଞ୍ଚ ଛକ ଠାରେ ଥିବା ଜୈ ମା ପାଟଣେଶ୍ୱରୀ ଡିଗ୍ରୀ କଲେଜ ପରିଦର୍ଶନ କରି କଲେଜର ଲାଗି ରହିଥିବା ନେଟୱାର୍କ ,ଇ-ଲାଇବ୍ରେରୀ ,ହଷ୍ଟେଲ ସମସ୍ୟାକୁ ସମାଧାନ କରିବାକୁ ଅଞ୍ଚଳ ର ବିଭିନ୍ନ ସମସ୍ୟାକୁ ସମାଧାନ କରିବାକୁ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ ।

ବଲାଙ୍ଗୀର ରୁ ଦୁର୍ଯ୍ୟୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

“ସସ୍କୃତି ବନ୍ଧୁ” ଡିଏସପି ସରୋଜକାନ୍ତ ସାହୁ ଙ୍କୁ ଶ୍ରୀ ଜଗନ୍ନାଥ ଟ୍ରଷ୍ଟ ପକ୍ଷରୁ ସମ୍ମାନୀତ 

Sunil Chandra Nayak

ବିଶ୍ୱ ମାତୃଭାଷା ଦିବସ ପାଳିତ

Sunil Chandra Nayak

Soorya Krishnamoorthy to be coveted with 15th Bharat Muni Samman.

masiha

Leave a Comment

error: Content is protected !!