ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ଲକ ସ୍ତରୀୟ ବିଜ୍ଞାନମେଳା ରେ ଅବ୍ଯବସ୍ଥା

ବ୍ଲକ ସ୍ତରୀୟ ବିଜ୍ଞାନମେଳା ରେ ଅବ୍ଯବସ୍ଥା

ନବରଙ୍ଗପୁର ,୧୭/୧୧(ମ ନି ସ) ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ସରୁଗୁଡା ଠାରେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ରେ ଗୋଷ୍ଟୀ ଶିକ୍ଷା ବିଭାଗ ପକ୍ଷରୁ ବ୍ଲକ ସ୍ତରୀୟ ବିଜ୍ଞାନମେଳା ଅନୁଷ୍ଠିତ ହୋଇଯାଇଛି। ଏହି ବିଜ୍ଞାନ ମେଳା ରେ ନନ୍ଦାହାଣ୍ଡି ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ କ୍ଷୀରୋଦ ଚନ୍ଦ୍ର ସାହୁ ଉଦଘାଟନ କରିଥିବା ବେଳେ ମୂଖ୍ୟ ଅତିଥି ଭାବେ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ଯୋଗ ଦେଇ ବିଜ୍ଞାନ ମେଳା ରେ କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ। ବିଜ୍ଞାନ ମେଳା ରେ ଭାଗ ନେଇଥିବା ଛାତ୍ର ଛାତ୍ରୀ ଙ୍କ ଅଭିଯୋଗ କ୍ରମେ ସଠିକ ସମୟରେ ଖାଇବା ପାଇଁ ଦିଆ ଯାଇ ନ ଥିବା ବେଳେ, ସେମାନଙ୍କୁ ବିଚାରପତି ମାନେ ନ ଆସିବା ପୂର୍ବରୁ ଖାଇବା ନିମନ୍ତେ ଦିଆଯିବ ନାହଁ ବୋଲି ଅଭିଯୋଗ କରିଥିଲେ । ଦିନ ଦ୍ବିପହର ବା ସାଢେ଼ ଦୁଇ ଘଣ୍ଟା ହୋଇଥିଲେ ସୁଧା ଦାୟିତ୍ଵ ରେ ଥିବା ଅଧିକାରୀ ମାନେ ମଧ୍ୟ ଛାତ୍ର ଛାତ୍ରୀ ମାନଙ୍କୁ ଖାଇବା ନିମନ୍ତେ ପଠାଇ ନଥିଲେ। ଅନ୍ୟ ପକ୍ଷେ ସରକାର ଜରି ପାଉଚ ପିଇବା ପାଣି ବେନ କରିଥିବା ବେଳେ ଛାତ୍ର ଛାତ୍ରୀ ମାନଙ୍କୁ ବେଚ ନମ୍ବର କିମ୍ବା ପ୍ରସ୍ତୁତି ତାରିଖ ନ ଥିବା ପାଣି ପାଉଚ ପିଇବା ନିମନ୍ତେ ଦେଇଥିବା ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି। ଏ ବାବଦରେ ଆମେ ଗୋଷ୍ଟୀ ଶିକ୍ଷା ଅଧିକାରୀ ପୁଷ୍ପାଞ୍ଜଳି ମହାନ୍ତି ଙ୍କୁ ପଚାରିବାରୁ ଛାତ୍ର ଛାତ୍ରୀ ମାନଙ୍କୁ ଖାଇବା ନିମନ୍ତେ କହିଥିବା ସହ ନ ଖାଇଥିଲେ କଣ ଆମର ତ୍ରୁଟି କି ବୋଲି ଓଲଟା ପ୍ରକାଶ କରିଛନ୍ତି।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

କଳାହାଣ୍ଡି ଜିଲ୍ଲାପାଳଙ୍କ ଥୁଆମୂଳ ରାମପୁର ବ୍ଳକ ଗସ୍ତ

Sunil Chandra Nayak

ଧାମରା ସଂଘ ଦ୍ବାରା କାନ୍ତକବି ଙ୍କ ୧୩୭ତମ ଜୟନ୍ତୀ ପାଳିତ

masiha

ଜୁନାଗଡ଼କୁ ଜିଲ୍ଲା ମାନ୍ୟତା ଦାବୀ ଆଜି ଚତୁର୍ଥ ଦିନରେ ପହଁଚିଲା , ଚତୁର୍ଥ ଦିନରେ ସମର୍ଥନ ଜଣାଇ ସାମିଲ ହେଲେ ଜିଲ୍ଲା ଆଦିବାସୀ ସଂଘ

masiha

Leave a Comment

error: Content is protected !!